ETV Bharat / state

ରାଜଧାନୀରେ ଅସୁରକ୍ଷିତ ମହିଳା ! କମିଶନରେଟ ପୋଲିସର ମହିଳା ସୁରକ୍ଷା ପଦକ୍ଷେପକୁ ନେଇ ଉଠିଲା ପ୍ରଶ୍ନ

author img

By

Published : Mar 21, 2023, 11:01 PM IST

ରାଜଧାନୀରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ମହିଳା । ଭିନ୍ନ ଭିନ୍ନ ସ୍ଥାନରେ ଅସଦାଚରଣ ହେଉ କି ଲୁଟପାତ, ଆକ୍ରମଣର ଶିକାର ହେଉଛନ୍ତି ମହିଳା । ଏଭଳି ଅନେକ ଖବର ସାମନାକୁ ଆସିବା ପରେ କମିଶନରେଟ ପୋଲିସର ମହିଳା ସୁରକ୍ଷା ପଦକ୍ଷେପକୁ ନେଇ ଉଠିଛି ପ୍ରଶ୍ନ । ଅଧିକ ପଢନ୍ତୁ

Woman attacked by miscreants
Woman attacked by miscreants
ରାଜଧାନୀରେ ଅସୁରକ୍ଷିତ ମହିଳା, କମିଶନରେଟ ପୋଲିସର ମହିଳା ସୁରକ୍ଷା ପଦକ୍ଷେପକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଛନ୍ତି ମହିଳା । ଭିନ୍ନ ସମୟରେ ସାମ୍ନାକୁ ଆସୁଛି ମହିଳାଙ୍କୁ ଆକ୍ରମଣ କରୁଥିବାର ଚିତ୍ର । ଏବେ ପୁଣି ଲକ୍ଷ୍ମୀସାଗର ଥାନା ଓସ୍କାର ସିଟି ଅଞ୍ଚଳରୁ ଫୁଲ ତୋଳିବା ବେଳେ ମହିଳାଙ୍କୁ ଆକ୍ରମଣ ଘଟଣାକୁ ନେଇ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଚଳିତ ବର୍ଷ ଆରମ୍ଭରୁ ମହିଳାଙ୍କୁ ଭିନ୍ନ ଭିନ୍ନ ଢଙ୍ଗରେ ଆକ୍ରମଣ କରାଯାଉଥିବା ବେଳେ କମିଶନରେଟ ପୋଲିସ ମହିଳା ସୁରକ୍ଷା ଦିଗରେ କଣ ପଦକ୍ଷେପ ନେଉଛି ତାହା ଉପରେ ପ୍ରଶ୍ନ ଉଠିଛି ।

ବର୍ଷ ଆରମ୍ଭରୁ ଜାନୁଆରୀ ୪ତାରିଖ ସହିଦନଗର ଥାନା ଅଞ୍ଚଳରେ ଜଣେ ମହିଳା ସବ ଇନସ୍ପେକ୍ଟରଙ୍କୁ ଆକ୍ରମଣ ସହ ଅସଦାଚରଣ ଅଭିଯୋଗ ହୋଇଥିଲା । ରିଜର୍ଭ ବାଟାଲିୟନ ସାମ୍ନାରେ ମହିଳା ସବ ଇନସ୍ପେକ୍ଟର ଯାଉଥିବା ଗାଡିର ଲାଇଟ୍ ଅଫଡାଉନକୁ କେନ୍ଦ୍ର କରି ୪ଜଣ ଅଭିଯୁକ୍ତ ପିଛା କରି ପାଟିତୁଣ୍ଡ କରିବା ସହ ମହିଳା ସବ ଇନସ୍ପେକ୍ଟରଙ୍କୁ ଧମକ ଦେଇଥିଲେ । ସେହିପରି ଜାନୁଆରୀ ୪ତାରିଖରେ ବଡଗଡ ଥାନା ବିଜେବି କଲେଜ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କ ସହ ମିଳାମିଶା କରିବାରୁ ଛାତ୍ରୀଙ୍କ ବନ୍ଧୁଙ୍କୁ ମାଡ଼ ମାରିବା ସହ‌ ତଳେ ପକାଇ ଗୋଇଠା ମାରି‌ ଛାତ୍ରୀଙ୍କୁ ମାନସିକ ଚାପ ପକାଇବା ଘଟଣା ସାମନାକୁ ଆସିଥିଲା ।

