ETV Bharat / state

ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି, ଜାଣନ୍ତୁ କେବେ କରିବେ ଫର୍ମ ପୂରଣ - ଫର୍ମ ପୂରଣ ପାଇଁ ତାରିଖ ଧାର୍ଯ୍ୟ

ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପ୍ଟେମ୍ବର ୧୫ ରୁ ଏକ୍ସ ରେଗୁଲାର ପିଲାଙ୍କର ଫର୍ମ ପୂରଣ ଆରମ୍ଭ ହେବାକୁ ଥିବା ବେଳେ ନଭେମ୍ବର ୨୧ରୁ ରେଗୁଲାର ପିଲାଙ୍କ ଫର୍ମ ପୂରଣ ଆରମ୍ଭ ହେବ। ଅଧିକ ପଢନ୍ତୁ

plus two exam preparation
plus two exam preparation
author img

By ETV Bharat Odisha Team

Published : Sep 9, 2023, 11:10 AM IST

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରଷଦ । ଆଗକୁ ନିର୍ବାଚନ ଥିବାରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବାର୍ଷିକ ପରୀକ୍ଷା ପାଇଁ ତତ୍ପରତା ଦେଖାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ତେଣୁ ଫେବୃଆରୀ ୧୪ରୁ ପରୀକ୍ଷା ହେବାକୁ ଥିବା ବେଳେ ଫର୍ମ ପୂରଣ ପାଇଁ ତାରିଖ ଧାର୍ଯ୍ୟ କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।

plus two exam preparation
plus two exam preparation

ଆସନ୍ତା ୧୫ ତାରିଖରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଏକ୍ସ ରେଗୁଲାର ପିଲାଙ୍କର ଫର୍ମ ପୂରଣ କରାଯିବ । ଏନେଇ ବିନା ଫାଇନରେ ସେପ୍ଟେମ୍ୱର ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ । ୨୭ ସେପ୍ଟେମ୍ବରରୁ ୩ ଅକ୍ଟୋବର ମଧ୍ୟରେ ଫାଇନ ୧୦୦ ଟଙ୍କା ଏବଂ ୫ ଅକ୍ଟୋବର ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଫାଇନ ୪୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ରେଗୁଲାର ପିଲାଙ୍କ ପାଇଁ ଫର୍ମପୂରଣ ୨୧ ନଭେମ୍ବର ରୁ ଆରମ୍ଭ ହୋଇ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ବିନା ଫାଇନରେ ୨୧ ନଭେମ୍ବରରୁ ୨୯ ନଭେମ୍ବର ପର୍ଯ୍ୟନ୍ତ ଫର୍ମ ଫିଲଅପ୍ ଚାଲିବ । କିନ୍ତୁ ୧ ଡିସେମ୍ବରରୁ ୪ ଡିସେମ୍ୱର ପର୍ଯ୍ୟନ୍ତ ୧୦୦ ଟଙ୍କା ଫାଇନ ଧାର୍ଯ୍ୟ କରାଯାଇଥିବା ବେଳେ ୬ ଡିସେମ୍ବରରୁ ୭ ଡିସେମ୍ବର ପର୍ଯ୍ୟନ୍ତ ୪୫୦ ଟଙ୍କା ଫାଇନ ଧାର୍ଯ୍ୟ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ଏହା ମଧ୍ୟ ପଢନ୍ତୁ- ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ଆରମ୍ଭ, ଶିକ୍ଷକଙ୍କ ତାଲିକା ମାଗିଲା CHSE

ପ୍ରକାଶ ଥାଉକି, ଫେବୃଆରୀ ୧୪ରୁ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୧୩ ଯାଏ ଅର୍ଥାତ ୧ ମାସ ଭିତରେ ସରିବ ପରୀକ୍ଷା । ପାଖାପାଖି ୬ ମାସ ପୂର୍ବରୁ ତାରିଖ ଘୋଷଣା କରିଛି କାଉନସିଲ । ଏପ୍ରିଲ ଶେଷ ବା ମେ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ରେଜଲ୍ଟ । ସେହିପରି ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ଏହା ସହ ଡିସେମ୍ବର ୧୨ ତାରିଖରେ ଛାତ୍ରଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଆଡମିଟ କାର୍ଡ ନେଇପାରିବେ ।

ଏହା ପରେ ଯୁକ୍ତ ଦୁଇ ଇନ୍ ଷ୍ଟାଣ୍ଟ ପରୀକ୍ଷା ପାଇଁ ମେ ମାସ ତୃତୀୟ ସପ୍ତାହ ରେ ଫର୍ମ ପୂରଣ ହେବାକୁ ଥିବା ବେଳେ ଜୁନ ଦ୍ବିତୀୟ ସପ୍ତାହରେ ହେବ ପରୀକ୍ଷା। ଏନେଇ CHSE ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ କରାଯାଇଛି। ଆଗକୁ ନିର୍ବାଚନ ଥିବାରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବାର୍ଷିକ ପରୀକ୍ଷା ପାଇଁ ତତ୍ପରତା ଦେଖାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। କିଭଳି ଭାବରେ ଯୁକ୍ତ ଦୁଇ ଦ୍ଵାଦଶ ପରୀକ୍ଷା ସୁରୁଖୁରୁରେ କରାଯିବ ସେନେଇ ମଧ୍ୟ ନଜର ରଖିଛି ପରିଷଦ। ତେଣୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ସହ କେନ୍ଦ୍ର ଗୁଡିକରେ ଯେଭଳି ଭାବରେ ପ୍ରଶ୍ନପତ୍ର ଲିକ ନ ହୁଏ ସେନେଇ ଧ୍ୟାନ ଦିଆଯିବା ଆବଶ୍ୟକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.