ETV Bharat / state

ରାଜଧାନୀର ୨୧୯ କ୍ରିମିନାଲଙ୍କ ଲିଷ୍ଟ ପ୍ରସ୍ତୁତ, ଗିରଫଦାରୀ ପାଇଁ ପୋଲିସର ଚଢାଉ

author img

By ETV Bharat Odisha Team

Published : Oct 15, 2023, 8:32 PM IST

ଅପରାଧୀଙ୍କୁ ସାବାଡ଼ କରିବାକୁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ୨୧୯ ଜଣ ଅପରାଧୀଙ୍କ ଲିଷ୍ଟ୍ ପ୍ରସ୍ତୁତ କରି ସେମାନଙ୍କୁ ଗିରଫ କରିବାକୁ ପୋଲିସ ପକ୍ଷରୁ ଜୋରଦାର ଚଢାଉ ଚାଲିଛି । ଅଧିକ ପଢନ୍ତୁ

police listed out 219 criminals
ଆକ୍ସନ ମୋଡରେ କମିଶନରେଟ ପୋଲିସ

ଭୁବନେଶ୍ୱର: ଦୁର୍ଗାପୂଜା ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ଅପରାଧୀଙ୍କୁ ସାବାଡ଼ କରିବାକୁ ଚାଲିଛି ଜୋରଦାର ଚଢାଉ । ପୋଲିସ ୨୧୯ ଜଣ ଦାଗୀଙ୍କ ଲିଷ୍ଟ୍ ପ୍ରସ୍ତୁତ କରିଥିବାବେଳେ ସେମାନଙ୍କ ଗିରଫଦାରୀ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ଜଣ ଜଣ କରି ଅପରାଧୀଙ୍କୁ ଉଠାଇ ନେଉଛି ପୋଲିସ । ଅନେକ ଅଞ୍ଚଳରେ ଗିରଫଦାରୀ ଜାରି ରହିଥିବା ବେଳେ ପିଓପିଡି ଟିମର ଅଫିସର ରାତି ଅନିଦ୍ରା ହୋଇ ଅଣ୍ଡରକଭର ଅପରେସନ କରୁଥିବା ଦେଖିବାକୁ ମିଳୁଛି ।

ପୂଜା ସମୟରେ ଛିନତାଇ, ଚୋରି ଲୁଟ୍ ତଥା ଡକାୟତି ଭଳି ଅପରାଧ ବଢିଥାଏ । ଅପରାଧ ରୋକିବାକୁ ପୋଲିସ କେତେକ ଅପରାଧୀଙ୍କର ଲିଷ୍ଟ ପ୍ରସ୍ତୁତ କରିଛି । ଏନେଇ ଭୁବନେଶ୍ୱର ଡିସିପି ଅଫିସରୁ ସମସ୍ତ ଥାନାକୁ ଏହି ଲିଷ୍ଟ ଜାରି କରାଯାଇଛି । ଯେଉଁଥିରେ ବାଲିଅନ୍ତା ଥାନା ଅଞ୍ଚଳରେ ସବୁଠୁ ଅଧିକ ଦାଗୀ ଥିବା ଜଣାପଡିଛି । ଏହାପରେ ରହିଛି ଭରତପୁର ଓ ତୃତୀୟରେ ରହିଛି ବାଲିପାଟଣା ଅଞ୍ଚଳ । ସେମାନଙ୍କ ମଧ୍ୟରୁ ୩୦ଜଣଙ୍କୁ ତୁରନ୍ତ ଜେଲ ପଠାଇବାକୁ ତାଲିକାରେ ଉଲ୍ଲେଖ ହୋଇଛି । ତେବେ କମ ଦାଗୀଙ୍କ ତାଲିକାରେ ରହିଛି ଏୟାରଫିଲ୍ଡ ଥାନା ଅଞ୍ଚଳ । ଯେଉଁଥିରୁ ୨ ଜଣ ଦାଗୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ଥାନାକୁ ପଠାଯାଇଛି ।

