ETV Bharat / state

ଜମି ଜବରଦଖଲ ପାଇଁ ହୋଟେଲରେ ହେଉଥିଲା ଡିଲ, ୫ଜଣଙ୍କୁ ଗିରଫ କଲା ପୋଲିସ

author img

By

Published : Apr 6, 2023, 3:40 PM IST

ଡକାୟତି ପାଇଁ ଡିଲ ହୋଟେଲ ହେଲା ସିଲ। ଖୋଲିଲା ଜମି ଜବରଦଖଲକାରୀଙ୍କ ବଡ ଲିଙ୍କ। ଅଧିକ ପଢନ୍ତୁ

land scam in bhubaneswar
land scam in bhubaneswar
ଜମି ଜବରଦଖଲ ପାଇଁ ହୋଟେଲରେ ହେଉଥିଲା ଡିଲ

ଭୁବନେଶ୍ବର: ରାଜଧାନୀରେ ଜମି ଜବରଦଖଲ ପାଇଁ ହୋଟେଲରେ ଚାଲିଥିଲା ପ୍ଲାନ । ଜମି ଉପରେ ଥିବା ଦୋକାନକୁ ଡକାୟତି କରି ଧରାପଡ଼ିଲା ନେଟୱର୍କ । ଏହି ଘଟଣାରେ ସାମ୍ନାକୁ ଆସିଲା ରାଜଧାନୀର ଏକ ହୋଟେଲ ଲିଙ୍କ୍ । ହୋଟେଲ ମାଲିକ ସମେତ ୫ଜଣଙ୍କୁ ଗିରଫ କଲା ପୋଲିସ । ହୋଟେଲରେ ଏକତ୍ରିତ ହୋଇ ଡକାୟତି ଯୋଜନା କରିଥିବାରୁ ସିଲ୍‌ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୨୪ତାରିଖ ହୋଟେଲ ପ୍ରେସିଡେନ୍ସି କଡ଼ରେ ଥିବା ଏକ ହାଇଫାଇ ପ୍ଲଟ୍‌କୁ ଜମି ମାଲିକ ଓ ସେଠାରେ ଦୋକାନ କରିଥିବା ମାଲିକ ମଧ୍ୟରେ ବିବାଦ ରହିଥିଲା । ଜମିରୁ ବେଆଇନ ତରିକାରେ ଦୋକାନୀଙ୍କୁ ହଟାଇବାକୁ ଯୋଜନା କରାଯାଇଥିଲା । ଏନେଇ ରାଘବ ଜେନା ନାମକ ଜଣେ ଜବରଦଖଲକାରୀ ଦଲାଲ ସୁପାରି ନେଇଥିଲେ । ଏଥିପାଇଁ ପଳାଶୁଣି ହାଇଟେକ ଛକ ପାଖରେ ଥିବା ପରିଡା ଗେଷ୍ଟ୍‌ ହାଉସରେ ଏକ ଯୋଜନା କରିଥିଲେ । ସେଠାରେ ସେହି ହୋଟେଲର ମାଲିକ ନବକିଶୋର ପରିଡା ନିଜର କିଛି ସହଯୋଗୀ ତଥା ବିଭିନ୍ନ ଜାଗାରେ ବାଉନସର ଭାବେ କାମ କରୁଥିବା ୨୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଏକାଠି କରିଥିଲା । ପରେ ଜବରଦଖଲ ପାଇଁ ନୟାପଲ୍ଲୀ ସ୍ଥିତ ସେହି ଜମି ଉପରେ ଥିବା ଦୋକାନକୁ ଭାଙ୍ଗିବା ପ୍ଲାନ୍ କରାଯାଇଥିଲା। ପରେ ଦୋକାନର ଥିବା ପ୍ଲାଏ ଓ ଟାଇଲକୁ ଲୁଟ ପାଇଁ ଯୋଜନା କରିଥିଲେ।

ସେହି ଆଧାରରେ ୪୦ରୁ ଉର୍ଦ୍ଧ୍ବ ପୁରୁଷ ଓ ପରେ ୧୦୦ରୁ ଉର୍ଦ୍ଧ୍ବ ମହିଳା ପହଞ୍ଚି ଜେସିବି ଓ ହାଇଓ୍ବା ଲଗାଇ ଦୋକାନକୁ ମାଟିରେ ମିଶାଇ ଦେବା ସହ ପରେ ସେହି ଠାରୁ କିଛି ସାମଗ୍ରୀ ନେଇ ଛୁ ମାରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ କାହାରିକୁ ନକହିବାକୁ ଧମକାଇ ବା ସହ ମୋବାଇଲ୍ ଛଡାଇ ନେଇଥିଲେ। ତେବେ ଏହି ଘଟଣା ଥାନାଠୁ ମାତ୍ର ୨୦୦ମିଟର ଦୂରରେ ଘଟିଥିଲେ ମଧ୍ୟ ପୋଲିସ ମଧ୍ୟ ଜାଣିପାରିଥିଲା । ଏକ ସୁବ୍ୟବସ୍ଥିତ ଢଙ୍ଗରେ ଏଭଳି ଏକ ଆତଙ୍କ ସୃଷ୍ଟି କରି ସେଠାରେ ଜମି ଜବରଦଖଲ କରିଥିଲେ ।

ଏହି ଘଟଣା ଥାନାକୁ ଆସିବା ପରେ ପୋଲିସ ତିନୋଟି ମାମଲା ରୁଜୁ କରି ପୁର୍ବରୁ ୧୧ଜଣ ବାଉନସର ୨ଜଣ ମହିଳାଙ୍କୁ ଗିରଫ କରିଥିଲା । ପରେ ବୁଧବାର ଦିନ ସେହି ହୋଟେଲର ମାଲିକ ସହ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ଏସିପି ସଞ୍ଜୀବ ଶତପଥି । ସେ ଆହୁରି ମଧ୍ୟ କହିଛନ୍ତି, "କ୍ରାଇମ୍ ବିରୋଧରେ ଜିରୋ ଟଲେରାନ୍ସ ପଲିସିକୁ ଆପଣାଉଛି ପୋଲିସ । ଯେଉଁମାନେ ଏପରି ଆତଙ୍କ ରଚିଥିବେ ଓ ସାଧାରଣ ଲୋକଙ୍କ ସମ୍ପତ୍ତି ନଷ୍ଟ କରିବେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯାହା ଆଧାରରେ ନୟାପଲ୍ଲୀ କେସରେ ଏମାନଙ୍କୁ ଗିରଫ କରାଯାଇଛି । ଯେହେତୁ ଗିରଫ ହୋଟେଲର ମାଲିକ ତା ହୋଟେଲରେ ଅପରାଧ ଘଟାଇବା ପୂର୍ବରୁ ସେଠି ଭୋଜି କରିଥିଲେ ଆଉ ଏଭଳି ଏସବୁ ଅପରାଧୀଙ୍କୁ ଏକାଠି କରି ସେଠାରେ ଅପରାଧ ପ୍ଲାନ୍ ରଚିଥିଲେ । ସେନେଇ ସେହି ହୋଟେଲକୁ ମଧ୍ୟ ସିଲ୍ କରାଯାଇଛି । ଏହି ଘଟଣାରେ ଗିରଫଦାରୀଙ୍କ ସଂଖ୍ୟା ଆହୁରି ମଧ୍ୟ ବୃଦ୍ଧି ପାଇପାରେ । ଖୁବଶୀଘ୍ର ଏହି କାଣ୍ଡର ମାଷ୍ଟରମାଇଣ୍ଡ ରାଘବ ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଯୋଜନା କରୁଛି ପୋଲିସ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.