ETV Bharat / state

ମନ୍ମଥ ବନାମ କଂଗ୍ରେସ: ପିସିସି ସଭାପତି କହିଲେ କଂଗ୍ରେସରେ ବିଭ୍ରାଟ ପାଇଁ ଲାଗିଛନ୍ତି ଅନ୍ୟ ଦଳ - ମନ୍ମଥଙ୍କ ନିଲମ୍ବନ ନେଇ କଂଗ୍ରେସ ପ୍ରତିକ୍ରିୟା

ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବନ ପରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା । କହିଲେ ମନ୍ମଥଙ୍କ ମନ୍ତବ୍ୟ ଦଳ ବିରୋଧୀ ଓ ଦଳକୁ କ୍ଷତି ପହଞ୍ଚାଇଛି । ଜଟଣୀରେ ମଧ୍ୟ କଂଗ୍ରେସରୁ ଆହୁରି ଅନେକ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଅଧିକ ପଢ଼ନ୍ତୁ

ମନ୍ମଥଙ୍କ ନିଲମ୍ବନ ନେଇ କଂଗ୍ରେସ ପ୍ରତିକ୍ରିୟା

author img

By ETV Bharat Odisha Team

Published : Sep 8, 2023, 5:03 PM IST

ମନ୍ମଥଙ୍କ ନିଲମ୍ବନ ନେଇ କଂଗ୍ରେସ ପ୍ରତିକ୍ରିୟା

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବନକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । କାରଣ ବିଧାୟକ ସୁର ରାଉତରାୟ ଏବଂ ତାଙ୍କ ପୁଅ ମନ୍ମଥଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି । ମନ୍ମଥ କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି କହିବା ପରେ ସୁର ଏହାକୁ କାଉଣ୍ଟର କରି ମନ୍ମଥ ଅଲବତ କଂଗ୍ରେସ ଟିକେଟରେ ଲଢ଼ିବେ ବୋଲି ଦମ୍ଭୋକ୍ତି ବାଢ଼ିଥିଲେ । ହେଲେ ଏହାପରେ ପିସିସି ଶୃଙ୍ଖଳା କମିଟି ପକ୍ଷରୁ ମନ୍ମଥଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ତେବେ ଏହି ଘଟଣାକୁ ଅଧିକ ରୋଚକ କରିଛି ମନ୍ମଥଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, "ମୁଁ ପିସିସିର ସଭ୍ୟ ହୋଇନାହିଁ । ମୋତେ କିଏ ଓ କିପରି ଦଳରେ ସଭ୍ୟ କଲେ ମୁଁ ଜାଣିନାହିଁ ।" ତେବେ ମନ୍ମଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ଶରତ କହିଛନ୍ତି, "ରାହୁଲ ଗାନ୍ଧୀଙ୍କ ମର୍ମରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଦଳରୁ ଊର୍ଦ୍ଧ୍ବରେ କେହି ନୁହନ୍ତି । ଏଆଇସିସି ନିର୍ଦ୍ଦେଶ ଅନୁଯାୟୀ ଯେଉଁମାନେ ଦଳ ବିରୋଧରେ କାର୍ଯ୍ୟ କରିବେ ବା ମନ୍ତବ୍ୟ ଦେବେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କଂଗ୍ରେସର ଲଢେଇ ହେଉଛି ବିଜେପି ଏବଂ ବିଜେଡି ସରକାର ବିରୋଧରେ, ଅନ୍ତର୍ଦ୍ବନ୍ଦ୍ବ ପାଇଁ ନୁହେଁ । ୨୪ ବର୍ଷ ହେବ କଂଗ୍ରେସ କର୍ମୀମନେ ପାହାଡ଼ ଭଳି ଦଳ ସହିତ ଛିଡ଼ା ହୋଇଛନ୍ତି । ସେମାନଙ୍କ ପାଖରେ ମୁଁ କୃତଜ୍ଞ । ନେତାମାନଙ୍କର ଏଭଳି ଦଳ ବିରୋଧୀ ମନ୍ତବ୍ୟ ଦଳକୁ ଦୁର୍ବଳ କରୁଛି । କେବଳ ଜଟଣୀ ନୁହେଁ, ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ଦଳର ପାର୍ଥୀ ରହିଛନ୍ତି । କଂଗ୍ରେସରେ ବିଭ୍ରାଟ କରିବା ପାଇଁ ଅନ୍ୟ ଦଳମାନେ ଲାଗିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ମହଙ୍ଗା ପଡିଲା ମନ୍ତବ୍ୟ ! ସୁର ରାଉତରାୟଙ୍କ ପୁଅ ମନ୍ମଥ କଂଗ୍ରେସରୁ ନିଲମ୍ବିତ

