ETV Bharat / state

ଓଡ଼ିଶାରେ 'ଆଣ୍ଟି ଇନ୍‌କମ୍ବେନ୍‌ସି ଫ୍ୟାକ୍ଟର' କାମ କରିବ, କଂଗ୍ରେସ ସରକାର ଗଢ଼ିବ: କଂଗ୍ରେସ

author img

By ETV Bharat Odisha Team

Published : Dec 4, 2023, 9:31 PM IST

ବିଭିନ୍ନ ରାଜ୍ୟର ନିର୍ବାଚନ ଫଳାଫଳ ଦର୍ଶାଉଛି, ଦେଶରେ ବିଭିନ୍ନ ରାଜ୍ୟରେ କାମ କରୁଛି ଆଣ୍ଟି-ଇନ୍‌କମ୍ବେନ୍‌ସି ଫ୍ୟାକ୍ଟର । ଏଥର ଓଡ଼ିଶାରେ ମଧ୍ୟ ଏହି ସରକାରୀ ବିରୋଧୀ ହାୱା କାମ ଦେବ ଓ ତେଲେଙ୍ଗା ଭଳି ଓଡ଼ିଶାରେ ମଧ୍ୟ କଂଗ୍ରେସ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଓଡ଼ିଶାରେ 'ଆଣ୍ଟି ଇନ୍‌କମ୍ବେନ୍‌ସି ଫ୍ୟାକ୍ଟର' କାମ କରିବ

ଭୁବନେଶ୍ବର: ବଢୁଛି ଜାତୀୟ ଦଳର ଗ୍ରହଣୀୟତା, ଆଉ ଆଞ୍ଚଳିକ ଦଳକୁ ମିଳୁଛି ଝଟକା । ତେଲେଙ୍ଗାନା ନିର୍ବାଚନ ଫଳାଫଳ ଆସିବା ପରେ ଏହା ପ୍ରମାଣିତ ହୋଇଛି । ଅନ୍ୟ ରାଜ୍ୟ ଗୁଡ଼ିକର ନିର୍ବାଚନ ଫଳାଫଳ ଦେଖିଲେ ବିଭିନ୍ନ ରାଜ୍ୟରେ ଏବେ ଆଣ୍ଟି-ଇନ୍‌କମ୍ବେନ୍‌ସି ଫ୍ୟାକ୍ଟର କାର୍ଯ୍ୟ କରୁଛି ବୋଲି ଅନୁମାନ କରିହେଉଛି । ତେବେ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଥିଲେ ମଧ୍ୟ ସେଠାରେ ଥିବା ସରକାର ବିରୋଧୀ ହାୱା କାରଣରୁ ଏଥର ଦଳକୁ ପରାଜୟ ବରଣ କରିବାକୁ ପଡ଼ିଛି । ଏପଟେ ଓଡ଼ିଶାରେ ମଧ୍ୟ ଏଥର ବିଜେଡିର ସମାନ ଅବସ୍ଥ ହେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଶରତ କହିଛନ୍ତି, "୩ଟି ରାଜ୍ୟରୁ ୨ଟିରେ କଂଗ୍ରେସ ସରକାରରେ ଥିଲା । ଏବେ ଆଣ୍ଟି-ଇନ୍‌କମ୍ବେନ୍‌ସି ଯୋଗୁଁ ଦଳ କ୍ଷମତାରୁ ଗଲା । ସାରା ଭାରତ ବର୍ଷରେ ଏବେ ଆଣ୍ଟି-ଇନ୍‌କମ୍ବେନ୍‌ସି ଫ୍ୟାକ୍ଟର କାର୍ଯ୍ୟ କରୁଛି । ଯାହାର ପ୍ରଭାବ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ପଡିବ । ଓଡ଼ିଶାରେ ଏହି ଫ୍ୟାକ୍ଟର କାମ ଦେବ । ଫଳରେ ଆଗାମୀ ନିର୍ବାଚନରେ ବିଜେଡି କ୍ଷମତାରୁ ବିଦା ହେବ । ୨୦୨୪ ପାଇଁ ରାଜ୍ୟ କଂଗ୍ରେସ ଯେଉଁ ପ୍ରସ୍ତୁତି କରୁଛି, ତାହା ନିର୍ବାଚନରେ କାମ ଦେବ । ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରରେ କଂଗ୍ରେସ ଏବଂ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ । ଓଡ଼ିଶାରେ କର୍ଣ୍ଣାଟକ, ତେଲେଙ୍ଗାନା ଭଳି ନିର୍ବାଚନ ଲଢ଼ିବୁ । ତେଲେଙ୍ଗାନା କଂଗ୍ରେସ ସରକାର ସମୟରେ ଗଠନ ହୋଇଥିଲା । ପଶ୍ଚିମବଙ୍ଗରେ ୨୪ ବର୍ଷର ସରକାର ଭାଙ୍ଗିଗଲା । ଓଡ଼ିଶାରେ ପାଣି ନାହିଁ, ପଦ୍ମ ଫୁଟିବ ନାହିଁ, ଶଙ୍ଖ ମଧ୍ୟ ଆଉ ବାଜିବ ନାହିଁ । ୨୪ ବର୍ଷ ହେବ ଓଡ଼ିଶାରେ ଲୋକେ ଅତିଷ୍ଠ ହୋଇ ସାରିଲେଣି । ଏବେ ଓଡ଼ିଶାର ଜନସାଧାରଣ ସ୍ଥିର କରିଛନ୍ତି ଆଗାମୀ ନିର୍ବାଚନରେ ବିଜେଡି ସରକାରକୁ ଉଚିତ ଜବାବ ଦେବେ ।"

