ETV Bharat / state

ବିବାଦ କଥା AICC ବୁଝିବ, ଆମେ ଏକାଠି ନିର୍ବାଚନ ଲଢିବୁ: ପିସିସି ସଭାପତି - କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ଵାଳ

ପ୍ରଥମେ ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ଦଳୀୟ ନେତୃତ୍ବକୁ ଚ୍ୟାଲେଞ୍ଜ ଓ ଏବେ ଏଆଇସିସି ପକ୍ଷରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ । ଆଗୁଆ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ଅଡ଼ୁଆରେ ପଡ଼ିଛି କଂଗ୍ରେସ । ସେପଟେ କିନ୍ତୁ ବିବାଦ କଥା AICC ବୁଝିବ, ହେଲେ ଆମେ ଏକାଠି ଅଛୁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ସମସ୍ତ କଂଗ୍ରେସ ନେତା ଏକାଠି ଅଛୁ କହିଲେ ପିସିସି ସଭାପତି

author img

By

Published : May 30, 2023, 7:09 PM IST

ଓଡ଼ିଶାରେ ସମସ୍ତ କଂଗ୍ରେସ ନେତା ଏକାଠି ଅଛୁ କହିଲେ ପିସିସି ସଭାପତି

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ଚାଲିଛି କଣ ? ସବୁ କିଛି ଠିକଠାକ ଅଛି ତ ? ଏହି ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ଵାଳ ଓ ମହମ୍ମଦ ମୋକିମଙ୍କୁ ଏଆଇସିସି ତରଫରୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ । ୨୦୨୪ରେ ନିର୍ବାଚନ ନହୋଇ ଆଗୁଆ ନିର୍ବାଚନ ହେବା ନେଇ ଆଲୋଚନା ଚାଲିଛି । ଏପରି ସ୍ଥିତିରେ ଦଳ ଭିତରେ କନ୍ଦଳ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ।

'ଏକାଠି ନିର୍ବାଚନ ଲଢ଼ିବୁ': କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଆମେ ସବୁ ଏକାଠି ଅଛୁ । ଗାଁରୁ ସହର ଏକାଠି ହୋଇ ନିର୍ବାଚନ ଲଢ଼ିବୁ ।" ଚିରଞ୍ଜୀବ ଓ ମୋକିମଙ୍କୁ ନୋଟିସ ଦିଆଯିବା ପ୍ରସଙ୍ଗରେ ସେ କହିଛନ୍ତି, "ଏହା ଏଆଇସିସିର ନିଷ୍ପତ୍ତି । ରାଜ୍ୟ କଂଗ୍ରେସ କଣ କରିପାରିବ । ତେବେ ଆଗୁଆ ଟିକେଟ ନେଇ ନାଁ ଘୋଷଣା ପାଇଁ ଆଇସିସିକୁ ଅନୁରୋଧ କରାଯିବ । ଟିକେଟ ପାଇଁ ନା ଘୋଷଣା ଆଗୁଆ ହେଲେ ଆମକୁ ନିର୍ବାଚନ ଲଢ଼ିବାକୁ ସୁବିଧା ହେବ ।"

'କଂଗ୍ରେସକୁ ଭିତ୍ତିଭୂମି ସଜାଡିବାକୁ ପଡ଼ିବ': ରାଜନୀତି ସମୀକ୍ଷକ ରବି ଦାସଙ୍କ ମତରେ, "କଂଗ୍ରେସ ଲୋକଙ୍କ ପାଖରେ ବିଶ୍ବାସ ହରାଇଛି । ପଦ୍ମପୁରରେ କଂଗ୍ରେସ ଏକାଠି ଲଢ଼ିଥିଲେ ମଧ୍ୟ ଫଳାଫଳ କଣ ହେଲା ? ପ୍ରଥମେ କଂଗ୍ରେସକୁ ଏକାଠି ହେବାକୁ ପଡ଼ିବ । ଲୋକଙ୍କ ବିଶ୍ବାସ ଭାଜନ ହେବାକୁ ପଡ଼ିବ । କର୍ଣ୍ଣାଟକରେ ଯେପରି ସାମାଜିକ ନ୍ୟାୟ ପ୍ରତିଷ୍ଠା ହେଲା, ସେପରି ଓଡ଼ିଶାରେ ନେତାମାନେ ଏକାଠି ହୋଇ ସେହି ଢାଞ୍ଚାରେ ନିର୍ବାଚନ ଲଢ଼ିବା ଦରକାର । ମୋକିମ୍ ଦଳର ଜଣେ ବିଧାୟକ । ଚିରଞ୍ଜୀବ ଦଳର ଜଣେ ଟାଣୁଆ ନେତା । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଦଳକୁ ଲାଭ ମିଳିବ ନାହିଁ । ଲୋକଙ୍କ ପାଖରେ ପହଞ୍ଚି କଂଗ୍ରେସର ପୁରୁଣା ଭିତ୍ତିଭୂମିକୁ ସଜାଡିବାକୁ ପଡ଼ିବ ।"

'ନୋଟିସ ଆସିଲେ ଉତ୍ତର ଦେବୁ': କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ଆଗକୁ ଆଉ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ରାହୁଲ ଗାନ୍ଧୀ ପୁରା ଦମ୍‌ରେ ଲାଗିପଡିଛନ୍ତି ଏସବୁ ନିର୍ବାଚନରେ ଜିତିବା ପାଇଁ । ରାଜ୍ୟରେ କଂଗ୍ରେସ ୯ରୁ ୯୦ ମିଶନ ନେଇ କାମ କରୁଥିବା ବେଳେ ଦଳ ଭିତରେ କନ୍ଦଳ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ନା ଅଡ଼ୁଆ କଣ୍ଟାକୁ କାଢ଼ି ପାରୁଛି, ନା ଗିଳି ପାରୁଛି । ଦଳ ପାଇଁ ଯଦି କିଛି ଦରକାର, ତାହା ହେଉଛି ଏକାଠି ହେବା । ସେପଟେ ଆମେ ଚିରଞ୍ଜୀବ ବିଶ୍ବାଳ ଓ ମୋକିମଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ । ସେମାନଙ୍କର କହିବା ହେଲା, "ନୋଟିସ ଆମ ପାଖକୁ ଆସିନାହିଁ । ନୋଟିସ ଆସିଲେ ଆମେ ଯାହା କହିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.