ସେହିଭଳି ପିସିସି ସଭାପତିଙ୍କର ଅନ୍ୟଏକ ବୟାନ ମଧ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପରିସରକୁ ଆସିଛି । ସେ ସିଧାସଳଖ କହିଛନ୍ତି, "କଂଗ୍ରେସ ଦଳରେ ପାର୍ଥୀଙ୍କ ଅଭାବ ନାହିଁ । ପ୍ରତି ନିର୍ବାଚନ ମଣ୍ଡଳୀରେ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଦଳ ପାଖରେ ଯେଉଁ ଲିଷ୍ଟ ରହିଛି, ସେହି ଅନୁପାତରେ ଦଳ ମନ୍ମଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ସିଏ କେଉଁ କମ୍ପାନୀକୁ ଇସ୍ତଫା ଦେଇଛନ୍ତି କି ନାହିଁ ସେଇଟା ତାଙ୍କର ବ୍ୟକ୍ତିଗତ ସମସ୍ୟା । ରାଜ୍ୟର ପ୍ରତ୍ୟକ ନିର୍ବାଚନ ମଣ୍ଡଳୀରେ ୩ରୁ ୪ ଜଣ ଲେଖାଏଁ ଆଶାୟୀ କଂଗ୍ରେସ ପ୍ରାର୍ଥୀ ହେବା ପାଇଁ ଚାହୁଁଛନ୍ତି । କଂଗ୍ରେସ ପାଇଁ ଜନସାଧାରଣ ମନ ବଳାଇଲେଣି ।" ତେବେ ଏହା ପୂର୍ବରୁ ସୁର ଆଜି ମଧ୍ୟ କହିଛନ୍ତି ତାଙ୍କ ପୁଅ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବେ । ସେପଟେ ମନ୍ମଥ କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି ଆଜି ପୁଣିଥରେ ସ୍ପଷ୍ଟ କରିଛନ୍ତି । ଏହାରି ମଧ୍ୟରେ ଜଟଣୀରେ ଆହୁରି ପ୍ରାର୍ଥୀ ରହିଥିବା ନେଇ ପିସିସି ସଭାପତିଙ୍କ ମନ୍ତବ୍ୟ ଘଟଣାକ୍ରମକୁ ଚର୍ଚ୍ଚାର କେନ୍ଦ୍ରକୁ ଆଣିଛି ।

ଏହା ମଧ୍ୟ ପଢ଼ନ୍ତୁ...ନିଲମ୍ବନ ପରେ ମୁହଁ ଖୋଲିଲେ ମନ୍ମଥ, ପଚାରିଲେ ଚାକିରିରେ ଥିବାବେଳେ ପିସିସି ସଦସ୍ୟ କିପରି ହେଲି ?

ଦଳ ଭିତରେ ଏକାଧିକ ବରିଷ୍ଠ ନେତା ମଧ୍ୟ ଏନେଇ ପ୍ରଶ୍ନ ଉଠାଇଛନ୍ତି । ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, "ମନ୍ମଥଙ୍କ ବାପା ସୁର ରାଉତରାୟ କଂଗ୍ରେସର ଜଣେ ବରିଷ୍ଠ ନେତା । ସାମାଜିକ ମତରେ ହୁଏତ ସୁର ବାବୁ ତାଙ୍କ ପୁଅଙ୍କର ନାଁ ପିସିସିରେ ଦେଇପାରିଥାନ୍ତି । ଯଦି ଠିକରେ ପିସିସି କମିଟି ଗଠନ ହୋଇଥାନ୍ତା, ତାହେଲେ ହୁଏତ ଆଜି ଏଭଳି ସମସ୍ୟା ଉପୁଜିନଥାନ୍ତା । ପରସ୍ପର ଉପରେ ଦୋଷ ଲଦିବା ଠିକ ନୁହେଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.