ETV Bharat / state

ଖୁବଶୀଘ୍ର ପୂରଣ ହେବ ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ, ୨୩ଟି ବିଷୟରେ ଦିଆଯିବ ନିଯୁକ୍ତି

author img

By ETV Bharat Odisha Team

Published : Dec 21, 2023, 10:23 PM IST

PGT Recruitment: ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ । ୨୩ଟି ବିଷୟରେ ନିଯୁକ୍ତି ଦିଆଯିବ । ଅଧିକ ପଢନ୍ତୁ

୨୩ଟି ବିଷୟରେ ଦିଆଯିବ ନିଯୁକ୍ତି
୨୩ଟି ବିଷୟରେ ଦିଆଯିବ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ । ୨୩ଟି ବିଷୟରେ ଦିଆଯିବ ନିଯୁକ୍ତି । ପ୍ରକାଶ ପାଇବାକୁ ଯାଉଛି ୧ ହଜାର ୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ଭାବରେ ପଦ୍ଧତି ଆରମ୍ଭ କରାଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୩ଟି ବିଷୟରେ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଚୟନ କରିବାକୁ ଓଡିଶା ଲୋକସେବା ଆୟୋଗକୁ ସୂଚନା ଦିଆଯାଇଛି । ରାଜ୍ୟ ସରକାର ଶିକ୍ଷାର ଗୁଣବତ୍ତାକୁ ସୁଦୃଢ କରିବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ଏହି କ୍ରମରେ ଭିତ୍ତିଭୂମିର ଉନ୍ନତିକରଣ ଏବଂ ଶିକ୍ଷକ ନିଯୁକ୍ତି ଉପରେ ପ୍ରାଧାନ୍ୟ ଦେଇଛନ୍ତି ।

ଏହି ନିଯୁକ୍ତି ଦ୍ଵାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପୂରଣ ହେବା ସହିତ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟ ଭିତ୍ତିକ ପାଠ୍ୟକ୍ରମକୁ ସଠିକ୍ ଭାବେ ଅଧ୍ୟୟନ କରିବାର ସୁଯୋଗ ପାଇବେ । ୫୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟରୁ ଉନ୍ନୀତ ହୋଇଥିବା ୧୦୬ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ନିଯୁକ୍ତି କରାଯିବ । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏହି ଚୟନ ଶେଷ ହେବା ପରେ ଉଚ୍ଚ ଶିକ୍ଷା ବିଭାଗରୁ ଆସି ଶିକ୍ଷାଦାନ କରୁଥିବା ଅତିଥି ଅଧ୍ୟାପକମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗକୁ ଫେରାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ...ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ, ୪୧୬୬ଜଣ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତିପତ୍ର

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ ଡ୍ରପ ଆଉଟ୍ ଦ୍ବନ୍ଦ୍ବ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଆପତ୍ତି ଜଣାଇଲେ ଗଣଶିକ୍ଷାମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ମାଳ ମାଳ ଦୁର୍ନୀତିଗ୍ରସ୍ତ ଅଧ୍ୟକ୍ଷ ଓ ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ଗତକାଲି ରାଜ୍ୟ ସରକାରଙ୍କ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ନିଯୁକ୍ତି ହୋଇଥିବା ୪ ହଜାର ୧୬୬ ଜଣ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀମାନେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଛାତ୍ରଛାତ୍ରୀ ଯେପରି ବଡ ସ୍ୱପ୍ନ ଦେଖିବେ ଓ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ ସେଥିପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି। "ଏକବିଂଶ ଶତାବ୍ଦୀରେ ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ" ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଏହି ଖବର ପାଇବା ପରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.