ETV Bharat / state

ରାସ୍ତା ଖୋଳି ଦେଇ ଭୁଲିଗଲେ ଠିକାଦାର, ହନ୍ତସସ୍ତ ଗ୍ରାମବାସୀ

author img

By ETV Bharat Odisha Team

Published : Aug 27, 2023, 5:51 PM IST

ପାଇପ ବିଛାଇବା ପାଇଁ ରାସ୍ତା ଖୋଳି ହେଲା । ହେଲେ ମାସେ ହେଲା ପଡି ରହିଛି ପାଇପ କାମ । ହନ୍ତସନ୍ତ ଗ୍ରାମବାସୀ । ଅଧିକ ପଢନ୍ତୁ

‘ଠିକାଦାର ମନମୁଖୀ କାର୍ଯ୍ୟ ପାଇଁ ହନ୍ତସନ୍ତ ଗାଁ ଲୋକ’

ଖୋର୍ଦ୍ଧା: ଚାଲିଛି ମେଗା ଜଳ ଯୋଗାଣ ପ୍ରକଳ୍ପ, ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ବିନା ଯନ୍ତ୍ରୀଙ୍କ ଉପସ୍ଥିତରେ ହେଉଛି ପାଇପ ବିଛା କାମ । ପାଇପ ବିଛାଇବା ପାଇଁ ରାସ୍ତା ଖୋଳା ଯାଇଛି । ହେଲେ ପାଇପ କାମ ନକରି ରାସ୍ତାକୁ ଅଧାପନ୍ତରା ଛାଡ଼ି ଦେଇ ଠିକାଦାର ଚାଲିଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରି ଜେଇ ଉପରେ ବର୍ଷିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ ।

ଗ୍ରାମବାସୀ ଅଭିଯୋଗ କହିଛନ୍ତି କି, ଠିକାଦାର ମନ ଇଚ୍ଛା ହାତଗୁଞ୍ଜା ନେଇ ଘର ନଥିବା ଯାଗାକୁ ପାଇପ ଯୋଗାଣ କରୁଥିବା ବେଳେ ଘର ଥିବା ଯାଗାକୁ ପାଇପ ଯୋଗାଣ କରୁନାହିଁ । ସେତିକି ନୁହେଁ ଦୀର୍ଘ ଏକ ମାସ ହେବ ପାଇପ ବିଛାଇବାକୁ ଯାଇ ଗାଁ ଦାଣ୍ଡକୁ ଖୋଳିଦେଇ ଠିକାଦାର ଛୁ' ମାରିଛନ୍ତି । ଫଳରେ ସାହି ବାସିନ୍ଦା ଆଣ୍ଠୁଏ ଗାତରେ ଯାତାୟତ କରୁଥିବା ବେଳେ ଗାଡି ସାଇକେଲ ଚଳାଚଳରେ ଠପ୍ ହୋଇଯାଇଛି । ତାସହ ପଞ୍ଚାୟତର ଦ୍ୱାରା ବସୁଧା ଯୋଜନାରେ ପୂର୍ବରୁ ବିଛା ଯାଇଥିବା ପାନୀୟ ଜଳ ଯୋଗାଣ ପାଇପ୍‌କୁ ଠିକା ସଂସ୍ଥା ଦ୍ୱାରା ଫଟାଇ ଦେଇଥିବାରୁ ବର୍ତ୍ତମାନ ପାଇପ ଦ୍ବାରା ଜଳ ଯୋଗାଣ ହୋଇ ପାରୁନି । ଫଳରେ ଗ୍ରାମର ଶତାଧିକ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ବର୍ଷା ଦିନେ ପାନୀୟ ଜଳ ଟୋପାଏ ପାଇଁ କୂଳ ଓ ନଳକୂପର ଗୋଳିଆ ପାଣି ପିଉଛନ୍ତି । ଯାହଫଳେର ନାନା ରୋଗବ୍ୟାଧି ହେଉଥିବା ଅଭିଯୋଗ କରିଛନ୍ତି ।

ଅଧିକ ପଢନ୍ତୁ: ତାତିକୁ ନାହିଁ ଭାୟ, ଡହଡହ ଖରାରେ ପାନୀୟ ଜଳ ସଙ୍କଟ ପାଇଁ ରାସ୍ତା ରୋକ

ସ୍ଥାନୀୟ ବସିନ୍ଦା ସୁକାନ୍ତ ପରିଡା କହିଛନ୍ତି,"ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାକୁ ନେଇ ଗ୍ରାମବାସୀ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ବିଡିଓଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଲେ ମଧ୍ଯ କିଛି ସମାଧାନ ହେଉନାହିଁ । ଗୋଟିଏ ପଟେ ସରକାର ଗାଁ ଗାଁ ରେ ଘର ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ମିଶନ ବେଗୁନିଆରେ ଫେଲ ମାରିଛି । ଏନେଇ ବିଭାଗୀୟ ଅଧିକାରୀ ସହ ସରକାର ଖୁବଶୀଘ୍ର ସ୍ଥାନୀୟ ଲୋକମାନଙ୍କ ସମସ୍ଯାକୁ ସମାଧାନ କରନ୍ତୁ । ଯଦି ସମସ୍ଯାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିଛନ୍ତି ।" ସେପଟେ ଘଟଣା ସମ୍ପର୍କରେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ବିଭାଗୀୟ ଅଧିକାରୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.