ଯେଉଁ ଦାଗୀ ମାନେ ତାଲିକାରେ ଅଛନ୍ତି ସେମାନେ ସଠିକ ସମୟରେ ହାଜିର ପକାଉଛନ୍ତି କି ନାହିଁ ପୋଲିସ ସେମାନଙ୍କର ଗତିବିଧି ଉପରେ ନଜର ରଖୁଛି କି ନାହିଁ ସେନେଇ ତଦାରଖ କରାଯାଉଛି । ସିଆରପିସି ୧୪୯ରେ ସେମାନଙ୍କୁ ଆଗୁଆ ଗିରଫଦାରୀ ପାଇଁ ନିର୍ଦ୍ଦେଶ ରହିଛି । ସେହିପରି ୧୧୦ରେ bond down ବା Brech of bond ଭାଓଲେସନ କରିଥିବା କ୍ରିମିନାଲଙ୍କୁ ଅନ୍ୟ କୌଣସି ଥାନାରେ କେସ ଥିଲେ ରିମାଣ୍ଡ ଟ୍ୟାଗ୍ କରାଇ ଜେଲ ପଠାଯାଉଛି । ଫଳରେ ପ୍ରତ୍ୟକ ଥାନା ଅଞ୍ଚଳରୁ ୪ରୁ ୫ଲେଖାଏଁ ଅପରାଧୀ ପ୍ରତିଦିନ କୋର୍ଟ ଚାଲାଣ ହେଉଛନ୍ତି।

ଏହାରି ଭିତରେ ଦିନକ ଭିତରେ କ୍ୟାପିଟାଲ ଥାନାରେ ୮ଟି Non Bailable Warrent (NBW)ରେ ଅପରାଧୀଙ୍କୁ ଜେଲ ପଠାଯାଇଛି । ଚୋରୀ ଓ ଡକାୟତି ମାମଲାର ସମ୍ପୃକ୍ତ ଥିବା 2 ଅପରାଧି ଶ୍ରୀକାନ୍ତ ନାୟକ ଓ ତାର ଉତ୍ତମ ନାୟକଙ୍କ ନାଁରେ NBW ରହିଥିବାବେଳେ ତାଙ୍କୁ ଗିରଫ କରି‌ କୋର୍ଟ ଚାଲାଣ କରାଯାଇଛି । ସେହିପରି ଆର୍ମସ ଆକ୍ଟରେ ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧି ସୁରେଶ ନାୟକ ଓରଫ (ପପୁ)କୁ NBW ଆଧାରରେ କୋର୍ଟକୁ ପଠାଯାଇଛି । ସେହିପରି ଜିଇଡି ବସ୍ତିର ସୁଶାନ୍ତ ନାୟକ ଓରଫ କାଳୁକୁ ହତ୍ୟା କରି ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଅଜିତ ନାୟକ ଓ ସୁଜିତ ନାୟକ ଦୁହିଁଙ୍କୁ ମଧ୍ୟ NBW ଆଧାରରେ କୋର୍ଟକୁ ପଠାଇଛି ପୋଲିସ।

ଏହା ବି ପଢନ୍ତୁ...ଭୁବନେଶ୍ୱର ପାଇଁ ଅପରାଧ ନିୟନ୍ତ୍ରଣ ଚିନ୍ତା, ଦୁର୍ବୃତ୍ତଙ୍କୁ ଧରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି

ସେହିପରି ଭୁବନେଶ୍ବରର କୁଖ୍ୟାତ ସ୍ନାଚର ଆଲି ଆଜମକୁ ଗିରଫ କରି କୋର୍ଟ କରିଛି କ୍ୟାପିଟାଲ ଥାନା ପୋଲିସ । ଏହାସହ ଜଟଣୀର ରମେଶ ଜେନା, ମାର୍କେଟ ବିଲଡିଂରେ ଆତଙ୍କ ଖେଳାଇଥିବା ଅପରାଧୀ ବିଦ୍ୟାପତି ଶାହା ଓରଫ ଅଜୟକୁ ମଧ୍ୟ ଗିରଫ କରି ଜେଲ ପଠାଇ ସାରିଛି ପୋଲିସ । ଅନ୍ୟପଟେ ଖଣ୍ଡଗିରିର ତେଲିଆ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ମଣ୍ଟୁ ପାଇକରାୟ ଓ ଖାରବେଳ ନଗର ଥାନା ଅଞ୍ଚଳର ଲେଡି ଲୁଟେରା ସରିଫା ଖାତୁନ ଓରଫ ମୁସ୍କାନ ଭଳି ଦାଗୀ କ୍ରିମିନାଲଙ୍କୁ ଗିରଫ କରି ଜେଲ ପଠାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.