ETV Bharat / state

ହାଇସ୍କୁଲରେ ଖୋଲିବ ଯୁକ୍ତ ୨, ପ୍ରଥମ ପର୍ଯ୍ୟାୟରେ ୧୦୦ ସ୍କୁଲ ସାମିଲ - ଏକାଦଶ ପାଇଁ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ

ହାଇସ୍କୁଲରେ ଖୋଲିବ ଯୁକ୍ତ ୨ । ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା । ଆସନ୍ତା ଶିକ୍ଷାବର୍ଷରୁ ହାଇସ୍କୁଲରେ ଖୋଲିବାକୁ ଯାଉଛି ଯୁକ୍ତ ୨ । ପ୍ରଥମ ପର୍ଯ୍ୟାୟରେ ସରକାର ୧୦୦ଟି ସ୍କୁଲକୁ ସାମିଲ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ

ହାଇସ୍କୁଲରେ ଖୋଲିବ ଯୁକ୍ତ ୨, ପ୍ରଥମ ପର୍ଯ୍ୟାୟରେ ୧୦୦ ସ୍କୁଲ ସାମିଲ

author img

By

Published : Oct 20, 2022, 8:46 PM IST

ଭୁବନେଶ୍ବର: ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ । ୨୦୨୩-୨୪ ଶିକ୍ଷା ବର୍ଷରୁ ୧୦୦ଟି ସ୍କୁଲରେ ଆରମ୍ଭ ହେବ ଯୁକ୍ତ ଦୁଇ ପାଠପଢା । ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ଏକାଦଶ ପାଇଁ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ । ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା । ଗଞ୍ଜାମ ଜିଲ୍ଲାର ସର୍ବାଧିକ ସ୍କୁଲ ଗୁଡିକ ଉନ୍ନିତ ହେବ । ଏଥିପାଇଁ ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ବିକାଶକୁ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁତ୍ବ ଦିଆଯାଇଛି ।

ହାଇସ୍କୁଲରେ ଖୋଲିବ ଯୁକ୍ତ ୨, ପ୍ରଥମ ପର୍ଯ୍ୟାୟରେ ୧୦୦ ସ୍କୁଲ ସାମିଲ

ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ୧୦୦ଟି ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ । ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବେ । ପ୍ରାଥମିକ ପର୍ଯ୍ୟାୟରେ କେବଳ କଳା ବିଭାଗ ଖୋଲିବାକୁ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲିବ । ପ୍ରାଥମିକ ପର୍ଯ୍ୟାୟରେ ୧୦୦ଟି ସ୍କୁଲ ଚିହ୍ନଟ କରି ପ୍ରକ୍ରିୟା ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।

ଅନୁମୋଦନ ଅନୁସାରେ ଅନୁଗୋଳରେ ୧, ବାଲେଶ୍ଵରରେ ୧, ବରଗଡରେ ୨, ଭଦ୍ରକରେ ୧, ବଲାଙ୍ଗୀରରେ ୮, ବୌଦ୍ଧରେ ୨, କଟକରେ ୨, ଦେବଗଡ଼ରେ ୪, ଢେଙ୍କାନାଳରେ ୧, ଗଜପତିରେ ୨, ଗଞ୍ଜାମରେ ୯, ଜଗତସିଂପୁରରେ ୨, ଯାଜପୁରରେ ୧, ଝାରସୁଗୁଡ଼ାରେ ୧, କଳାହାଣ୍ଡିରେ ୮, କନ୍ଧମାଳରେ ୪, କେନ୍ଦ୍ରପଡ଼ାରେ ୨, କେନ୍ଦୁଝରରେ ୬, ଖୋର୍ଦ୍ଧାରେ ୧, କୋରାପୁଟରେ ୪, ମାଲକାନଗିରିରେ ୬ ହାଇସ୍କୁଲ ଉଚ୍ଚବିଦ୍ୟାଳୟକୁ ଉନ୍ନୀତ ହେବେ ।

ଏହା ବି ପଢନ୍ତୁ- Dhamnagar ByPoll: ପ୍ରମିଳାଙ୍କ ଭବିଷ୍ୟବାଣୀ, ୩୦ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ଜିତିବ ବିଜେଡ଼ି

ସେହିପରି ମୟୂରଭଞ୍ଜରେ ୨, ନବରଙ୍ଗପୁରରେ ୭, ନୟାଗଡ଼ରେ ୧, ନୂଆପଡ଼ାରେ ୬, ସମ୍ବଲପୁରରେ ୪, ସୁନ୍ଦରଗଡ଼ରେ ୬, ପୁରୀରେ ୧, ରାୟଗଡ଼ାରେ ୪ ଓ ସୋନପୁରରେ ୧ ସ୍କୁଲ ଲେଖାଏଁ ହାଇସ୍କୁଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଅଭିଭାବକ ସଂଘର ସଭାପତି ବୁଲୁ ପତି କହିଛନ୍ତି , "ଏହା ସ୍ଵାଗତ ଯୋଗ୍ୟ ପଦକ୍ଷପ । ଯେଉଁ ସ୍କୁଲ ଗୁଡିକ ଉନ୍ନୀତ ହେବ ପ୍ରଥମ ସେଠାରେ ଭିତ୍ତିଭୂମି ଅଛି ନା ନାହିଁ, ସେଠାରେ କ୍ଳାସ ରୁମ ଅଛି ନା ନାହିଁ, କର୍ମଚାରୀ ଅଛନ୍ତି ନା ନାହିଁ ତାହା ଦେଖିବା ଆବଶ୍ୟକ । କିନ୍ତୁ ସରକାର ଏହାକୁ କେବଳ କାଗଜ କଲମରେ ଯୋଜନା ରଖି କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.