ETV Bharat / state

Assembly News: ଇ-ଯାନ କିଣିବାକୁ ବଢୁଛି ଆଗ୍ରହ - ଇ ଯାନକୁ ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିକ୍ରିୟା

ରାଜ୍ୟରେ ଇ-ଯାନ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ

Assembly News
Assembly News
author img

By

Published : Dec 2, 2022, 8:42 AM IST

ଭୁବନେଶ୍ବର: ରାଜ୍ୟରେ ଇ-ଯାନ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି । ଚଳିତ ବର୍ଷ ଦୁଇ ଚକିଆରୁ ଆରମ୍ଭ କରି ଚାରି ଚକିଆ ପର୍ଯ୍ୟନ୍ତ ରେକର୍ଡ ସଂଖ୍ୟକ ଇ-ଯାନ ବିକ୍ରି ହୋଇଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି , "ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦,୩୩୬ଟି ଦୁଇ ଚକିଆ ଇ-ଯାନ ବିକ୍ରି ହୋଇଛି । ସେହିପରି ୩୫୮୦ଟି ତିନି ଚକିଆ ଓ ୪୫୪ ଟି ଚାରିଚକିଆ ଇ-ଯାନ ବିକ୍ରି ହୋଇଛି । କେବଳ ଚଳିତବର୍ଷରେ ୨୨,୭୪୫ ଟି ଦୁଇ ଚକିଆ ଇ-ଯାନ ବିକ୍ରି ହୋଇଛି । ୨୦୧୬ରେ ରାଜ୍ୟରେ ମାତ୍ର ୨୩ଟି ଏହି ଧରଣର ଯାନ ବିକ୍ରି ହୋଇଥିଲା ।"

ସେହିଭଳି ଚଳିତବର୍ଷ ରାଜ୍ୟରେ ୧୮୯୪ ତିନି ଚକିଆ ଇ-ଯାନ ବିକ୍ରି ହୋଇଛି । ଗତବର୍ଷ ଏହି କିସମର ଯାନ ସଂଖ୍ୟା ଥିଲା ୬୨୩ । ଚଳିତ ବର୍ଷ ଏବେ ସୁଦ୍ଧା ୩୬୬ଟି ଚାରିଚକିଆ ବିଦ୍ୟୁତ ଚଳିତ ଯାନ ବିକ୍ରି ହୋଇଛି । ଗତ ବର୍ଷ ରାଜ୍ୟରେ ୧୨ଟି ଚାରିଚକିଆ ବିଦ୍ୟୁତ ଚାଳିତ ଯାନ ବିକ୍ରି ହୋଇଥିବାବେଳେ ୨୦୨୦ ରେ ୧୨ଟି ଓ ୨୦୧୯ରେ ମାତ୍ର ଗୋଟିଏ ଯାନ ବିକ୍ରି ହୋଇଥିଲା । ରାଜ୍ୟ ସରକାର ବ୍ୟାଟେରୀ ଚାଳିତ ଯାନ ଖରିଦ କ୍ଷେତ୍ରରେ ସବସିଡ୍‍ ପ୍ରଦାନ କରୁଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ତାହା ଜାରି ରହିବ ବୋଲି କହିଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.