ETV Bharat / state

ସୌମ୍ୟ-ସୁଧାଂଶୁ ବିଜେଡିରୁ ବିଦା: କଂଗ୍ରେସ ପଚାରିଲା ଆଜି ଯାଏଁ କାହିଁକି ଚୁପ୍ ଥିଲେ ନବୀନ ? - ସୌମ୍ୟ ରଞ୍ଜନ ପଟ୍ଟନାୟକ ବହିଷ୍କୃତ

ବିଜେଡି ଦଳର 2 ବିଧାୟକ ଦଳରୁ ବହିଷ୍କାର ହେବା ପ୍ରସଙ୍ଗରେ କଂଗ୍ରେସ ପ୍ରତିକ୍ରିୟା ରଖିଛି। ସୌମ୍ୟଙ୍କ ଆଲେଖ୍ୟକୁ ନେଇ ଟାର୍ଗେଟ କରାଯାଇଛି କହିବା ସହ ଦୁର୍ନୀତି ବିରୋଧରେ ପୂର୍ବରୁ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା ବୋଲି ପ୍ରଶ୍ନ କରିଛି ଦଳ ।

pcc president sarat pattnaik slams bjd
ବିଜେଡି ବିଧାୟକଙ୍କୁ ନିଲମ୍ବନ ପରେ କଂଗ୍ରେସର ଟାର୍ଗେଟ
author img

By ETV Bharat Odisha Team

Published : Sep 21, 2023, 9:15 PM IST

କଂଗ୍ରେସ ପଚାରିଲା ଆଜି ଯାଏଁ କାହିଁକି ଚୁପ୍ ଥିଲେ ନବୀନ

ଭୁବନେଶ୍ବର: ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ସୁଧାଂଶୁ ପରିଡା ଦଳରୁ ବହିଷ୍କାର ହେବା ଘଟଣାରେ ପ୍ରତିକ୍ରିୟା ରଖିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଲା କଂଗ୍ରେସ । "ଏହା ହେଉଛି ବିଜେଡି ଦଳ ଭିତର କଥା ଏ ସମ୍ପର୍କରେ କଂଗ୍ରେସ ମତ ରଖିବା ଠିକ ନୁହେଁ । କିନ୍ତୁ ବହିଷ୍କାର ପରେ ଆମର ପ୍ରଶ୍ନ ହେଉଛି, ଏହି ଦୁଇ ଜଣ ବିଧାୟକ ଦୁର୍ନୀତି କରୁଥିଲେ ବୋଲି ଆଜି ପର୍ଯ୍ୟନ୍ତ ସରକାର ଜାଣିପାରିଲେ ନାହିଁ କେମିତି ? ଯଦି ଜାଣିଥିଲେ, କାହିଁକି ଚୁପ ହୋଇ ବସିଥିଲେ ? ରାଜ୍ୟରେ 2000 ମସିହାରୁ ଏଗ୍ରିକଲଚରରେ ଦୁର୍ନୀତି ଚାଲିଛି । ତେବେ ସରକାରଙ୍କର ଆଜି କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ମନେ ପଡିଲା ?" ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ବିଜେଡି ଦଳର 2 ବିଧାୟକ ଦଳରୁ ବହିଷ୍କାର ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ସାମ୍ବାଦିକ ଏବଂ ସମ୍ପାଦକ ଭାବରେ ଖବରକାଗଜରେ ଆଲେଖ୍ୟ ଲେଖିଥିଲେ । ମନ୍ତ୍ରୀ ବଡ଼ ନା ଅଫିସର ବଡ ବୋଲି ପ୍ରଶ୍ନ ପଚାରିଥିଲେ । ଯେତେବେଳେ ବିଜେଡି ସୌମ୍ୟ ପଟ୍ଟନାୟକଙ୍କୁ ଦଳରେ ସାମିଲ କରିଥିଲା ସେତେବେଳେ କ'ଣ ସିଏ ଜାଣିନଥିଲେ ସୌମ୍ୟ ବାବୁ ଦୁର୍ନୀତି କରିଛନ୍ତି ? ଦଳରେ ସାମିଲ କରିଲା ବେଳେ କାହିଁକି ଏ ସମ୍ପର୍କରେ ଚିନ୍ତା କଲେ ନାହିଁ ? ସେତେବେଳେ 5 ଟି କଣ କରୁଥିଲା ? ସତ କଥା ହେଉଛି, ସୌମ୍ୟ ରଞ୍ଜନ ସତ ଲେଖିଲା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଗଣତନ୍ତ୍ରର ହତ୍ୟା ହୋଇସାରିଛି । ମନ୍ତ୍ରୀ, ବିଧାୟକ ଏବଂ ସାଂସଦମାନେ ସାଧାରଣଲୋକଙ୍କ ସମସ୍ୟା ବୁଝିପାରୁନାହାନ୍ତି । ଯିଏ ସରକାରଙ୍କ ବିରୋଧରେ ଲେଖିଲା ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ରାଜ୍ୟର ଏକଛତ୍ରବାଦ ଶାସନର ଏହା ଏକ ବଡ ଉଦାହରଣ ।" ରାଜ୍ୟରେ ଅଫିସର ରାଜ ବନ୍ଦ କରି ଗଣତନ୍ତ୍ର ସ୍ଥାପନ କରିବାକୁ ଅପିଲ କରିଛନ୍ତି ପିସିସି ସଭାପତି । ସେପଟେ ସୌମ୍ୟରଞ୍ଜନ କଂଗ୍ରେସ ଦଳରେ ମିଶିବାକୁ ଚାହିଁଲେ ଦଳ ତାଙ୍କୁ ମିଶାଇବ କି ନାହିଁ ପ୍ରଶ୍ନରେ ପିସିସି ସଭାପତି କହିଛନ୍ତି ଯେ ଏହାର ନିଷ୍ପତ୍ତି ଦଳର ହାଇକମାଣ୍ଡ ନେବେ ।

