ETV Bharat / state

ଆଜି ପ୍ରକାଶ ପାଇବ ଯୁକ୍ତ 3 ନାମଲେଖା ପ୍ରଥମ ମେଧା ତାଲିକା, ସିଟ ଅନୁସାରେ ଆବେଦନ କମ୍

author img

By

Published : Jul 14, 2023, 7:06 AM IST

ଆଜି ଯୁକ୍ତ ତିନି ନାମଲେଖା ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଅପରାହ୍ନ 2ଟାରେ ପ୍ରକାଶ ପାଇବ କଟ ଅଫ ମାର୍କ ତାଲିକା । ଅଧିକ ପଢନ୍ତୁ

ଯୁକ୍ତ 3 ନାମଲେଖା କଟ ଅଫ ତାଲିକା
plus three first cut off mark

ଭୁବନେଶ୍ବର: ଚଳିତ ବର୍ଷ ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ଆଜି (ଶୁକ୍ରବାର) ପ୍ରକାଶ ପାଇବ । ଅପରାହ୍ନ 2ଟାରେ ସାମସ ୱେବସାଇଟରେ ପ୍ରକାଶ ପାଇବ ତାଲିକା । ବର୍ତ୍ତମାନ ଯୁକ୍ତ ତିନିରେ ୨ ଲକ୍ଷ ୭୦ ହଜାର ସିଟ ରହିଛି । ମୋଟ 2 ଲକ୍ଷ 23 ହଜାର 364 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସିଟ ତୁଳନାରେ ଆବେଦନ ସଂଖ୍ୟା ଯଥେଷ୍ଟ କମ ରହିଛି ।

ପ୍ରକାଶିତ ହେବାକୁ ଥିବା ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଆସନ୍ତା 15 ତାରିଖରୁ 17 ତାରିଖ ମଧ୍ୟରେ ନାମ ଲେଖାଇବେ । ଆସନ୍ତାକାଲିଠୁ (ଶନିବାର) ଛାତ୍ରଛାତ୍ରୀମାନେ ନିଜର ଇଣ୍ଟିମେସ ଲେଟର ଡାଉନଲୋଡ କରିପାରିବେ । ଏହା ପରେ 27 ତାରିଖରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ । ରାଜ୍ୟରେ 1041 କଲେଜରେ ମୋଟ 2 ଲକ୍ଷ 70 ହଜାର 547 ସିଟ ପାଇଁ ନାମଲେଖା ହେବ । ଏଥିରୁ କଳା ବିଭାଗ ପାଇଁ 1 ଲକ୍ଷ 52 ହଜାର 62 ସିଟ ରହିଛି । ବିଜ୍ଞାନରେ (ଫିଜିକାଲ ସାଇନସ୍ସ, ବାୟୋଲୋଜିକାଲ) 74 ହଜାର 871 ସିଟ ରହିଛି । ସେହିପରି ବାଣିଜ୍ୟରେ 32 ହଜାର 380 ସିଟ ରହିଥିବା ବେଳେ ସେଲ୍ଫ ପାଇନାନ୍ସରେ 2 ହଜାର 86 ଓ ସଂସ୍କୃତ ପାଇଁ 9 ହଜାର 148 ସିଟ ରହିଛି । ଏହି ସମସ୍ତ ସିଟରେ ନାମଲେଖା ପାଇଁ ମୋଟ 2 ଲକ୍ଷ 23 ହଜାର 364 ଜଣ ଆବେଦନ କରିଛନ୍ତି ।

ଏହା ବି ପଢନ୍ତୁ...ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ: କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା

୨୦୨୩ -୨୪ ଶିକ୍ଷାବର୍ଷରେ ଯୁକ୍ତ ତିନିରେ ୧୦୪୧ଟି ମହାବିଦ୍ୟାଳୟ ରହିଥିବା ବେଳେ ୨ ଲକ୍ଷ ୭୦ ହଜାର ୫୪୭ ଆସନ ରହିଛି ୨ ଲକ୍ଷ ୨୩ ହଜାର ୩୬୪ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସିଟ ତୁଳନାରେ ଆବେଦନ ସଂଖ୍ୟା ଯଥେଷ୍ଟ କମ ରହିଥିବାରୁ ପ୍ରାୟ ୫୦ ହଜାରରୁ ଅଧିକ ସିଟ ଖାଲି ପଡ଼ିପାରେ । ଆସନ୍ତାକାଲିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ମନୋନୀତ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ ମାଧ୍ୟମରେ ସ୍ଲାଇଡ୍ ସିଲେକ୍ସନ/ଫ୍ରିଜ୍/ ଅପ୍‌ସନ୍‌ ଫ୍ଲୋଟ୍ ଏବଂ ନାମଲେଖା ପାଇଁ ଅନ୍‌ଲାଇନ୍ ପେମେଣ୍ଟ କରିପାରିବେ । ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୧୫ ତାରିଖରୁ ୧୯ ତାରିଖ ମଧ୍ୟରେ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହି ନାମ ଲେଖାଇବେ ।

ଜୁଲାଇ ୨୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ନୋଟିସ ପ୍ରକାଶ ପାଇବ । ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସିଟ୍ ଆଲଟମେଣ୍ଟ ନୋଟିସ ଯଥାକ୍ରମେ ଅଗଷ୍ଟ ୯, ଅଗଷ୍ଟ ୨୧, ସେପ୍ଟେମ୍ବର ୧ ଓ ସେପ୍ଟେମ୍ବର ୧୩ ତାରିଖରେ ପ୍ରକାଶ ପାଇବ । ଗତ ଜୁନ 6 ତାରିଖରେ ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଥିଲା । ତିନୋଟି ବିଭାଗ ଯଥାକ୍ରମେ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା କଲେଜ ଆଗରେ ଥିଲା । ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ମୋଟ 3 ଲକ୍ଷ 43 ହଜାର ଛାତ୍ରଛାତ୍ରୀ ନାମଲେଖାଇଛନ୍ତି । ଆସନ୍ତା 19 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.