ଫଳରେ କ୍ୟାମ୍ପସରେ ଛାତ୍ରୀଟିଏ ଭୟଭୀତ ହୋଇ ଘରେ ଜଣାଇବା ପରେ ଏନେଇ ଥାନାରେ ଅଭିଯୋଗ ପରେ ଜଣେ ସିନିୟର୍ ଛାତ୍ର ସହ କିଛି ଜୁନିୟର ଛାତ୍ରଙ୍କୁ ଗିରଫ କରାଯାଇଥିଲା । ପରେ କଲେଜରୁ ସସପେଣ୍ଡ ହୋଇଥିଲେ। ସେହିପରି ଜାନୁଆରୀ ୨୪ତାରିଖ ମହିଳା ଥାନାରେ ଏକ କାର ଶୋ' ରୁମରେ କାମ କରୁଥିବା ଜଣେ ଯୁବତୀ ତାଙ୍କ ପଟିଆସ୍ଥିତ ଏକ ୪ଚକିଆ ଗାଡି ଶୋ' ରୁମର ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଅସଦାଚରଣ ଓ ମାନସିକ ଚାପ ଦେଇ କର୍ମସ୍ଥଳୀରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ହେଲେ ଭିଶାଖା ଗାଇଡଲାଇନର ସବୁ ନିୟମକୁ ପାଣି ପିଇଲା ଭଳି ଅଭିଯୋଗକାରିଣୀଙ୍କ ଅଭିଯୋଗ ବି ଶୁଣିଲେ ନାହିଁ କି ଅଭିଯୋଗ ହୋଇଥିବା ବଡ଼ ଅଧିକାରୀଙ୍କୁ ସାମ୍ନାକୁ ଆଣିଲେ ନାହିଁ।

ଏହା ବି ପଢନ୍ତୁ- ଗୋଡାଇ ଗୋଡାଇ ମହିଳାଙ୍କଠୁ ସୁନା ଚେନ ଝାମ୍ପିଲେ ଲୁଟେରା, ସିସିଟିଭିରେ କଏଦ ଦୃଶ୍ୟ

ସେହିପରି ମାର୍ଚ୍ଚ ୯ତାରିଖ ବଡଗଡ ଥାନା ରତ୍ନାକର ବାଗ ଅଞ୍ଚଳର ନିତିଦିନ ପରି ଟ୍ୟୁସନ ଯାଉଥିବା ସମୟରେ ରାସ୍ତା ଉପରେ ଯୁବତୀଙ୍କର ଶରୀରକୁ ସ୍ପର୍ଶ କରି ଅସଦାଚରଣ କରି ଚମ୍ପଟ ମାରିଥିଲା ଦୁର୍ବୁତ୍ତ । ଏନେଇ ସରୋଜ ନାମକ ଯୁବକକୁ ଗିରଫ କରିଥିଲା ପୋଲିସ। ମାର୍ଚ୍ଚ ୧୦ତାରିଖ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା‌ବେଣୁପୁରରେ ହୋଲିଖେଳକୁ କେନ୍ଦ୍ରକରି ଜଣେ ମହିଳା ନୟନା ପାତ୍ରଙ୍କ ଘରେ କିଛି ଦୁର୍ବୃତ୍ତ ପଶି ହଙ୍ଗାମା କରିବା ସହ ଟିଭି, ଫ୍ରିଜ୍, ଆସବାବ ପତ୍ର ଫିଙ୍ଗି ଆତଙ୍କ ସୃଷ୍ଟି କରିଥିଲେ । ଏନେଇ ନ୍ୟାୟ ପାଇବାରୁ ବଞ୍ଚିତ ହେବାରୁ ଡିସିପି ଅଫିସ ଦ୍ବାରସ୍ଥ ହୋଇଥିଲେ ମହିଳା ।

