ETV Bharat / state

ନିବୁଜ ଘରୁ ଦିବ୍ୟାଙ୍ଗ ଯୁବତୀ ଉଦ୍ଧାର, ଅଢେଇ ବର୍ଷ ଥିଲେ ବନ୍ଦ - ବନ୍ଦ ଘରୁ ଦିବ୍ୟାଙ୍ଗ ଯୁବତୀ ଉଦ୍ଧାର

ଆଢେଇ ବର୍ଷ ହେବ ବନ୍ଦ ଘରେ ଜୀବନ ବିତାଉଥିଲେ ଜଣେ ଦିବ୍ୟାଙ୍ଗ ଯୁବତୀ । ଆଲୋକ ଯେମିତି ଦେଖିବା ତାଙ୍କ ପାଇଁ ସ୍ବପ୍ନ ଥିଲା । ଏବେ ମିଶନ ଆଶ୍ରା ପାଲଟିଛି ତାଙ୍କ ନୂଆ ଠିକଣା । ଅଧିକ ପଢନ୍ତୁ

physically handicaped girl rescued
ନିବୁଜ ଘରୁ ଦିବ୍ୟାଙ୍ଗ ଯୁବତୀ ଉଦ୍ଧାର
author img

By

Published : Jun 16, 2023, 12:10 PM IST

ନିବୁଜ ଘରୁ ଦିବ୍ୟାଙ୍ଗ ଯୁବତୀ ଉଦ୍ଧାର

ନିଆଳି: ପୁରୁଣା କୋଠା ଘର । ଚାରିପାଖ ଅଳିଆ ଆବର୍ଜନାରେ ଭର୍ତ୍ତି । ଘର ଭିତର ଅବସ୍ଥା ନ କହିବା ଭଲ । ଏହି ନିବୁଜ ଘରେ ଏକାକି ପ୍ରାୟ ଅଢେଇ ବର୍ଷ ହେବ ଦିନ କାଟୁଥିଲେ ଜଣେ ଯୁବତୀ । ଦିନର ସୂର୍ଯ୍ୟଆଲୋକ ଓ ରାତିର ଜହ୍ନ ଆଲୁଅ ପଡୁନଥିବା ବନ୍ଦ ଘରେ ଦୀର୍ଘ ଦିନ ହେବ ରହି ଆସୁଥିଲେ ଏହି ଦିବ୍ୟାଙ୍ଗ ଯୁବତୀ । ସେ ଖାଉଥିଲେ କି ନାହିଁ ତାହା କାହାକୁ ଜଣାନଥିଲା । ଝିଅଟି ବାହାରକୁ ଆସି ତାଙ୍କ କଥା ବି କାହାକୁ କହିପାରୁନଥିଲେ । କାରଣ ତାଙ୍କୁ ତାଲା ପକାଇ ରଖା ଯାଇଥିଲା । ଦିବ୍ୟାଙ୍ଗ ଯୁବତୀ ଜଣକ ହେଲେ ଶ୍ବେତପୂର୍ଣ୍ଣା । ପୋଲିସ ଓ ପଞ୍ଚାୟତ ପ୍ରତିନିଧି ପରିତ୍ୟକ୍ତ ବନ୍ଦ ଘରୁ ଶ୍ବେତପୂର୍ଣ୍ଣାଙ୍କୁ ଉଦ୍ଧାର କରିଛନ୍ତି । ଏବେ ଯୁବତୀଙ୍କୁ 'ମିଶନ ଆଶ୍ରା' ସ୍ବେଚ୍ଛାସେବୀ ଅନୁଷ୍ଠାନରେ ରଖାଯାଇଛି । ଯୁବତୀଙ୍କୁ ତାଙ୍କ ମାଉସୀ ଗୋଟିଏ ଘରେ ତାଲା ବନ୍ଦ କରି ରଖୁଥିଲେ ।

ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ବନ୍ଦୀ ଜୀବନ କାଟୁଥିଲେ ଦିବ୍ଯାଙ୍ଗ ଯୁବତୀ ଶ୍ବେତପୂର୍ଣ୍ଣା । ଦିନ କେତେବେଳେ ଆଉ ରାତି କେତେବେଳେ ହେଉଥିଲା ତାଙ୍କୁ ଜଣା ନଥିଲା । ବନ୍ଦ ଘରେ ଅନ୍ଧାର କୋଠରୀ ବିତୁଥିଲା ଜୀବନ । ଦିନେ କି ଦୁଇ ଦିନ ଅଢେଇ ବର୍ଷ ହେବ ଏମିତି ଦୁର୍ବିସହ ଜୀବନ ବିତାଇ ଆସୁଥିଲେ ଦିବ୍ଯାଙ୍ଗ ଯୁବତୀ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ପୁରୋହିତପୁର ପଞ୍ଚାୟତ ଶିଙ୍ଗିରିଶାସନ ଗ୍ରାମର ଏ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିବ୍ଯାଙ୍ଗ ଯୁବତୀଙ୍କ ବାପା-ମାଆଙ୍କ ମୃତ୍ୟୁ ପରେ ଏକା ହୋଇଥିଲେ । ତାଙ୍କୁ ତାଙ୍କ ମାଉସୀ ଏହି ପରି ବନ୍ଦୀ କରି ରଖିଥିଲେ । ଦିନରାତି ଯୁବତୀ ଜଣକ ଘର ଭିତରେ ଏକାକି ରହୁଥିଲେ ।‌ ଖାଇବା ପାଇଁ ଯାହା ଦୁଇ ମୁଠା ମିଳୁଥିଲା । ସେ ଖାଉଥିଲେ କି ନାହିଁ ତାହାର ଖବର କେହି ରଖୁନଥିଲେ ।