ଏହା ବି ପଢନ୍ତୁ...'କେତେ ଲୋକଙ୍କୁ ଦଳରୁ ବାହାର କରିବେ, ଆଗାମୀ ଦିନରେ ଜଣାପଡ଼ିବ'

ଆଜି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ସୁଧାଂଶୁ ପରିଡା ଦଳରୁ ବହିଷ୍କାର ହେବା ନେଇ ସୂଚନା ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଉଭୟ ଖଣ୍ଡପଡା ଏବଂ ରେମୁଣା ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଥା ଦଳର ସୁପ୍ରିମୋ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ତେବେ ଏହା ପରେ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ସୌମ୍ୟଙ୍କ ଭଳି ଜଣେ ହାଇ ପ୍ରୋଫାଇଲ ନେତା ଦଳରୁ ବହିଷ୍କାର ହେବା ପରେ ସାରା ଓଡ଼ିଶାର ନଜର ସୌମ୍ୟଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି । ତେବେ କଂଗ୍ରେସ ଏହା ବିଜେଡି ଦଳର ଆଭ୍ୟନ୍ତରୀଣ ବ୍ୟାପାର କହିବା ସହ ଦୁର୍ନୀତି ବିରୋଧରେ ନବୀନଙ୍କ ଶୂନ୍ୟ ସହିଷ୍ଣୁତା ନୀତିକୁ ସମାଲୋଚନା କରିଛି ।

ଖାଲି ସେତିକି ନୁହେଁ, ବିଜେଡିକୁ ଟାର୍ଗେଟ କରି କଂଗ୍ରେସ କହିଛି, "ଅଫିସର ରାଜ ଚାଲିଛି । ଜଙ୍ଗଲ ରାଜ ଚଳିବ ନାହିଁ। ଯେତେବେଳେ ସୌମ୍ୟଙ୍କୁ ଦଳକୁ ନେଲେ ସେତେବେଳେ ଜାଣି ନଥିଲେ । ଯେତେବେଳେ ଖବର କାଗଜରେ ଲେଖିଲେ ସେତେବେଳେ କେସ କରି ବହିଷ୍କାର କରିବ । ଅନେକ ବିଜେଡ଼ି ନେତାଙ୍କ ନାଁରେ ହତ୍ୟା ମାମଲା, ଚିଟ୍ ଫଣ୍ଡ କେସ, ଫ୍ରଡ଼ କେସ ରହିଥିବାବେଳେ ସେମାନଙ୍କୁ ଘଣ୍ଟ ଘୋଡାଯାଉଛି। ବିଜେଡ଼ିର ବିପଦ ଆରମ୍ଭ ହେଲା । 6 ମାସରେ ଓଡିଶା ଲୋକେ ଜବାବ ଦେବେ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.