ETV Bharat / state

କାହାକୁ କେତେବେଳ ହଟାଯାଏ ତାର ସ୍ପଷ୍ଟୀକରଣ ଦିଆଯାଏନି: ପିସିସି ସଭାପତି

author img

By

Published : May 19, 2023, 3:04 PM IST

ଝାରସୁଗୁଡାର କଂଗ୍ରେସର ଅମାନତ ହରାଇବାକୁ ନେଇ ଗଣମାଧ୍ୟମରେ ପିସିସି ମୁଖପାତ୍ର ଷ୍ଟାଲିନ ମିଶ୍ରଙ୍କ ମନ୍ତବ୍ୟ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ଏହାକୁ ନେଇ ପ୍ରତିକ୍ରିୟା ରହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

pcc president sarat pattnaik on stalin mishra
ପିସିସି ସଭାପତି ଶରତ ପଟ୍ଟନାୟକ

କାହାକୁ କେତେବେଳ ହଟାଯାଏ ତାର ସ୍ପଷ୍ଟୀକରଣ ଦିଆଯାଏନି

ଭୁବନେଶ୍ବର: "କାହାକୁ କେତେବେଳେ ରଖାଯାଏ କାହାକୁ ହଟାଯାଏ ସେଥିରେ ଏକ୍ସପ୍ଲାନେସନ ଦେବାକୁ ପଡେନାହିଁ । ସେ ବାବୁ ଯଦି ଦଳ ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ, ଦଳ ପାଇଁ ସଂଗଠନମୂଳକ କାର୍ଯ୍ୟ କରିବାକୁ ଚାହାନ୍ତି ତେବେ ଦଳକୁ ଆସିପାରନ୍ତି ।" ନାଁ ନନେଇ କିଛି ଏମିତ କହିଛନ୍ତି ପିସିସି ଶରତ ପଟ୍ଟନାୟକ । ଝାରସୁଗୁଡାର କଂଗ୍ରେସର ଅମାନତ ହରାଇବାକୁ ନେଇ ଗଣମାଧ୍ୟମରେ ପିସିସି ମୁଖପାତ୍ର ଷ୍ଟାଲିନ ମିଶ୍ର ଦେଇଥିବା ମନ୍ତବ୍ୟ ପରେ ତାଙ୍କୁ ମୁଖପାତ୍ର ପଦରୁ ବହିଷ୍କାର କରାଯାଇଥିଲା । ଏହାପରେ କିଛି ଏମିତି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଝାରସୁଗୁଡାରେ କଂଗ୍ରେସର ପରାଜୟ ପରେ ଷ୍ଟାଲିନ କହିଥିଲେ,"ଶରତ ପଟ୍ଟନାୟକ ଭଲ ମଣିଷ ହୋଇପାରନ୍ତି କିନ୍ତୁ ତାଙ୍କ ନେତୃତ୍ବରେ ଯେତୋଟି ଉପନିର୍ବାଚନ ଲଢ଼ିଛି ଦଳ ସବୁ ଗୁଡ଼ିକରେ ଅମାନତ ହରାଇଛି ।" ଏନେଇ ପିସିସି ସଭାପତି ଶରତ କହିଛନ୍ତି, "ଦଳର ଶୃଙ୍ଖଳା ସମସ୍ତଙ୍କ ପାଇଁ ସମାନ। ଏହା ହେଉଛି ଦଳର ନିଷ୍ପତି । କେଉଁ ସମୟରେ ଦଳ କଣ ନିଷ୍ପତି ନେବା ସେଇଟା ଦଳର ଉପରେ ନିର୍ଭର କରେ । ଷ୍ଟାଲିନ ମିଶ୍ର ଯଦି ଦଳ ପାଇଁ କାମ କରିବାକୁ ଚାହୁଁଛନ୍ତି ତ ଆସନ୍ତୁ କେହି ମନା କରୁନାହାନ୍ତି । ଦଳରେ ଥାଇ ଶୃଙ୍ଖଳା ଭାଙ୍ଗିବେ ଦଳ ନାମରେ ସୋସିଆଲେ ମିଡିଆରେ କହିବେ । ତାହା ଗ୍ରହଣୀୟ ନୁହେଁ, ଦଳରୁ ଊର୍ଦ୍ଧ୍ବରେ କିଛି ନାହିଁ ।"