ଖାଦ୍ୟପେୟ ଓ ଯତ୍ନ ଅଭାବରୁ ଦିବ୍ଯାଙ୍ଗ ଯୁବତୀ ଜଣକ ଅତ୍ୟନ୍ତ ଦୁର୍ବଳ ହୋଇ ପଡିଛନ୍ତି । ପୋଲିସ ଓ ପଞ୍ଚାୟତ ପ୍ରତିନିଧି ପରିତ୍ୟକ୍ତ ବନ୍ଦ ଘରୁ ଶ୍ବେତପୂର୍ଣ୍ଣାଙ୍କୁ ଉଦ୍ଧାର କରିଛନ୍ତି । ବନ୍ଦ ଘରୁ ବାହାରକୁ ଆସିବା ପରେ ଶ୍ବେତପୂର୍ଣ୍ଣାଙ୍କୁ ଯେମିତି ଲାଗୁଥିଲା ଏକ ନୂଆ ଜୀବନ ପାଇଛନ୍ତି । ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହୁଁଥିଲେ । ତାଙ୍କ ଆଖି ହଳକ ଅନେକ କିଛି କହି ଦେଉଥିଲା । ଏବେ ମିଶନ ଆଶ୍ରା' ସ୍ବେଚ୍ଛାସେବୀ ଅନୁଷ୍ଠାନ ତାଙ୍କର ନୂଆ ଠିକଣା ପାଲଟିଛି । ଶ୍ବେତପୂର୍ଣ୍ଣାଙ୍କ ମାଉସୀ ସମ୍ପତି ହାତେଇବା ପାଇଁ ଯୋଜନା କରିଥିବା ଆଲୋଚନା ଜୋର ଧରିଛି ।

ଶ୍ବେତପୂର୍ଣ୍ଣାଙ୍କ ଆଉ ଜଣେ ସାନ ଭଉଣୀ ଐଶ୍ବର୍ଯ୍ୟା ପଣ୍ଡା ଅଛନ୍ତି । ସେ ତାଙ୍କ ମାଉସୀଙ୍କ ପାଖରେ ରହୁଥିଲେ । ମାଉସୀ ପୁଷ୍ପଲତା ପ୍ରଧାନ ଚାହିଁଥିଲେ ଶ୍ବେତପୂର୍ଣ୍ଣୀଙ୍କୁ ପାଖରେ ରଖି ପାରିଥାନ୍ତେ ହେଲେ ତାଙ୍କୁ ତାଲା ପକାଇ ବନ୍ଦ କଠୋରୀରରେ ଆନ୍ଧାର ରାତିରେ ଜୀବନ ବିତାଇବାକୁ ଛାଡ଼ି ଦେଇଥିଲେ । ତେବେ ପ୍ରଶ୍ନ ଉଠୁଛି ଶ୍ବେତପୂର୍ଣ୍ଣାଙ୍କୁ ଡାକ୍ତରଙ୍କୁ ନଦେଖାଇ ଅଢେଇ ବର୍ଷ ହେବ କାହିଁକି ତାଲା ପକାଇ ରଖାଯାଇଥିଲା । ହୁଏତ ତାଙ୍କ ଚିକିତ୍ସା କରାଯାଇଥିଲେ ସେ ସୁସ୍ଥ ହୋଇଥାନ୍ତେ । ଐଶ୍ବର୍ଯ୍ୟାଙ୍କ ପରି ତାଙ୍କୁ ମଧ୍ୟ ମଉସା ମାଉସୀ ପାଖରେ ରଖିପାରିଥାନ୍ତେ ହେଲେ କାହିଁକି ରଖିଲେନ ନାହିଁ ଏହିପରି ଅନେକ ପ୍ରଶ୍ନ ଏବେ ଶିଙ୍ଗିରିଶାସନ ଗ୍ରାମବାସୀଙ୍କ ମନରେ ଉଙ୍କି ମାରୁଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.