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା କଂଗ୍ରେସର ତେଲେଙ୍ଗାନା ଫର୍ମୂଲା : ରାଜ୍ୟରେ ପରିବର୍ତ୍ତନ ନାରା ଦେଲେ ଶରତ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ୫ଟି ରାଜ୍ୟର ନିର୍ବାଚନ ସେମିଫାଇନାଲ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ହେଲେ ମଧ୍ୟପ୍ରଦେଶରେ ବିଜେପି କ୍ଷମତା ବଜାୟ ରଖିବାରେ ସଫଳ ହେଲା । ଯାହା ଶାସକ ଦଳର ମନୋବଳ ବୃଦ୍ଧି କରିଛି । ସେହିପରି ରାଜସ୍ଥାନରେ ପ୍ରତିବର୍ଷ ସରକାର ପରିବର୍ତ୍ତନ ଭଳି ଏଥର ମଧ୍ୟ ପରମ୍ପରା ବଜାୟ ରହିଛି । ସବୁଠାରୁ ବଡ଼ କଥା ହେଲା ଛତିଶଗଡ଼ କଂଗ୍ରେସ ହାତରୁ ଖସି ଯାଇଛି । ସେପଟେ ତେଲେଙ୍ଗାନାରେ ଶାସନରେ ଥିବା ବିଆର୍‌ଏସ୍‌ ପ୍ରଭାବଶୂନ୍ୟ ହୋଇଛି । ଦଳ ଆଣ୍ଟି-ଇନ୍‌କମ୍ବାନ୍‌ସି ଫ୍ୟାକ୍ଟରର ସାମ୍ନା କରିଛି । ଫଳରେ ଉଭୟ ଜାତୀୟ ଦଳ ଭଲ ପ୍ରଦର୍ଶନ କରିଛନ୍ତି । ଏପରିକି କଂଗ୍ରେସ ଏଠାରେ ସରକାର ଗଠନ କରିବାକୁ ଯାଉଛି । ଏହି ଆଣ୍ଟି-ଇନ୍‌କମ୍ବାନ୍‌ସି ଫ୍ୟାକ୍ଟର ଓଡ଼ିଶାରେ ମଧ୍ୟ କାମ ଦେବ ବୋଲି କହିଛନ୍ତି ପିସିସି ସଭାପତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.