ଖୋର୍ଦ୍ଧା: ଡକାୟତି ଯୋଜନା ପଣ୍ଡ । ଡକାୟତ କରୁଥିବା ବେଳେ 4 ଜଣଙ୍କୁ ମାଡି ବସିଲା ଜଟଣୀ ପୋଲିସ ।
ମଙ୍ଗଳବାର ବିଳମ୍ବିତ ରାତିରେ ଜଟଣି ଥାନା ଅନ୍ତର୍ଗତ ବାଛରା ପାତ୍ରପଡା ଅଞ୍ଚଳରେ ଚାରିଜଣ ଯୁବକ ଡକାୟତି ଉଦ୍ୟମ କରୁଥିଲେ । ଏହି ସମୟରେ ଜଟଣୀ ପୋଲିସ ସେମନଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ପୋଲିସ କଟୁରି, ଛୁରୀ, ଲୁହା ରଡ଼ ଏବଂ ଦୁଇଟି ମୋଟର ସାଇକେଲକୁ ଜବତ କରିଛି ।
ଗିରଫ ଡକାୟତ ମାନେ ହେଲେ ପଦନପୁରର ରଘୁନାଥ ଦାସ, ଖୁଦୁପୁରର ଜିତେନ୍ଦ୍ର ରାଉତରାୟ ଓ ଚିନ୍ମୟ ସାମନ୍ତରାୟ ଏବଂ ବଡ଼ତୋଟାର ଶମ୍ଭୁନାଥ ନାୟକ । ଜଟଣୀ ପୋଲିସ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