ETV Bharat / state

Plus Two Admission: ହ୍ବାଟ୍ସଆପରେ ଇଣ୍ଟିମେସନ ଦେଖାଇ ହୋଇପାରିବ ନାମଲେଖା - ହ୍ୱାଟସଆପରେ ଇଣ୍ଟିମେସନ

ପ୍ରଥମ ଦିନରେ ନାମ ଲେଖାଇଛନ୍ତି ୫୦ ହଜାର ଛାତ୍ରଛାତ୍ରୀ । ନାମଲେଖା ପ୍ରକ୍ରିୟା ହେଲା ଆହୁର ସହଜ । ହ୍ବାଟ୍ସଆପରେ ଇଣ୍ଟିମେସନ ଲେଟର ଦେଖାଇ ହୋଇପାରିବ ନାମଲେଖା । ଅଧିକ ପଢ଼ନ୍ତୁ

Plus two admission Whats App
Plus two admission Whats App
author img

By

Published : Jul 8, 2023, 10:35 AM IST

Updated : Jul 8, 2023, 10:47 AM IST

ଭୁବନେଶ୍ବର: ଯୁକ୍ତ ଦୁଇ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ନାମ ଲେଖାଇଛନ୍ତି ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ପ୍ରଥମ ଦିନରେ ନାମ ଲେଖାଇବାକୁ ୧ ଲକ୍ଷ ୮୬ ହଜାର ୭୮୭ ଜଣଙ୍କୁ ସୂଚନା ପତ୍ର ଦିଆଯାଇଥିଲା । ଯଦି କୌଣସି ପିଲା ଇଣ୍ଟିମେସନ ଆଣିନଥିବେ ତେବେ ସେମାନେ ହ୍ୱାଟ୍ସଆପ ଜରିଆରେ ମଧ୍ୟ ଇଣ୍ଟିମେସନ ଆଧାରରେ ନାମ ଲେଖାଇ ପାରିବେ । ରାଜ୍ୟରେ ୨ ହଜାର ୧୫୮ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ନାମଲେଖା ଆରମ୍ଭ ହୋଇଛି ।

ଶୁକ୍ରବାର ଠାରୁ ଆରମ୍ଭ ହୋଇ ଆସନ୍ତା ୧୩ ତାରିଖ ଯାଏଁ ଚାଲିବ ନାମଲେଖା ପ୍ରକ୍ରିୟା । ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ସେମାନଙ୍କ ହ୍ୱାଟ୍ସଆପରେ ଇଣ୍ଟିମେସନ ପଠାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ ନିଜର ଇଣ୍ଟିମେସନ ଲେଟର ଆଣି ଆସିନଥାନ୍ତି, ତେବେ ସେମାନଙ୍କ ହ୍ବାଟ୍ସଆପ ମେସେଜ ଦେଖାଇ ନାମ ଲେଖାଇ ପାରିବେ । ଏନେଇ ସମସ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ପ୍ରତିଦିନ ଘଣ୍ଟାକୁ ୧୫ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଇଣ୍ଟିମେସନ ପଠାଯାଇଛି । ଅପରାହ୍ନ ୪ଟାରୁ ୫ଟା ବିଳମ୍ବରେ ଆସିଥିବା ପିଲାଙ୍କ ନାମଲେଖା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ତାରିଖରେ କୌଣସି କାରଣରୁ ନାମଲେଖା ପାଇଁ ଉପସ୍ଥିତ ହୋଇପାରିବେ ନାହିଁ, ତେବେ ସେମାନେ ଜୁଲାଇ ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର. ଆୟାର ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଯୁକ୍ତଦୁଇ ନାମଲେଖା ଆରମ୍ଭ, ଗ୍ରାମାଞ୍ଚଳ ମହାବିଦ୍ୟାଳୟ ମେଧାବୀଙ୍କ ପ୍ରଥମ ପସନ୍ଦ

ତେବେ ପ୍ରଥମ ଦିନରେ ଯୁକ୍ତ ଦୁଇରେ ନାମ ଲେଖାଇଛନ୍ତି ୫୫ ହଜାର ୩୨୩ ଜଣ । ବିଜ୍ଞାନ ବିଭାଗରେ ୧ ଲକ୍ଷ ୫୪ ହଜାର ୪୪୩ ସିଟ ରହିଥିବା ବେଳେ ପ୍ରଥମ ଦିନରେ ୧୭ ହଜାର ୧୭୨ ଜଣ ପିଲା ନାମ ଲେଖାଇଛନ୍ତି । ଏହି କ୍ରମରେ ବାଣିଜ୍ୟରେ ୩୯ ହଜାର ୧୮୪ଟି ସିଟ ଥିବାବେଳେ ପ୍ରଥମ ଦିନରେ ୩ ହଜାର ୯୯୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ସଂସ୍କୃତରେ ୧୨ ହଜାର ୬୦୮ ସିଟ ରହିଥିବା ବେଳେ ନାମ ଲେଖାଇଛନ୍ତି ୧ ହଜାର ୬୪ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୪୯୨ ସିଟ ରହିଥିବା ବେଳେ ୮୨୦ ଜଣ ପିଲା ନାମ ଲେଖାଇଛନ୍ତି । ତେବେ ମୋଟ ଆକାରରେ ରାଜ୍ୟରେ ୫ ଲକ୍ଷ ୪ ହଜାର ୯୧୩ଟି ସିଟ ରହିଥିବା ବେଳେ ୫୫ ହଜାର ୩୨୩ ଜଣ ନାମ ଲେଖାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 8, 2023, 10:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.