ETV Bharat / state

Minor Girl Murder in Bhubaneswar: କ୍ରୁରତା ଓ ନୃଶଂସତାର ସୀମା ଟପିଥିଲା ଘନିଆ, ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Nov 8, 2023, 4:49 PM IST

ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ 4 ବର୍ଷୀୟା ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ମାମଲା । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ରାଜଧାନୀରେ 4 ବର୍ଷୀୟା ଶିଶୁ କନ୍ୟାକୁ ହତ୍ୟା ମାମଲା, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ 4 ବର୍ଷର ଶିଶୁ କନ୍ୟାକୁ ଗଳାକାଟି ହତ୍ୟା ଘଟଣା । ରାହାମାରୁ ଅଭିଯୁକ୍ତକୁ ଗିରଫ କରିବା ସହ ମାମଲାର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ । ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ଘରକୁ ନେଇଥିବା ବେଳେ କାଳେ ଏନେଇ ଶିଶୁଟି ଅନ୍ୟମାନଙ୍କୁ ଜଣାଇଦେବା ସେହି ଭୟରେ ନାବାଳିକାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ତଦନ୍ତରୁ ସ୍ପଷ୍ଟ କରିଛି ପୋଲିସ ।

କ୍ରୁକତା ଓ ନୃଶଂସତାର ସୀମା ଟପିଲା ହତ୍ୟାକାରୀ । ଦୁଷ୍କର୍ମ ଉଦ୍ଦେଶ୍ୟରେ ଚକୋଲେଟ ଦେବା ଲୋଭ ଦେଖାଇ ଘରକୁ ଡାକିନେଇ 4 ବର୍ଷର ଶିଶୁ କନ୍ୟାକୁ ଅତି ନିର୍ମମ ଭାବେ ହତ୍ୟା କଲା ଅଭିଯୁକ୍ତ । ତେବେ ଭୁବନେଶ୍ବର ସ୍ଥିତ ଏୟାରଫିଲ୍ଡ ଥାନା ଅଞ୍ଚଳରେ ସୋମବାର ସନ୍ଧ୍ୟା ସମୟରେ ଘଟିଥିଲା ଏହି ବର୍ବର ହତ୍ୟାକାଣ୍ଡ । କ୍ଷତାକ୍ତ ଅବସ୍ଥାରେ ଶିଶୁକନ୍ୟାର ମୃତଦେହ ଦେଖିବାକୁ ପାଇଥିଲେ ତାଙ୍କ ପରିବାର ଲୋକେ । ଏନେଇ ପଡ଼ୋଶୀ ଲୋକଙ୍କୁ ପଚାରିବାରୁ ନାବାଳିକାକୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଏହାମଧ୍ୟ ପଢନ୍ତୁ.. ରାଜଧାନୀରେ ସୀମା ଟପିଲା ବର୍ବରତା, ଦୁଷ୍କର୍ମ ପରେ 4ଵର୍ଷ ଶିଶୁକନ୍ୟାକୁ ଗଳାକାଟି ହତ୍ୟା !

ପ୍ରାଥମିକ ତଦନ୍ତ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବାରୁ ପୋଲିସ ଜାଣିବାକୁ ପାଇଥିଲା ଯେ ସେହି ବସ୍ତିର ଘନିଆ ନାମକ ଜଣେ ବ୍ୟକ୍ତି ଚକୋଲେଟ ଦେବା ବାହାନାରେ ଶିଶୁଟିକୁ ଘରକୁ ଡାକିନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ହେଲେ ଶିଶୁଟିକୁ ପରିବାର ଲୋକେ ଖୋଜାଖୋଜି କରିବାରୁ କାଳେ ଶିଶୁଟି ଏନେଇ କାହାକୁ କହିଦେବ ସେହି ଭୟରେ ତାର ଗଳା କାଟି ହତ୍ୟା କରିଥିଲା । ଗିରଫ ଭୟରେ ମୃତଦେହକୁ ଛାଡି ଫେରାର ହୋଇଯାଇଥିଲା ଅଭିଯୁକ୍ତ ।

ତେବେ ପୋଲିସ ପୋକ୍ସୋ ଓ ହତ୍ୟା ମାମଲାର 363, 302ରେ ଦଫାରେ ତଦନ୍ତ ଆରମ୍ଭ କରିଥିଲା । ୬ଟି ଟିମ୍ ଗଠନ କରି ଘନିଆ ଦାସକୁ ଖୋଜିବା ପାଇଁ ଆରମ୍ଭ କରିଥିଲା । ଅଭିଯୁକ୍ତ ଜଗତସିଂହପୁରରେ ଲୁଚି ରହିଥିବା ନେଇ ଖବର ପାଇଥିଲେ ପୋଲିସ । ପରେ ରାହାମା ଷ୍ଟେସନରୁ ତାକୁ ଗିରଫ କରାଯାଇଛି ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିଛନ୍ତି, "ଯେହେତୁ ମାମଲାଟି ବେଶ ସମ୍ବେଦନଶୀଳ ରହିଛି ତେଣୁ କେସ ଜଲଦି ସାରିବାକୁ ଉଦ୍ୟମ କରୁଛୁ । ବିଚାର ପ୍ରକ୍ରିୟା ପାଇଁ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ନିୟୋଜିତ କରାଯିବ ।" ଯଥାଶୀଘ୍ର ଦଣ୍ଡ ଶୁଣାଣି ପାଇଁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ପୋଲିସ କମିଶନର ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.