ETV Bharat / state

୧୦୦ରୁ ଊର୍ଦ୍ଧ୍ବ ସ୍ଥାୟୀ ଜମାକାରୀଙ୍କର କୋଟି କୋଟି ଟଙ୍କା ଚଳୁ ଅଭିଯୋଗ

author img

By

Published : Feb 20, 2022, 7:52 PM IST

ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ବେଗୁନିଆ ସେବା ସମବାୟ ବ୍ୟାଙ୍କ ଶାଖା ଅଧୀନରେ ଥିବା ରାଉତପଡ଼ା ସମ୍ପ୍ରସାରିତ ଶାଖାରେ ମହାଘୋଟାଲା ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

୧୦୦ରୁ ଉର୍ଦ୍ଧ୍ବ ସ୍ଥାୟୀ ଜମାକାରୀଙ୍କର କୋଟି କୋଟି ଟଙ୍କା ଚଳୁ ଅଭିଯୋଗ

ଖୋର୍ଦ୍ଧା: ରାଜ୍ୟରେ ଚିଟ୍‌ଫଣ୍ଡ କେଳେଙ୍କାରୀ ପରେ ଅଣପଞ୍ଜୀକୃତ ବ୍ୟାଙ୍କ ଉପରେ ଜମାକାରୀଙ୍କ ଭରସା ତୁଟିଯାଇଛି । ତେଣୁ, ଅର୍ଜିତ ଅର୍ଥକୁ ଉପଭୋକ୍ତାମାନେ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କରେ ଜମା କରିବାକୁ ନିରାପଦ ମଣୁଛନ୍ତି । ମାତ୍ର ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ବେଗୁନିଆ ସେବା ସମବାୟ ବ୍ୟାଙ୍କ ଶାଖା ଅଧୀନରେ ଥିବା ରାଉତପଡ଼ା ସମ୍ପ୍ରସାରିତ ଶାଖାରେ ମହାଘୋଟାଲା ହୋଇଥିବା ଜଣାପଡ଼ିଛି ।

ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ସ୍ଥାୟୀ ଜମାକାରୀଙ୍କର କୋଟି କୋଟି ଟଙ୍କାକୁ ବ୍ୟାଙ୍କର କେତେଜଣ କର୍ମଚାରୀ ମଳିମିଶି ଚଳୁ କରିଦେଇଛନ୍ତି । ଅଭିଯୋଗ ହେବା ପରେ କେନ୍ଦ୍ରୀୟ ସେବା ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଅନନ୍ତ ସାମଲ ପହଞ୍ଚି କାଗଜପତ୍ର ଯାଞ୍ଚ କରିବାରୁ ଏସମ୍ପର୍କରେ ଜଣାପଡ଼ିଥିଲା । ପ୍ରାଥମିକ ତଦନ୍ତରୁ ଘୋଟାଲା ହୋଇଥିବା ସେ ସ୍ୱୀକାର କରିବା ସହ ଏଥିରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.