ଖୋର୍ଦ୍ଧା: ସଟଡ଼ାଉନରେ ଜୁଆ ଖେଳ ଚାଲିଥିବାବେଳେ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି । ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ । ସୂଚନା ମୁତାବକ ଗତକାଲି ରାତିରେ ରାଣୀପଡ଼ା ଗ୍ରାମରେ ଜୁଆଖେଳ ଚାଲୁଥିବାର ଖବର ପାଇ ଏଏସଆଇ ରାଜକିଶୋର ବେହେରା ଏବଂ ଟିମ ମିଳିତ ଭାବେ ଉକ୍ତ ଗ୍ରାମରେ ଚଢ଼ାଉ କରିଥିଲେ ।
![ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ: 7 ଅଭିଯୁକ୍ତ ଗିରଫ, ମଟରସାଇକେଲ ସମେତ ଟଙ୍କା ଜବତ](https://etvbharatimages.akamaized.net/etvbharat/prod-images/od-kud-banapur-ps-dry-od10017_14062021154113_1406f_1623665473_597.jpg)
ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିବାବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ସେମାନଙ୍କ ନିକଟରୁ ନଗଦ ୪ ହଜାର ୪ ଶହ ୧୦ ଟଙ୍କା, ୪ଟି ମଟରସାଇକେଲ, ତାସପତା, ମହମବତୀ, ପାଲ ଆଦି ପୋଲିସ ଘଟଣାସ୍ଥଳରୁ ଜବତ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