ଗତ ମାର୍ଚ୍ଚ ୧୭ ତାରିଖରେ କ୍ୟାପିଟାଲ ଥାନା ଅଞ୍ଚଳରେ ରାଜଭବନ ପଛପଟେ ଥିବା ଆଇଟିଆଇ କଲେଜ ସାମ୍ନାରେ ଜଣେ ଯୁବତୀ ଠିଆ ହୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଯୁବତୀ ଜଣକ ଜୀବନ ବିକଳରେ ଅନ୍ୟ ଜଣଙ୍କ ଘରେ ପଶି ଯାଇଥିଲେ। ପରେ ପିସିଆର‌ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏ ଘଟଣାର ଛାନଭିନ ଏ ଯାଏଁ କରିନି ପୋଲିସ ।

ଏବେ ନିକଟରେ ଗତ ମାର୍ଚ୍ଚ ୧୯ ତାରିଖରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଓସ୍କାର ସିଟିରେ ଜଣେ ମହିଳା ଫୁଲ ତୋଳିବା ବେଳେ ୨ଜଣ ଯୁବକ ଆସି ପିଛା କରିବା ସହ ମହିଳାଙ୍କୁ ଗୋଡାଇ ତଳେ ପକାଇ ବଳପୂର୍ବକ ତାଙ୍କ ବେକରୁ ଚେନ ଛିଣ୍ଡାଇ ଚମ୍ପଟ ମାରିଥିଲେ। ଏହିପରି ଅନେକ ଘଟଣା ଘଟୁଥିଲେ ମଧ୍ୟ ଗତ ଜାନୁଆରୀ ୧ତାରିଖରେ ପୋଲିସ ଡିଜି କହିଥିଲେ ମହିଳା ସୁରକ୍ଷା ଦିଗରେ ପୋଲିସ ଏକ ନିର୍ଣ୍ଣାୟକ ଭୂମିକା ନେବାକୁ ଚଳିତ ବର୍ଷ ପାଇଁ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବାସ୍ତବିକ ମହିଳା ସୁ୍ରକ୍ଷା ନେଇ ନାରାବାଜି ଦିଆଯାଉଥିଲେ ମଧ୍ୟ ଅସଲରେ ବାସ୍ତବିକ ଚିତ୍ର ତାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି । ନା ଏନେଇ ପୋଲିସ କିଛି ସ୍ପଷ୍ଟ ଦୂରଦୃଷ୍ଟି ରହିଛି ନା ଏଦିଗରେ ସେପରି କିଛି ଦୃଷ୍ଟାନ୍ତମୂଳକ କାର୍ଯକ୍ରମ ଗ୍ରହଣ କରାଯାଉଛି ।

ପୁର୍ବରୁ କମିସନରେଟ ପୋଲିସ ମହିଳା ସୁ୍ରକ୍ଷା ନେଇ ସହରରେ ସିସିଟିଭି ସର୍ଭିଲାନସ କଥା କହୁଛି ତଥାପି ଲୁଟେରା ରାସ୍ତାରେ ମହିଳାଙ୍କୁ ସୁନା ଚେନ ସହ ମୋବାଇଲ୍ ଝାମ୍ପିନେଉଛନ୍ତି । ସ୍କୁଲ କଲେଜ ଓ କର୍ମଜିବି ମହିଳାଙ୍କ ଉପରେ ହେଉଥିବା ମହିଳା ହିଂସା ଉପରେ ନଜର ରଖିବାକୁ ଆରମ୍ଭ ହୋଇଥିଲା ସ୍ପେଶାଲ ପୋଲିସ ଅଫିସର (SPO)ହେଲେ ତାହା ଆଖି ଦୃଶିଆ ଆକ୍ଟିଭ ଦିଶୁନି କି ଏଥିରେ ଯୋଡ଼ି ହୋଇଥିବା ସଦସ୍ୟ ସକ୍ରିୟ ନାହାନ୍ତି । ଗତ ମାର୍ଚ୍ଚ ୧୯ ତାରିଖରେ ପ୍ରତିକ୍ରିୟା ରଖି ଏସିପି ଏସ ଏନ୍ ମୁଦୁଲି କହିଛନ୍ତି ମହିଳା ସୁରକ୍ଷିତ ଅଛନ୍ତି । ଭୟଭୀତ ହେବା‌ର ନାହିଁ । ଯାହା ପଦକ୍ଷେପ ନେବା କଥା ନିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.