ETV Bharat / state

Pet Animal Guidelines: ପାଳିତ କୁକୁରଙ୍କ ପାଇଁ ବିଏମସି ଆଣିବ ଗାଇଡଲାଇନ - ଭୁବନେଶ୍ବର ନ୍ୟୁଜ

ପେଟ୍ ଡ଼ଗ ବା ପାଳିତ କୁକୁର ବା ଜୀବ ଜନ୍ତୁଙ୍କପାଇଁ ଖୁବ୍ ଶୀଘ୍ର ବିଏମସି ଆଣିବ ଗାଇଡ଼ଲାଇନ୍ । ଅଧିକ ପଢନ୍ତୁ

ପାଳିତ କୁକୁରଙ୍କ ପାଇଁ ବିଏମସି ଆଣିବ ଗାଇଡଲାଇନ

author img

By

Published : Nov 17, 2022, 10:49 PM IST

ଭୁବନେଶ୍ବର: ପୋଷା କୁକୁରଙ୍କ ପାଇଁ ବିଏମସିର କଟକଣା । ଏଣିକି ଘରେ କୁକୁର ରଖୁଥିଲେ ରୁହନ୍ତୁ ସାବଧାନ। ରାଜଧାନୀରେ କୁକୁର କାମୁଡ଼ା କଳି କୋର୍ଟକୁ ଯିବା ପରେ ପେଟ ଡଗ ବା ପାଳିତ କୁକୁର ବା ଜୀବ ଜନ୍ତୁଙ୍କ ପାଇଁ ଖୁବ୍ ଶୀଘ୍ର ବିଏମସି ଆଣିବ ଗାଇଡ଼ଲାଇନ୍ ।

ପାଳିତ କୁକୁରଙ୍କ ପାଇଁ ବିଏମସି ଆଣିବ ଗାଇଡଲାଇନ

ତେବେ କୁକୁରକୁ କେମିତି ପାଳିବେ, ବାହାରକୁ ନେବା ସମୟରେ କେଉଁ ସତର୍କତା ଅବଲମ୍ବନ କରିବେ ଏସବୁକୁ ନେଇ ପ୍ରସ୍ତୁତ ହେବ କଟକଣା ବା ଗାଇଡଲାଇନ । କାରଣ ଆମେ ସଉକରେ ପାଳିଥିବା କୁକୁରକୁ ନେଇ ଆମର ଟିକିଏ ଅସାବଧାନତା ଲୋକଙ୍କ ଜୀବନ ନେଇପାରେ । ତେବେ ଏହାର ଉଦାହରଣ ଭୁବନେଶ୍ବରେ ଦେଖିବାକୁ ମିଳିବା ପରେ ଚେତିଛି ବିଏମ୍ସି । ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମସି ଏକ ଗାଇଡ଼ଲାଇନ୍ କରିବାକୁ ଯାଉଥିବା ବେଳେ ଯେଉଁମାନେ ନ ମାନିବେ ସେମାନଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି ।

ତେବେ ଏନେଇ ବୈଠକ ହେବା ସହ ପ୍ରସ୍ତୁତି ଚାଲିଛି। ଯେଉଁ ଘରେ ଏନିମଲ୍ ରହିବ ସେଠି ସୁବିଧା ଅଛି ନା ନାହିଁ, ଅନ୍ୟ ଳୋକଙ୍କୁ ଅସୁବିଧା ଯେମିତି ନ ହେବ ଗାଇଡ ଲାଇନରେ ଗୁରୁତ୍ଵ ଦିଆଯିବ। ପ୍ରଥମେ କୌଣସି ଅଭିଯୋଗ ଆସିଲେ ତାର ବିଚାର କରାଯିବ ଏହା ସହ ବିଏମସି ମଧ୍ୟ ରେଗୁଲାର ମନିଟରିଂ କରିବ । ଯେଉଁମାନେ ପେଟ୍ ଆନିମଲ୍ ରଖିବେ ସେମାନେ ପ୍ରଥମେ ସେମାନଙ୍କ ତଥ୍ୟ ଦେବେ। ତେବେ ଅନ୍ୟ ସହର ଗୁଡ଼ିକରେ ଥିବା ପେଟ ଆନିମଲ ଗାଇଡ଼୍ ଲାଇନକୁ ଅନୁଧ୍ୟାନ କରାଯାଉଛି। ଖୁବ୍ ଶୀଘ୍ର ଗାଇଡ ଲାଇନ ଆସିଯିବ ବୋଲି କହିଛନ୍ତି ବିଏମସି କମିଶନର ।

ଅନ୍ୟପଟେ ଯେଉଁମାନେ କୁକୁର ପାଳୁଛନ୍ତି ସେମାନେ ତାଙ୍କର ସଠିକ ଯତ୍ନ ନିଅନ୍ତୁ ଓ ସେମାନେ କିଭଳି କାହାକୁ ଆଘାତ ନ କରିବେ ସେଥି ପାଇଁ ମାଲିକ ମାନଙ୍କୁ ଧ୍ୟାନ ଦେବା ର ଆବଶ୍ୟକତା ରହିଛି । ଆଉ ସତର୍କତା ଅବଲମ୍ବନ କରି ସଚେତନତା ସହ ପାଳିବାକୁ କହିଛନ୍ତି ବିଏମ୍ସି କମିଶନର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.