ETV Bharat / state

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ: କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା - ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ ତାଲିକା। ବିଜ୍ଞାନ, କଳା ଓ ବାଣିଜ୍ୟରେ ରେଭେନ୍ସା କଲେଜ ଆଗରେ। ତେବେ ଆସନ୍ତାକାଲି ଠାରୁ ନାମ ଲେଖା ଆରମ୍ଭ । ଅଧିକ ପଢନ୍ତୁ

plus two first cut off marks released today

author img

By

Published : Jul 6, 2023, 1:01 PM IST

Updated : Jul 6, 2023, 1:41 PM IST

plus two first cut off marks released

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ପ୍ରଥମ ମେରିଟ ଲିଷ୍ଟ । ଆବେଦନକାରୀଙ୍କ ପ୍ରଥମ ପସନ୍ଦ ରେଭେନ୍ସା । ବିଜ୍ଞାନ, କଳା ଓ ବାଣିଜ୍ୟରେ ରେଭେନ୍ସା କଲେଜ ଆଗରେ ରହିଛି । ବିଜ୍ଞାନରେ ୯୧.୬୭ ପ୍ରତିଶତ, ବାଣିଜ୍ୟରେ ୭୯.୨୦ ପ୍ରତିଶତ ଓ କଳାରେ ୮୦ ପ୍ରତିଶତ ସହ ରେଭେନ୍ସା ଆଗରେ ରହିଛି । ଆସନ୍ତାକାଲିଠାରୁ ଆରମ୍ଭ ହେବ ନାମଲେଖା । ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକାଶ 19 ତାରିଖରେ ପ୍ରକାଶ ପାଇବ ଦ୍ବିତୀୟ ମେରିଟ ଲିଷ୍ଟ । ଅଗଷ୍ଟ ୧ ରୁ ଆରମ୍ଭ ହେବ ଏକାଦଶ ଶ୍ରେଣୀର ପାଠପଢା।

ପ୍ରଥମ ମେରିଟ ଲିଷ୍ଟରେ କଳା ବିଭାଗରେ ରେଭେନ୍ସା କଲେଜ ଆଗରେ ରହିଛି। ସାଧାରଣ ବର୍ଗରେ ୮୦ ପ୍ରତିଶତ, ଏସ ସି ବର୍ଗରେ ୭୨ ପ୍ରତିଶତ ଓ ଏସଟି ବର୍ଗରେ ୬୬.୮୩ ପ୍ରତିଶତ ରହିଛି । ସେହିପରି କଳାରେ ଦ୍ଵିତୀୟରେ ରହିଛି ରାଉରକେଲା ସରକାରୀ କଲେଜ । ଏଠାରେ ସାଧାରଣ ବର୍ଗରେ ୭୯ ପ୍ରତିଶତ ରହିଥିବା ବେଳେ ଏସସି ବର୍ଗରେ ୭୦.୫୦ ପ୍ରତିଶତ ଓ ଏସ ଟି ବର୍ଗରେ ୭୫.୮୩ ପ୍ରତିଶତ ରହିଛି । ତୃତୀୟରେ ଟିଟିଲାଗଡ ଡିଏଭି କଲେଜ ରହିଥିବା ବେଳେ ଏଠାରେ କଟ୍‌ ଅଫ ସାଧାରଣ ବର୍ଗରେ ୭୮.୬୭ ପ୍ରତିଶତ, ଏସ୍‌ସି ବର୍ଗରେ ୭୩.୬୭ ପ୍ରତିଶତ ଓ ଏସଟି ବର୍ଗରେ ୬୭.୮୩ ପ୍ରତିଶତ ରହିଛି ।

