ETV Bharat / state

ସ୍ମାର୍ଟସିଟିକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଏସପିଜି ଏଆଇଜିଙ୍କ ସୁରକ୍ଷା ସମୀକ୍ଷା - ମୋଦିଙ୍କ ଓଡିଶା ଗସ୍ତ

ନିଜ ଦଳର ପ୍ରଚାର ମଙ୍ଗ ଧରିବାକୁ ମୋଦି ସ୍ମାର୍ଟସିଟି ଆସୁଛନ୍ତି । ଏପ୍ରିଲ ୧୬ ତାରିଖ ଅପରାହ୍ନ ୫ଟା ୪୫ ମିନିଟ୍‌ରେ ଭୁବନେଶ୍ବର ବିମାନବନ୍ଦରରେ ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 13, 2019, 7:24 PM IST

Updated : Apr 13, 2019, 7:53 PM IST

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ଆଗାମୀ ପର୍ଯ୍ୟାୟ ପାଇଁ ଜୋରସୋରରେ ଆରମ୍ଭ ହୋଇଛି ପ୍ରଚାର କାର୍ଯ୍ୟ । ଷ୍ଟାର ପ୍ରଚାରକ ଏବଂ ବିଭିନ୍ନ ଦଳର ହାଇପ୍ରୋଫାଇଲ ଓ ବରିଷ୍ଠ ନେତା ରାଜ୍ୟ ଗସ୍ତରେ ଆସୁଛନ୍ତି । ଏହିକ୍ରମରେ ଆସନ୍ତା ଏପ୍ରିଲ ୧୬ ତାରିଖରେ ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିଜ ଦଳର ପ୍ରଚାର ମଙ୍ଗ ଧରିବାକୁ ମୋଦି ସ୍ମାର୍ଟସିଟି ଆସୁଛନ୍ତି । ସୂଚନା ମୁତାବକ ୧୬ ତାରିଖ ଅପରାହ୍ନ ୫ଟା ୪୫ ମିନିଟ୍‌ରେ ଭୁବନେଶ୍ବର ବିମାନବନ୍ଦରରେ ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପରେ ଏୟାରପୋର୍ଟ, ସୂର୍ଯ୍ୟନଗର, ଓୟୁଏଟି ଛକ ଦେଇ ଶିରିପୁର, ଫାୟାର ଷ୍ଟେସନ ବାଟେ ବାହାରି ବରମୁଣ୍ଡା ପଡିଆରେ ପହଞ୍ଚିବେ ।

ବରମୁଣ୍ଡା ଗ୍ରାଉଣ୍ଡରେ ୧ ଘଣ୍ଟା ୧୫ ମିନିଟ ଧରି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି । ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପରେ ପୁଣି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଯଦି ମୋଦି ଭୁବନେଶ୍ବରରେ ରହିବେ ତେବେ ସେନେଇ ମଧ୍ୟ ରାଜଭବନରେ ପ୍ରସ୍ତୁତି କରାଯାଇଛି ।

ଏନେଇ ପ୍ରାରମ୍ଭିକ ସୂଚନା ଆଧାରରେ କମିଶନରେଟ୍‌ ପୋଲିସ ଆରମ୍ଭ କରିଛି ପ୍ରସ୍ତୁତି । ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସପିଜି ଟିମ୍‌ର ଏଆଇଜି ଆଜି ଭୁବନେଶ୍ବରରେ ପହଞ୍ଚି ପୋଲିସ କମିଶନରଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲା ପୋଲିସ, ସ୍ପେଶାଲ ବ୍ରାଞ୍ଚ, ଇଣ୍ଟେଲିଜେନସ ଅଧିକାରୀଙ୍କ ସହ ଆଲୋଚନା କରି ରୁଟ୍‌ ଲାଇନ, ସିକ୍ୟୁରିଟୀ, ପାର୍କିଂ ଆଦି ସମସ୍ତ ଦିଗର ପ୍ରାରମ୍ଭିକ ରିପୋର୍ଟ ବା ଏଏସଏଲ ରିପୋର୍ଟ ସମୀକ୍ଷା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଥିବା ବ୍ଲୁ ବୁକ୍‌ ଆଧାରରେ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି । ବରମୁଣ୍ଡା ପଡିଆର ସୁରକ୍ଷା ଓ ଜନସାଧାରଣଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥିତି ଯାଞ୍ଚ କରିଛନ୍ତି କମିଶନରେଟ୍‌ ପୋଲିସର ଟିମ୍‌ । ପୋଲିସ କମିଶନର ଓ ଭୁବନେଶ୍ବର ଡିସିପି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ରୁଟ୍‌ ଲାଇନ ଯାଞ୍ଚ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:Conclusion:
Last Updated : Apr 13, 2019, 7:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.