ETV Bharat / state

ଫେବୁଆରୀରେ ଯୁକ୍ତ ଦୁଇ ପରୀକ୍ଷା, ଆଜିଠୁ ଫର୍ମ ପୂରଣ ଆରମ୍ଭ - ଯୁକ୍ତଦୁଇ ପରୀକ୍ଷା ପ୍ରଣାଳୀ ଆରମ୍ଭ

ଯୁକ୍ତଦୁଇ ପରୀକ୍ଷା ନେଇ ଆଜିଠୁ ଫର୍ମ ପୂରଣ ଆରମ୍ଭ ହୋଇଛି । ଆସନ୍ତା ଫେବୃଆରୀ ମାସରେ ପରୀକ୍ଷା ହେବ । ଅଧିକ ପଢନ୍ତୁ

plus two examination form fill up
plus two examination form fill up start
author img

By ETV Bharat Odisha Team

Published : Nov 21, 2023, 12:44 PM IST

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଆଜିଠାରୁ ଯୁକ୍ତ ଦୁଇ ଫର୍ମ ପୂରଣ ଆରମ୍ଭ ହୋଇଛି । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ଆଜିଠୁ ରେଗୁଲାର ପିଲାଙ୍କ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଆସନ୍ତା 29 ତାରିଖ ଯାଏ ଚାଲିବ । ଏହି ସମୟ ମଧ୍ୟରେ ଯେଉଁମାନେ ଫର୍ମ ପୂରଣ କରିବେ ନାହିଁ ସେମାନେ ଡିସେମ୍ବର 1ରୁ 7 ତାରିଖ ମଧ୍ୟରେ 100 ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ । ଆସନ୍ତା ଫେବୁଆରୀରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ ।

ଯୁକ୍ତ ଦୁଇ ଫର୍ମ ପୂରଣ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ବିନା ଫାଇନରେ ୨୧ ନଭେମ୍ବରରୁ ୨୯ ନଭେମ୍ବର ପର୍ଯ୍ୟନ୍ତ ଫର୍ମ ପୂରଣ ହେବ । ସେହିପରି ୧ ଡିସେମ୍ବରରୁ ୪ ଡିସେମ୍ୱର ପର୍ଯ୍ୟନ୍ତ ୧୦୦ ଟଙ୍କା ଫାଇନ ଧାର୍ଯ୍ୟ କରାଯାଇଥିବା ବେଳେ ୬ ଡିସେମ୍ବରରୁ ୭ ଡିସେମ୍ବର ପର୍ଯ୍ୟନ୍ତ ୪୫୦ ଟଙ୍କା ଫାଇନ ଧାର୍ଯ୍ୟ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ସୂଚନା ଅନୁଯାୟୀ, ଫେବୃଆରୀ ୧୪ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୧୩ ଯାଏ ଅର୍ଥାତ ୧ ମାସ ଭିତରେ ପରୀକ୍ଷା ସରିବ । ପାଖାପାଖି ୬ ମାସ ପୂର୍ବରୁ ତାରିଖ ଘୋଷଣା କରିସାରିଥିଲା କାଉନସିଲ । ଏପ୍ରିଲ ଶେଷ ବା ମେ' ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇପାରେ । ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ହେବ । ଦ୍ବିତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ସୂଚା ପ୍ରକାଶ ପାଇବ । ଏହା ସହିତ ଡିସେମ୍ବର ୧୨ ତାରିଖରେ ଛତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଆଡମିଟ କାର୍ଡ ନେଇପାରିବେ । ଏହାପରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ନେଇ ମେ' ମାସ ତୃତୀୟ ସପ୍ତାହରେ ଫର୍ମ ପୂରଣ ହେବ ।

ଏହା ବି ପଢନ୍ତୁ...ଘରଠୁ ଦୂରକୁ ଯିବାକୁ ଅମଙ୍ଗ ଛାତ୍ରଛାତ୍ରୀ, ୬୦ ସ୍କୁଲକୁ ଯୁକ୍ତ ଦୁଇକୁ ଉନ୍ନୀତ ପାଇଁ ପ୍ରସ୍ତାବ

ଏହାପରେ ଇନଷ୍ଟାଣ୍ଟ ପରୀକ୍ଷା ଜୁନ ଦ୍ବିତୀୟ ସପ୍ତାହରେ ହେବ । ଏନେଇ CHSE ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ ରଖାଯାଇଛି । ଆଗକୁ ନିର୍ବାଚନ ରହୁଥିବା ବେଳେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବାର୍ଷିକ ପରୀକ୍ଷା ପାଇଁ ତତ୍ପରତା ଦେଖାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । କିଭଳି ଭାବରେ ପରୀକ୍ଷା ସୁରୁଖୁରୁରେ କରାଯିବ ସେନେଇ ମଧ୍ୟ ନଜର ରଖିଛି ପରିଷଦ । ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ସହ କେନ୍ଦ୍ର ଗୁଡିକରେ ଯେଭଳି ଭାବରେ ପ୍ରଶ୍ନପତ୍ର ଲିକ ନହୁଏ ତାହା ଉପରେ ଧ୍ୟାନ ଦିଆଯାଇଛି । ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ 80 ପ୍ରତିଶତ ବାର୍ଷିକ ଓ 20 ପ୍ରତିଶତ ଇଣ୍ଟରନାଲ ପରୀକ୍ଷା ରିପୋର୍ଟ ଆଧାରରେ ଚୂଡାନ୍ତ ଫଳ ପ୍ରକାଶ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.