ETV Bharat / state

ପ୍ରଶାସନକୁ ଦିଶୁନି ତାରେଶ୍ୱରଙ୍କ ଦୁରାବସ୍ଥା, ସରକାରୀ ସହାୟତା ଅପେକ୍ଷାରେ ପୁରା ପରିବାର - ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ଯୁବକ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ମଲ୍ଳୀପଦର ଗ୍ରାମର ଦିବ୍ୟାଙ୍ଗ ତାରେଶ୍ବର ପଣ୍ଡା । ବାପାମାଆଙ୍କୁ ନେଇ ପରିବାର । କେଇଟା ଟଙ୍କା ଭତ୍ତାକୁ ଛାଡି ହେଲେ ସରକାରୀ ସହାୟତା ବୋଲି କିଛି ନାହିଁ ( physically challenged man need help ) । ଦୁଃଖକଷ୍ଟରେ ଏ ପରିବାରର ଦିନ ବିତୁଛି । ଅଧିକ ପଢନ୍ତୁ

physically challenged tareswar panda
ତାରେଶ୍ୱରଙ୍କୁ ସାହା ହୁଅନ୍ତୁ ସରକାର
author img

By

Published : Jan 8, 2023, 3:47 PM IST

ପ୍ରଶାସନକୁ ଦିଶୁନି ତାରେଶ୍ୱରଙ୍କ ଦୁରାବସ୍ଥା

ଖୋର୍ଦ୍ଧା: ଦୁଃଖ ସୁଖକୁ ନେଇ ଜୀବନ । ଜୀବନରେ ଦୁଃଖ ସୁଖ ରହିଲେ ସଂଘର୍ଷର ସ୍ବାଦ ଚାଖେ ମଣିଷ । ହେଲେ ଦୁଃଖ ଯେବେ ସୀମା ପାର କରେ ଅସହାୟ ହୋଇଯାଏ ଜୀବନ । ଭାଗ୍ୟକୁ ନିନ୍ଦେ ମଣିଷ । ହେଲେ ସଂଘର୍ଷ ଛାଡେ ନାହିଁ । ଦୁନିଆରେ ଅନେକ ଲୋକ ଅଛନ୍ତି କାହା ପାଇଁ ଜୀବନ ସୁଖ ଭରା ହୋଇଥାଏ ତ ଆଉ କାହା ପାଇଁ ଦୁଃଖଭରା । ଅନେକ ବଞ୍ଚିବା ପାଇଁ ପ୍ରତି ମୂହୂର୍ତ୍ତରେ ଲଢନ୍ତି । ସେମିତି ଜଣେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ମଲ୍ଳୀପଦର ଗ୍ରାମର ଦିବ୍ୟାଙ୍ଗ ତାରେଶ୍ବର ପଣ୍ଡା । ଭଗବାନ ତାଙ୍କୁ ଦିବ୍ୟାଙ୍ଗ କରିଛନ୍ତି । ହେଲେ ସେ ହାରି ନାହାନ୍ତି । ବୃଦ୍ଧ ବାପାମାଆଙ୍କ ପାଇଁ ସାଜିଛନ୍ତି ଶ୍ରବଣ କୁମାର । ଏହି ଅସହାୟ ପରିବାରକୁ ଅଧିକ ସରକାରୀ ସହାୟତାର ଆବଶ୍ୟକ ରହିଛି (Physically Challenged man need help ) ।

