ETV Bharat / state

ମହଙ୍ଗା ପଡିଲା ପୂଜା ଚାନ୍ଦା ମାଗିବା , 2 ଜଣଙ୍କୁ ଗିରଫ କଲା ପୋଲିସ

author img

By ETV Bharat Odisha Team

Published : Sep 21, 2023, 11:57 AM IST

ଲୋକଙ୍କଠାରୁ ପୂଜା ଚାନ୍ଦା ଆଦାୟ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ପୂଜାକୁ ନେଇ ଜବରଦସ୍ତ ଲୋକଙ୍କଠାରୁ ଚାନ୍ଦା ଆଦାୟରେ ରୋକ ଲଗାଇବାକୁ ପୋଲିସର ପ୍ରୟାସ । ଚାନ୍ଦା ଆଦାୟକାରୀଙ୍କୁ ନଡରି ନିର୍ଭୟରେ ହେଲ୍ପଲାଇନକୁ କଲ୍‌ କରି ଅଭିଯୋଗ କରିବାକୁ ଜନସାଧାରଣଙ୍କୁ ପୋଲିସର ନିବେଦନ । ଗଣେଶ ପୂଜା ଓ ବିଶ୍ବକର୍ମା ପୂଜା ପାଇଁ ଚାନ୍ଦା ମାଗି ହଟହଟା ହୋଇଛନ୍ତି ପୂଜା କମିଟି ସଦସ୍ୟ । ଦୁଇ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ ପୋଲିସ । ଗିରଫ ଦୁଇ ଜଣ ହେଉଛନ୍ତି ଖଣ୍ଡଗିରି ସିଜୁଆ ଅଞ୍ଚଳର ପୂଜା କମିଟି ମେମ୍ବର ବିରଞ୍ଚି ନାରାୟଣ ସାମନ୍ତସିଂହାର ଓରଫ ତୋଫାନ ଓ ବିଜୟ ରାଣା । ଏନେଇ ଦୁଇ ଜଣଙ୍କୁ ପୋଲିସ ନଗଦ ୨୦୫୦ଟଙ୍କା ସମେତ ଦୁଇ ରସିଦ ପୂଜା ଚାନ୍ଦା ବହି ଜବତ କରିଛି । ଏଥିସହ ଆଗକୁ ଦୁର୍ଗା ପୂଜା ଆସୁଥିବାରୁ ଯଦି କେହିବି ଚାନ୍ଦା ମାଗିବାକୁ ଆସନ୍ତି ତେବେ ପୋଲିସ ହେଲ୍ପଲାଇନ ନମ୍ବରରେ କଲ କରି ଅଭିଯୋଗ କରିବାକୁ କମିଶନରେଟ ପୋଲିସ ତରଫରୁ କିହାଯାଇଛି ।

ଏନେଇ କମିଶନରେଟ ପୋଲିସ କହିଛି ଯେ, ଏଥର ଗଣେଶ ଓ ବିଶ୍ୱକର୍ମା ପୂଜା ପାଇଁ ଏମାନେ ଜବରଦସ୍ତି ରସିଦ କାଟି ଚାନ୍ଦା ଆଦାୟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଅଭିଯୋଗକାରୀ ଏମାନଙ୍କ ଚାନ୍ଦା ଆଦାୟରେ ଅତିଷ୍ଠ ହୋଇ ପୋଲିସର ହେଲ୍ପ ଲାଇନର ନମ୍ବରରୁ ଅଭିଯୋଗ କରିଥିଲେ। ଯାହାକୁ ନେଇ ପୋଲିସ ଡିସିପି ଅଫିସର ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ ଖଣ୍ଡଗିରି ଥାନାକୁ। ଏହାପରେ ପୋଲିସ ସିଜୁଆର ଏହି ଦୁଇ ପୂଜା କମିଟି ମେମ୍ବରଙ୍କୁ ଉଠାଇ ଆଣିବା ପରେ ପୂଜା କମିଟି ଲୋକେ ମଧ୍ୟ ଆପୋଷ ବୁଝାମଣା କରିବାକୁ ଥାନାକୁ ଆସିଥିଲେ। ଅଟକ କମିଟି ମେମ୍ବରଙ୍କୁ ଛଡ଼ାଇବାକୁ ପ୍ରୟାସ କରିଥିଲେ। ଶେଷରେ ଦୁଇ ଜଣ ପୂଜା କମିଟି ମେମ୍ବରଙ୍କୁ ଗିରଫ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-ଗଣେଶ ପୂଜା ଚାନ୍ଦା ନେଇ ଫାଙ୍କା ଗୁଳିଚାଳନା

"ବର୍ତ୍ତମାନ ପାର୍ବଣର ସମୟ ଥିବାରୁ ଏହାର ମୋକାରେ ଯଦି କେହି ବି ଚାନ୍ଦା ଯଦି ମାଗୁଛନ୍ତି ତେବେ ତୁରନ୍ତ କମିଶନରେଟ ପୋଲିସର ହେଲ୍ପ୍‌ ଲାଇନ ୭୦୭୭୭୯୮୧୧୧ରେ କଲ କରି ଅଭିଯୋଗ କରି ପାରିବେ । ପୋଲିସ ଅଭିଯୋଗକାରୀଙ୍କ ପରିଚୟ ଗୋପନ ରଖି ଚାନ୍ଦା ଆଦାୟ କରୁଥିବା ଲୋକ ହେଉ ବା ପୂଜା କମିଟି ବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଆକ୍ସନ ନେବ । କାରଣ ପୂଜା ଆଳରେ ଅନେକ ସ୍ଥାନରେ ଜବରଦସ୍ତି ଚାନ୍ଦା ଆଦାୟ ହେଉଛି । ଲୋକାଲ ପିଲା କହି ବର୍ଷକରେ ଥରେ ଠାକୁରଙ୍କ ଆଳରେ ଟଙ୍କା ମାଗୁଛନ୍ତି । ତେଣୁ ପୂଜା ଖର୍ଚ୍ଚ ଆଳରେ ଜୋରଜବରଦସ୍ତ ନିରିହ ଲୋକ ଯିଏକି ନିର୍ଦ୍ଦିଷ୍ଟ ପରିଣାମଠୁ ଅଧିକ ଟଙ୍କା ଦେବାକୁ ଅସମର୍ଥ ତାକୁ ବାଧ୍ୟ କରାଯାଉଛି । ଚାନ୍ଦା ନଦେଲେ ଭୟଭୀତ କରାଯାଉଛି । ତେଣୁ ଏସବୁ ଉପରେ ରୋକ୍‌ ଲଗାଇବାକୁ ଭୁବନେଶ୍ୱରବାସୀ ନିଜର ସ୍ବର ଉଠାଇବା ସହ‌ ପୋଲିସର ସହଯୋଗ ନିଅନ୍ତୁ । ନଚେତ ତୁରନ୍ତ ପୋଲିସ ହେଲ୍ପ ଲାଇନରେ ଅଭିଯୋଗ କରନ୍ତୁ । ଚାନ୍ଦା ଆଦାୟକାରୀଙ୍କୁ ପ୍ରଶୟ ଦିଆଯିବନି ବୋଲି କମିଶନରେଟ ପୋଲିସ ଏପରି କଠୋର ନୀତି ଆପଣାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.