କଂଗ୍ରେସର ଆଭ୍ୟନ୍ତରୀଣ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ଷ୍ଟାଲିନ ମିଶ୍ରଙ୍କୁ ମୁଖପାତ୍ର ପଦରୁ ନିଲମ୍ବନ ପରେ ଏବେ ଅସନ୍ତୋଷ ବୃଦ୍ଧି ପାଇଛି । ଝାରସୁଗୁଡା ଉପନିର୍ବାଚନ ଫଳାଫଳ ଘୋଷଣା ପରେ ପିସିସି ମୁଖପାତ୍ର ଷ୍ଟାଲିନ ମିଶ୍ର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଭୋଟ୍‌ର ହିସାବ ଦେଇଥିଲେ । ଦଳ ପକ୍ଷରୁ 40 ଜଣ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଥିଲା, ନିର୍ବାଚନରେ ଦଳ ସାଢେ ଚାରି ହଜାର ଭୋଟ ପାଇଲା । ତେବେ ଏହି ଅଙ୍କକୁ ଦେଖିଲେ ଜଣାପଡୁଛି ଯଦି 40 ଜଣ ପ୍ରଚାରକ, 4000 ଭୋଟ ହାରାହାରି ଜଣେ ପ୍ରଚାରକକୁ 110 ଖଣ୍ଡ ଭୋଟ ପଡିଲା ତେବେ ଯଦି ଅଧିକ ସଂଖ୍ୟକ ପ୍ରଚାରକ ଯାଇଥାଆନ୍ତେ ତାହେଲେ ଅଧିକ ସଂଖ୍ୟକ ଭୋଟ ପାଇ ଅମାନତ ହରାଇବାରୁ ରକ୍ଷା ପାଇଥାଆନ୍ତା କଂଗ୍ରେସ । ତେବେ ସାମାଜିକ ଗଣମାଧ୍ୟମରେ ଜଣେ ମୁଖପାତ୍ରଙ୍କ ଏଭଳି ଆଲୋଚନାକୁ ସମାଲୋଚନା କରିଥିଲେ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ବର ବେହେରା । ତାଙ୍କୁ ତୁରନ୍ତ ମୁଖପାତ୍ର ପଦରୁ ବହିଷ୍କାର କରାଯାଇଥିଲା ।

ଏହା ବି ପଢନ୍ତୁ...ଆକ୍ସନ ମୋଡ୍‌ରେ ପ୍ରଦେଶ କଂଗ୍ରେସ, ପିସିସି ମୁଖପାତ୍ର ପଦରୁ ହଟିଲେ ଷ୍ଟାଲିନ ମିଶ୍ର

ପ୍ରକାଶଥାଉ କି, ଝାରସୁଗୁଡା ଉପନିର୍ବାଚନରେ କଂଗ୍ରେସ ମାତ୍ର 4000 ଭୋଟ ପାଇ ଅମାନତ ହରାଇଥିଲା । ଏହା ପରେ ପିସିସି ମୁଖପାତ୍ର ଷ୍ଟାଲିନ ମିଶ୍ର ମଧ୍ୟ ଦଳକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିଲେ । ଏହାପରେ ତାଙ୍କୁ ଦୋଷ ସ୍ବୀକାର କରି ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଥିଲା । ତେବେ ସେ ପରାମର୍ଶକୁ ଗ୍ରହଣ କରିନଥିଲେ । ଏହାପରେ ତୁରନ୍ତି ପିସିସି ଆଇଟି ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରାଙ୍କ ସୁପାରିଶ କ୍ରମେ ପିସିସି ସଭାପତି ଶରତ ପଟ୍ଟନାୟକ ଷ୍ଟାଲିନ ମିଶ୍ରଙ୍କୁ ପିସିସି ମୁଖପାତ୍ର ପଦରୁ ବହିଷ୍କାର କରିଥିଲେ । ପରେ ସେ ପିସିସି ସଭାପତିଙ୍କୁ ଇଙ୍ଗିତ କରି କିଛି କହିନାହାନ୍ତି ତାଙ୍କ ଉପରେ କାହିଁକି ଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି କହିଥିଲେ । ଏହାପରେ ପିସିସି ସଭାପତି ଶରତ ପଟ୍ଟନାୟକ ଏହିପରି ମନ୍ତବ୍ୟ ଦେଇଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.