ETV Bharat / state

ନବୀନ ନିବାସ ଘେରିବ ବିଜେପି, ୪ ମନ୍ତ୍ରୀଙ୍କ କ୍ୱାର୍ଟର ଆଗରେ ପୋଲିସ ଛାଉଣୀ

author img

By

Published : Oct 31, 2022, 1:39 PM IST

Updated : Oct 31, 2022, 5:52 PM IST

ରାଜ୍ୟ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି । ଅର୍ଚ୍ଚନା ନାଗ ମାମଲାକୁ ନେଇ ସରକାରଙ୍କ ନିରବତାକୁ ନେଇ ବିଜେପି ବିକ୍ଷୋଭ କରିଛି । ବିରାଟ ଶୋଭାଯାତ୍ରା ବାହାରିଛି ବିଜେପି । ଅଧିକ ପଢନ୍ତୁ

ନବୀନ ନିବାସ ଘେରିବ ବିଜେପି, ୪ ମନ୍ତ୍ରୀଙ୍କ କ୍ବାଟର ଆଗରେ ପୋଲିସ ଆଲର୍ଟ

ଭୁବନେଶ୍ବର: ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ନବୀନ ନିବାସ ଘେରାଉ ଅଭିମୁଖେ ବିଜେପି କର୍ମୀଙ୍କ ବିରାଟ ଶୋଭାଯାତ୍ରା ବାହାରିଛି । ଅର୍ଚ୍ଚନା ନାଗ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାର ପ୍ରତିବାଦ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ନିଦରୁ ଉଠାଇବାକୁ ନବୀନ ନିବାସରେ ପଶିବାକୁ ନାରାବାଜି ଦେଇଛି ବିଜେପି । ରାଜ୍ୟ କାର୍ଯ୍ୟାଳୟରୁ ବଡ଼ ଶୋଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ଯାଉଛନ୍ତି ବିଜେପି କର୍ମୀ ।

ନବୀନ ନିବାସ ଘେରିବ ବିଜେପି

ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଅଟକାଇବାକୁ ପୋଲିସ ପ୍ଲାନ ପ୍ରସ୍ତୁତ କରିଛି । ୪ ମନ୍ତ୍ରୀଙ୍କ କ୍ବାଟର ଆଗରେ ପୋଲିସ ଆଲର୍ଟ ରହିଛି ।ଭୁବନେଶ୍ବର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ନବୀନ ନିବାସ ଘେରାଉ ପାଇଁ ଗଲା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ବିଜେପି କର୍ମୀ । ନବୀନ ନିବାସ ଅଭିମୁଖେ ଯିବା ବେଳେ ବାଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ବ୍ୟାରିକେଡ ଡେଇଁ ଯିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ବିଜେପି କର୍ମୀ । ବିଜେପିର ଏ ବିଶାଳ ରାଲି ଦେଖି ୪ ମନ୍ତ୍ରୀଙ୍କ କ୍ବାର୍ଟର ସାମ୍ନାରେ ପୋଲିସ ଛାଉଣୀ ହୋଇଛି ।

ଉଭୟ ଧର୍ମେନ୍ଦ୍ର ଓ ଅର୍ଚ୍ଚନା ନାଗ ଘଟଣାକୁ କିପରି ପୋଲିସ ଚାପିଛି ସେ ନେଇ ବିଜେପି ଅଭିଯୋଗ ଆଣିଛି । ଏନେଇ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ ବିଜେପି କର୍ମୀ । ସେମାନଙ୍କୁ ଅଟକାଇବାକୁ ପୂର୍ବରୁ ପ୍ରସ୍ତୁତ ଥିବା ପୋଲିସ ସହ କର୍ମୀଙ୍କ ଧସ୍ତାଧସ୍ତି ହୋଇଛି । ମହିଳା ପୋଲିସ ଜରିଆରେ ବିଜେପି ମହିଳା ନେତ୍ରୀଙ୍କୁ ଅଟକା ଯାଇଥିଲା । ଅନ୍ୟପଟେ 4 ମନ୍ତ୍ରୀଙ୍କ ଘର ସାମ୍ନାରେ ଆଲର୍ଟ କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସହ ଆଇନ ମନ୍ତ୍ରୀ, ଶିଳ୍ପମନ୍ତ୍ରୀ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସହ ଗୃହ ସଚିବଙ୍କ ଘର ସାମ୍ନାରେ ମଧ୍ୟ ପୋଲିସ ଆଲର୍ଟରେ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 31, 2022, 5:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.