ଖୋର୍ଦ୍ଧା: ଭୋଜି ହେଲା କାଳ । ଭୋଜି କରିବାକୁ ଯାଇ ମଲାଗୁଣୀ ନଦୀରେ ଗୋଧୋଇବା ସମୟରେ ନଦୀରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ରଜଣଙ୍କ ନିରାକାରପୁର ରାହୁଳହଜ ଗ୍ରାମର ଆଦର୍ଶ କୁମାର ମିଶ୍ର ।
ଆଦର୍ଶ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର +୨ ବିଜ୍ଞାନ ଛାତ୍ର । ଆଦର୍ଶ ୪ଜଣ ସାଙ୍ଗଙ୍କ ସହିତ ମିଶି ରାମେଶ୍ୱର ବ୍ୟାରେଜ ମଲାଗୁଣୀ ନଦୀ ନିକଟରେ ଭୋଜି କରିବାକୁ ଯାଇଥିଲେ । ମଲାଗୁଣୀ ନଦୀରେ ଗୋଧୋଇବା ସମୟରେ ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି ।
ଟାଙ୍ଗୀ ଦମକଳ ବାହିନୀ ଅକ୍ଲାନ୍ତ ପରିଶ୍ରମ କରି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ମେଡ଼ିକାଲକୁ ପଠାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