ଦିବ୍ୟାଙ୍ଗ ତାରେଶ୍ୱରଙ୍କ ପାଇଁ ଦାରିଦ୍ରତା ସବୁ ସୀମା ଟପିଯାଇଛି ଭଗବାନ ଯେମିତି ପଥର ପାଲଟି ଯାଇଛନ୍ତି । ମଲ୍ଳୀପଦର ଗ୍ରାମର ଦିବ୍ୟାଙ୍ଗ ତାରେଶ୍ୱର ପଣ୍ଡା । ବୟସ ୪୫ । ତଥାପି ସେ ନିଜକୁ କେବେ ଅକ୍ଷମ ଭାବି ନାହାନ୍ତି । ବାପାମାଆଙ୍କ ପାଇଁ ଶ୍ରବଣ କୁମାର ସାଜି ନିଜ ଟ୍ରାଇ ସାଇକେଲରେ ଭିନ୍ନକ୍ଷମ ବାପାଙ୍କୁ ବସାଇ ନେଉଥିବା ଦୃଶ୍ଯ ବୟାନ କରୁଛି ବାପା ମାଆ ପ୍ରତି ତାଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ । ପିଲାଟି ଦିନକୁ ତାରେଶ୍ବର ଦିବ୍ୟାଙ୍ଗ । ଏତିକିରେ ତାଙ୍କ ଦୁଃଖ ସରିନାହିଁ । ତିନି ବର୍ଷ ତଳେ ଏକ ଦୁର୍ଘଟଣାରେ ବାପା ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ଅର୍ଥର ଅଭାବରୁ ତାଙ୍କ ଚିକିତ୍ସା କରି ପାରିନଥିଲେ ତାରେଶ୍ୱର । ସେ ଦିନଠାରୁ ବାପା ଶ୍ୟାମ ସୁନ୍ଦର ପଣ୍ଡା ହ୍ବିଲ ଚେୟାର ସାହାରରେ । ତାରେଶ୍ୱରଙ୍କ ମାଆ କୁନି ପଣ୍ଡା କ୍ୟାନ୍ସରରେ ପୀଡ଼ିତ ହୋଇ ଶଯ୍ୟାସାୟୀ । ପରିସ୍ଥିତି ଏପରି ହୋଇଛି ଭଗବାନ ଯେପରି ଦୁଃଖର ପାହାଡ ତାରେଶ୍ୱରଙ୍କ ଉପରେ ଅଜାଡି ଦେଇଛନ୍ତି ।

ସରକାରୀ ସହାୟତା କହିଲେ ତାରେଶ୍ୱରଙ୍କୁ ମିଳୁଛି ୭୦୦ ଟଙ୍କା ଦିବ୍ୟାଙ୍ଗ ଭତ୍ତା ବାପା ମାଆଙ୍କୁ ୫୦୦ ଟଙ୍କାର ଭତ୍ତା । ଅନ୍ତଦ୍ୟୋୟ ଅନ୍ନ ଯୋଜନାରେ ୩୫ କେଜି ଚାଉଳ । ସରକାର ମାଗଣା ଦେଇଥିବା ଚାଉଳରୁ ଭାତ ସିନା ହେଇଯାଉଛି କିନ୍ତୁ ତିଅଣ ପାଇଁ ପଡିଶା ଘର ସାହା । ସରକାର ତାରେଶ୍ୱରଙ୍କୁ କିଛି ଦିନ ତଳେ ଦେଇଥିବା ଟ୍ରାଇ ସାଇକେଲ ଭାଙ୍ଗି ଯାଇଛି । ଏକ ନୂଆ ସାଇକେଲ, ବାପାମାଆଙ୍କ ଚିକିତ୍ସା ଓ ଚଳିବା ପାଇଁ ଆର୍ଥିକ ସହାୟତା ପାଇଁ ପ୍ରଶାସନଙ୍କୁ ନିବେଦନ କରିଛନ୍ତି ତାରେଶ୍ୱର ।

ପରିବାରର ସମସ୍ୟା ନେଇ ବେଗୁନିଆ ବିଡିଓଙ୍କୁ ଅବଗତ କରାଇଥିଲେ ଆମ ପ୍ରତିନିଧି । ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ପଦକ୍ଷେପ ନିଆଯିବା ସହ ଟ୍ରାଇସାଇକେଲ ଓ ବର୍ଦ୍ଧିତ ଭତ୍ତା ଟଙ୍କା ତୁରନ୍ତ ଦେବାକୁ ପ୍ରତିଶୃତି ଦେଇଛନ୍ତି ବିଡିଓ ଲକ୍ଷ୍ମୀଧର ସାହୁ । ସେହିପରି ତାରେଶ୍ୱରଙ୍କ ପରିବାରକୁ କେହି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାଇବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.