ETV Bharat / state

ଇସ୍ତାହାର କମିଟି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯିବେ ପିସିସି ସଭାପତି

author img

By ETV Bharat Odisha Team

Published : Jan 2, 2024, 10:29 PM IST

PCC President Sarat Patnaik: ଜାନୁଆରୀ 4ରେ ଦିଲ୍ଲୀରେ କଂଗ୍ରେସର ବସିବ ଇସ୍ତାହାର କମିଟି ବୈଠକ । ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯିବେ ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଦିଲ୍ଲୀ ଯିବେ ପିସିସି ସଭାପତି
ଦିଲ୍ଲୀ ଯିବେ ପିସିସି ସଭାପତି
ଦିଲ୍ଲୀ ଯିବେ ପିସିସି ସଭାପତି

ଭୁବନେଶ୍ବର: କଂଗ୍ରେସର ହେବ ପୁନରୁଦ୍ଧାର, ମୁଖିଆ କରିବେ ସମୀକ୍ଷା । ରାଜ୍ୟରେ ବିଜେଡି ଓ ବିଜେପିକୁ ମାତ ଦେବାପାଇଁ ପ୍ରସ୍ତୁତ ହେବ ଷ୍ଟ୍ରଙ୍ଗ ଆକ୍ସନ ପ୍ଲାନ । ଓଡ଼ିଶାରେ ଶାସକ ବିଜେଡି ପୁଣି ନିର୍ବାଚନ ହାତେଇବାକୁ ଜୋରଦାର ରଣନୀତି ପ୍ରସ୍ତୁତ କରୁଥିବାବେଳେ ବିଜେପି ମଧ୍ୟ ପ୍ରଭାରୀଙ୍କ ନେତୃତ୍ବରେ ନିର୍ବାଚନୀ ଖସଡ଼ା ପ୍ରସ୍ତୁତ କରିଛି । ସେପଟେ କଂଗ୍ରେସ ନିର୍ବାଚନୀ ପ୍ରସ୍ତୁତିକୁ ଅଧିକ କ୍ରିୟାଶୀଳ କରିବାକୁ ଅଣ୍ଟା ଭିଡ଼ିଛି । ଏଥର ଖାଲି ଓଡିଶା ନୁହେଁ, ଦିଲ୍ଲୀରେ ହେବ ମାନସ ମନ୍ଥନ । 2024 ସାଧାରଣ ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସର ପ୍ରସ୍ତୁତିରେ ଏଆଇସିସି ଦେବ ଫାଇନାଲ୍‌ ଟଚ୍‌ ।

4 ତାରିଖରେ ଦିଲ୍ଲୀରେ ବସିବ କଂଗ୍ରେସର ଇସ୍ତାହାର କମିଟି ବୈଠକ । ବୈଠକରେ ଯୋଗଦେବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ଦଳର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀ । ଚଳିତ ମାସ 4 ତାରିଖରେ ଏଆଇସିସି ଅଧ୍ୟକ୍ଷ ଖଡ୍‌ଗେଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସେଥିପାଇଁ ଦିଲ୍ଲୀ ଯିବେ ପିସିସି ସଭାପତି ଶରତ ପଟ୍ଟନାୟକ । ଜାନୁଆରୀ 4 ତାରିଖରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ବୈଠକ ହେବ । ଓଡିଶାରେ 9ରୁ 90 ମିଶନ ସହ ସରକାର ଗଠନ କରିବାର ସମସ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବା । ବିଧାନସଭା ସହ ଅଧିକ ଲୋକସଭା ଆସନକୁ ମଧ୍ୟ ଫୋକସ କରାଯିବ । ପ୍ରତି ନିର୍ବାଚନ ମଣ୍ଡଳୀ ନେଇ ସମୀକ୍ଷା କରାଯିବ । ରାଜ୍ୟ ସମେତ ଜାତୀୟସ୍ତରରେ କିଭଳି କଂଗ୍ରେସକୁ କ୍ଷମତାସୀନ କରାଯିବ, ସେନେଇ ତୃଣମୁଳସ୍ତରକୁ ଗୁରୁତ୍ବ ଦିଆଯିବ । ଭାରତ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ରାଜ୍ୟର କେଉଁ କେଉଁ ଜିଲ୍ଲାକୁ ଗସ୍ତ କରିବେ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ।

ଏହା ମଧ୍ୟ ପଢ଼ନ୍ତୁ...4ରେ କଂଗ୍ରେସ ଇସ୍ତାହାର କମିଟି ବୈଠକ, ଫୋକସରେ ନିଯୁକ୍ତି ଓ ମହିଳା ସଂରକ୍ଷଣ

ସେପଟେ ପିସିସି ସଭାପତି କହିଛନ୍ତି, "କଂଗ୍ରେସ ଦଳ ଭିତରେ କିଛି ବି କନ୍ଦଳ ନାହିଁ । ଆମେ ସମସ୍ତେ ଏକ ହୋଇ ମୈଦାନରେ ଲଢ଼ିବୁ । ବିଜେଡି ସଂସ୍ପର୍ଶରେ ମଧ୍ୟ କୌଣସି କଂଗ୍ରେସ ନେତା ନାହାନ୍ତି । 2024 ନିର୍ବାଚନରେ କଂଗ୍ରେସ ଦଳ ନିଶ୍ଚୟ ସରକାର ଗଢ଼ିବ ।" ତେବେ ଗତ ମାସରେ ଏଆଇସିସି ଡାକରାରେ ଦିଲ୍ଲୀ ଯାଇଥିଲେ ରାଜ୍ୟ କଂଗ୍ରେସର ତମାମ ବରିଷ୍ଠ ନେତା । ରାହୁଲ ଗାନ୍ଧୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକରେ ଓଡିଶା ରଣନୀତି ବିଷୟରେ ଆଲୋଚନା କରିଥିଲେ । ସାଧାରଣ ନିର୍ବାଚନରେ କିଭଳି ଓଡିଶାବାସୀଙ୍କ ମନ ଜିତିବ କଂଗ୍ରେସ, ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ରାହୁଲ ପ୍ରତ୍ୟକ ନେତାଙ୍କୁ ଦିଗଦର୍ଶନ ଦେଇଥିଲେ । ବିଜେପି ଓ ବିଜେଡି ବିରୋଧରେ କଂଗ୍ରେସ କିପରି ଲଢ଼ିବ ସେନେଇ କିଛି ବରିଷ୍ଠ ନେତାଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା ମଧ୍ୟ କରିଥିଲେ । 4 ତାରିଖ ଦିଲ୍ଲୀ ବୈଠକରେ କଣ ଏଜେଣ୍ଡା ପ୍ରସ୍ତୁତ ହେବ, ଆଉ ଓଡିଶାରେ କଂଗ୍ରେସ ଲୋକଙ୍କ କେତେ ଆସ୍ଥାଭାଜନ ହେବ, ତାହା ନିର୍ବାଚନର ପରବର୍ତ୍ତୀ ପରିଣାମ ହିଁ ସ୍ପଷ୍ଟ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.