ETV Bharat / state

ଉପରେ ସିଗାରେଟ ଭିତରେ ଗଞ୍ଜେଇ, ବ୍ୟବସାୟର ନୂଆ ଟ୍ରିକ୍ ଧରିଲା ପୋଲିସ - ସିଗାରେଟରେ ଭିତରେ ଗଞ୍ଜେଇ ବିକ୍ରି

ସିଗାରେଟ ଆଳରେ ଗଞ୍ଜେଇ ବ୍ୟବସାୟ କରି ମାଲମାଲ ବ୍ୟବସାୟୀ । ସୁରାଗ ପାଇବା ପରେ ବ୍ୟବସାୟୀଙ୍କୁ ବନ୍ଧିଲା ପୋଲିସ । ଅଧିକ ପଢ଼ନ୍ତୁ

ସିଗାରେଟ ଆଳରେ ଗଞ୍ଜେଇ ବ୍ଯବସାୟ କରି ମାଲମାଲ ବ୍ୟବସାୟୀ

author img

By

Published : Jul 9, 2023, 9:20 AM IST

ସିଗାରେଟ ଆଳରେ ଗଞ୍ଜେଇ ବ୍ଯବସାୟ କରି ମାଲମାଲ ବ୍ୟବସାୟୀ

ଭୁବନେଶ୍ବର: ଗଞ୍ଜେଇ ବେପାରୀଙ୍କ ନୂଆ ନୂଆ ଟ୍ରିକ୍ । ସିଗାରେଟ ପରି ବିକ୍ରି ହେଉଛି ଗଞ୍ଜେଇ । ଲୁଚାଛପା ନୁହେଁ ଏବେ ଅବାଧରେ ଗଞ୍ଜେଇ ବିକ୍ରି କରୁଛନ୍ତି ଗଞ୍ଜେଇ ବ୍ୟବସାୟୀ । ସିଗାରେଟ ଆଳରେ ଗଞ୍ଜେଇ ବ୍ୟବସାୟ କରି ମାଲମାଲ ବ୍ୟବସାୟୀ । ଏଭଳି ଢଙ୍ଗରେ ଗଞ୍ଜେଇ ବିକ୍ରିର ସୂଚନା ପାଇବା ପରେ ଛାତ୍ର ବେଶରେ ଯାଇ ଜଣେ ଗଞ୍ଜେଇ ବ୍ୟବସାୟୀକୁ ଖଣ୍ଡଗିରିରୁ ଧରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ଜଣକ ଏକ ଶିକ୍ଷାନୁଷ୍ଠାନ କଡ଼ରେ ଚା' ଓ ପାନ‌ଦୋକାନ କରି ଗଞ୍ଜେଇ ବ୍ୟବସାୟ ଚଳାଇଥିଲା ।

ଗଞ୍ଜେଇ ବ୍ୟବସାୟୀ ଜଣକ ମାନସ କୁମାର ସାହୁ । ଘର ଜଗତସିଂହପୁର ବୋଲି ପୋଲିସ ସୂଚନା ଦେଇଛି । ସେ ରାୟଗଡ଼ା ଅଞ୍ଚଳରୁ ଗଞ୍ଜେଇ ଆଣି ଏପରି ସିଗାରେଟ ପରି ପ୍ୟାକ୍‌ କରି ବିକୁଥିଲା । ଏଥିପାଇଁ ଏକ ନେଟୱର୍କ ତିଆରି କରି ଅନ୍ୟ ଦୋକାନୀକୁ କରୁଥିଲା ସପ୍ଲାଏ । ଏନେଇ ପୋଲିସ ସୂଚନା ପାଇବା ପରେ ଛାତ୍ର ବେଶରେ ଯାଇ ସେହି ଦୋକାନରୁ 21 କେଜି ଗଞ୍ଜେଇ ସହ 1ଲକ୍ଷ 60ହଜାର‌ ନଗଦ ଟଙ୍କା ଜବତ କରିଛି । ତେବେ ଧରାପଡ଼ିବା ପରେ ଏବେ ସାମ୍ନାକୁ ଆସିଛି ରାଜଧାନୀରେ ଗଞ୍ଜେଇ ବେପାରର ନୂଆ ତରିକା । ପାନ ଦୋକାନଠୁ ଆରମ୍ଭ କରି ଚା' ଦୋକାନୀ । ଖୋଳ ସିଗାରେଟ ପରି ହେଲେ ଭିତରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି କରୁଛନ୍ତି ।

ନିର୍ଦ୍ଧିଷ୍ଟ ବର୍ଗର ଗ୍ରାହାକଙ୍କ ପାଇଁ ଏଭଳି ସୁବିଧା ରହିଛି । ଯୁବପିଢିଙ୍କ ଡିମାଣ୍ଡ ଦେଖି ନୂଆ ଟେକନିକ ଆପଣାଇଛନ୍ତି ବ୍ୟବସାୟୀ । ଏନେଇ ବିଭିନ୍ନ ପ୍ରକାର ଦୋକାନ ଦେଖି କୋର୍ଡ ଓ୍ବାର୍ଡ ବ୍ୟବହାର କରୁଛନ୍ତି । ଫଳରେ ସିଗାରେଟ ବଦଳରେ ଏବେ ଗଞ୍ଜେଇ ସିଗାରେଟ ବିକ୍ରିର ଡିମାଣ୍ଡ ବଢ଼ିଯାଇଛି । ଉପରୁ ସିଗାରେଟ ଖୋଳ ପରି ଦିଶୁଥିବା ଖୋଳ ଭିତରେ ଗଞ୍ଜେଇ ଭର୍ତ୍ତି କରାଯାଇ ବିକ୍ରି କରାଯାଉଛି ।

ଏମାନଙ୍କ ଗ୍ରାହାକ ସାଜିଛନ୍ତି ପାଠ ପଢୁଆ ଛାତ୍ରଛାତ୍ରୀ ଓ କର୍ପୋରେଟ କର୍ମଚାରୀ । ପୋଲିସ ଜିରୋ‌ ଟଲେରାନ୍ସ ପଲିସି ଆଧାରରେ ରେଡ୍ ଜୋର‌ଦାର କରିଥିବା ବେଳେ ଛଦ୍ମବେଶରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ କିଣୁଥିବା ଏପରି ଗଞ୍ଜେଇ ସିଗାରେଟ ବିକ୍ରି ଉପରେ ନଜର ପକାଇଥିଲେ । ଏହାପରେ ଗଞ୍ଜେଇ ବିକ୍ରି କରୁଥିବା ଦୋକାନୀ ତଥା ଗଞ୍ଜେଇ ବ୍ୟବସାୟୀକୁ ଗିରଫ କରିଛି ପୋଲିସ । ଏନେଇ ଖଣ୍ଡଗିରି ଥାନାଧିକାରୀ କହିଛନ୍ତି ଯେ, ଏସବୁ ବିକ୍ରି ଉପରେ ନଜର ରହିଛି । ସୂଚନା ମିଳିଲେ ରେଡ୍ କରାଯାଉଛି । ଜନସାଧାରଣ ମଧ୍ୟ ପୋଲିସ ହେଲ୍ପଲାଇନକୁ ଜଣାଇବାକୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.