ଅନ୍ୟପଟେ ବିଜ୍ଞାନ ବିଭାଗରେ ରେଭେନ୍ସା କଲେଜରେ କଟ ଅଫ ମାର୍କ ୯୧.୬୭ ପ୍ରତିଶତ ରହିଥିବା ବେଳେ ଏସ ସି ବର୍ଗରେ ୮୬.୩୩ ଓ ଏସ ଟି ବର୍ଗରେ ୭୬.୬୭ ପ୍ରତିଶତ ରହିଛି। ବିଜ୍ଞାନରେ ଦ୍ଵିତୀୟରେ ରହିଛି ଫକୀର ମହୋନ କଲେଜ । ଏଠାରେ ସାଧାରଣ ବର୍ଗରେ କଟ୍‌ଅଫ୍‌ ରହିଛି ୯୦ ପ୍ରତିଶତ, ଏସସି ବର୍ଗରେ ୮୨.୧୭ ପ୍ରତିଶତ ଓ ଏସଟି ବର୍ଗରେ ୭୨.୮୩ ପ୍ରତିଶତ ରହିଛି । ତୃତୀୟରେ ରହିଛି ବିଜେବି କଲେଜ । ଏଠାରେ କଟ୍‌ ଅଫ ସାଧାରଣ ବର୍ଗରେ ୮୯ ପ୍ରତିଶତ ରହିଥିବା ବେଳେ ଏସସି ବର୍ଗରେ ୮୦ ପ୍ରତିଶତ ଓ ଏସଟି ବର୍ଗରେ ୭୪.୪୦ ପ୍ରତିଶତ ରହିଛି ।

ଏହା ମଧ୍ୟ ପଢନ୍ତୁ-ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ମେରିଟ୍‌ ଲିଷ୍ଟ

ସେହିପରି ବାଣିଜ୍ୟରେ ରେଭେନ୍ସା କଲେଜ ଆଗାରେ ରହିଥିବା ବେଳେ ସାଧାରଣ ବର୍ଗରେ କଟ ଅଫ ରହିଛି ୭୯.୨୦ ପ୍ରତିଶତ, ଏସସି ବର୍ଗରେ ୬୭ ପ୍ରତିଶତ ଓ ଏସ ଟି ବର୍ଗରେ ୪୪.୫୦ ପ୍ରତିଶତ । ଦ୍ଵିତୀୟରେ ରହିଛି ରାଉରକେଲା କଲେଜ। କଟ ଅଫ ରହିଛି ସାଧାରଣ ବର୍ଗରେ ୭୭.୩୩ ଏସସି ବର୍ଗରେ ୬୪.୬୭ ଓ ଏସଟି ବର୍ଗରେ ୬୮.୬୦ ପ୍ରତିଶତ । ତୃତୀୟରେ ବିଜେବି କଲେଜରେ ସାଧାରଣ ବର୍ଗରେ ୭୩ ପ୍ରତିଶତ ରହିଥିବା ବେଳେ ଏସ୍‌ସି ବର୍ଗରେ ୫୨.୬୦ ଓ ଏସ୍‌ଟିରେ ୩୩ ପ୍ରତିଶତ କଟ୍‌ଅଫ ମାର୍କ ରହିଛି ।

ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ପିଲା ନାମ ଲେଖା ପାଇଁ ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ଜଣ ପିଲା। କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଜଣ, ବାଣିଜ୍ୟରେ ୨୫ ହଜାର ୧୬୮ ଜଣ ଓ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩ ଜଣ ମନୋନୀତ ହୋଇଛନ୍ତି। ସେଥି ମଧ୍ୟରୁ ଛାତ୍ର ରହିଛନ୍ତି ୨ ଲକ୍ଷ୍ୟ ୩ ହଜାର ୫୪୩ ଓ ଛାତ୍ରୀ ରହିଛନ୍ତି ୨ ଲକ୍ଷ ୮ ହଜାର ୭୭୮ ଓ ୪୭ଜଣ ଅଦର୍ଶ ରହିଛନ୍ତି। ବାକି ୫୯ ହଜାର ୯୧୧ ପିଲା ଦ୍ଵିତୀୟ ଓ ସ୍ପଟ୍ ଆଡ଼ମିଶନ ପାଇଁ ରହି ଯାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 6, 2023, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.