ETV Bharat / state

ଅଧ୍ୟାପକଙ୍କ ନିଆରା ଉଦ୍ୟମ: କନ୍ୟା ଭୃଣ ହତ୍ୟା ରୋକିବା ପାଇଁ କରୁଛନ୍ତି ପ୍ରଚାର

author img

By

Published : Aug 16, 2021, 10:27 AM IST

କନ୍ୟା ଭୃଣ ହତ୍ୟା ରୋକିବା ପାଇଁ ପ୍ରଚାର କରୁଛନ୍ତି ପଦାର୍ଥ ବିଜ୍ଞାନର ଅଧ୍ୟାପକ ବିଶ୍ୱଜିତ ପ୍ରଧାନ । ଅଧିକ ପଢନ୍ତୁ...

ଅଧ୍ୟାପକଙ୍କ ନିଆରା ଉଦ୍ୟମ : କନ୍ୟା ଭୃଣ ହତ୍ୟା ରୋକିବା ପାଇଁ ସାଜିଛନ୍ତି ପ୍ରଚାରକ

ଖୋର୍ଦ୍ଧା: ପେସାରେ ଜଣେ ପଦାର୍ଥ ବିଜ୍ଞାନର ଅଧ୍ୟାପକ କିନ୍ତୁ ନିଶା ତାଙ୍କର କିଭଳି ସମାଜରୁ କନ୍ୟା ଭୃଣ ହତ୍ୟା ବନ୍ଦ ହେବ । ସ୍ଥାନ ଯେଉଁଠି ହେଉନା କାହିଁକି ଟିକିଏ ସମୟ ମିଳିଲେ ଲୋକଙ୍କୁ ଲିଙ୍ଗ ବିଭେଦତା ଉଚ୍ଛେଦ ସମ୍ପର୍କରେ ବୁଝାଇଥାନ୍ତି । ଟ୍ରେନ ହେଉ ଅବା କେଉଁ ମେଳା ମହୋତ୍ସବ ଯେଉଁଠି ଲୋକଙ୍କ ସମାଗମ ହୁଏ ସେଇଠି ଏହି ଅଭିଯାନ ଆରମ୍ଭ କରିଦିଅନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମଣ୍ଡଳସିଂହ ଗ୍ରାମର ବିଶ୍ୱଜିତ ପ୍ରଧାନ ।

ନିଜସ୍ୱ ରୋଜଗାରରୁ ଏହି କାର୍ଯ୍ୟ କରି ବେସ ପ୍ରଶଂସା ସାଉଁଟିଛନ୍ତି ସେ । ଲିଙ୍ଗ ବିଭେଦତା ଉଚ୍ଛେଦ ଅଭିଯାନର ପ୍ରଚାରକ ସାଜି ସେ ତତ୍କାଳୀନ ରାଜ୍ୟପାଳ ଏସ.ସି ଜମିରଙ୍କ ଠାରୁ ଭାରତ ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେହିଭଳି ଚଳିତ ବର୍ଷ ପାଇଁ ଚେନାଇର ଗ୍ଲୋବାଲ ଇକୋନୋମିକ ଆଣ୍ଡ ରିସର୍ଚ୍ଚ ଆସୋସିଏସନ ତାଙ୍କୁ ସମ୍ମାନ ଜନକ ମଦର ଟେରେସା ପୁରସ୍କାର ପ୍ରଦାନ କରିଛନ୍ତି ।

ସେପଟେ ବିଶ୍ୱଜିତଙ୍କ ଏଭଳି କାର୍ଯ୍ୟ ପାଇଁ ଭୁବନେଶ୍ବର ସାଂସଦ ତାଙ୍କ ନାମ ପଦ୍ମ ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିବା କହିଛନ୍ତି ସେ । ବିଶ୍ୱଜିତ ଦୀର୍ଘ 6 ବର୍ଷ ଧରି ଏହି ଅଭିଯାନ ଚଳାଇ ଆସୁଛନ୍ତି ଏବଂ ଏହି କାର୍ଯ୍ୟ ପାଇଁ ସବୁଆଡୁ ତାଙ୍କ ପାଖକୁ ଛୁଟୁଛି ପ୍ରଂଶସାର ସୁଅ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.