ETV Bharat / state

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶୃତି, ଭୋଟ ରାଜନୀତି ହେଉଛି କହିଲେ ପିସିସି ସଭାପତି - ପିସିସି ସଭାପତି ଶରତ ପଟ୍ଟନାୟକ

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଏହି ସବ୍‌ଡିଭିଜନକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶୃତି ଦେଇଛନ୍ତି ରାଜ୍ୟ ସରକାର । ଏହାକୁ ଭୋଟ ରାଜନୀତି ବୋଲି କହି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶୃତି, ଭୋଟ ରାଜନୀତି ହେଉଛି କହିଲେ ପିସିସି ସଭାପତି

author img

By

Published : Nov 16, 2022, 7:12 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ(Padampur By poll) ପାଇଁ ସରଗରମ ରହିଛି ରାଜ୍ୟ ରାଜନୀତି । ଡିସେମ୍ବର ୫ରେ ପଡିବ ଭୋଟ । ତେବେ ଏହି ସମୟରେ ଫସଲ ବୀମା ପାଇଁ ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିଶୃତିକୁ ନେଇ ଜୋର ଧରିଛି ରାଜନୀତି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ପଦ୍ମପୁରରେ ଭୋଟ ରାଜନୀତି ହେଉଥିବା ସେ କହିଛନ୍ତି ।

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶୃତି, ଭୋଟ ରାଜନୀତି ହେଉଛି କହିଲେ ପିସିସି ସଭାପତି

ନଭେମ୍ବର ୧୭ ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ତତ୍ପର ହୋଇଛନ୍ତି ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ । ସେପଟେ ଚାଷୀଙ୍କ ଫସଲ ବୀମାକୁ ନେଇ ଆନ୍ଦୋଳନ ଜାରି ରହିଥିବାବେଳେ ଅନ୍ୟପଟେ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି । ତେବେ ଏହି ଜନ ଆନ୍ଦୋଳନକୁ ପଦ୍ମପୁର ଉପଖଣ୍ଡ ଅଞ୍ଚଳର ସମସ୍ତ ବ୍ଲକରେ ସମର୍ଥନ ମିଳିବା ସହ ଗାଁ ଗାଁରେ ବିକ୍ଷୋଭ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ଦେବାନେଇ ପ୍ରତିଶୃତି ଦେଇଛନ୍ତି । ତେବେ ପଦ୍ମପୁରରେ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶୃତି ଦେଇଥିବା ଅଭିଯୋଗ କରକିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଶରତ କହିଛନ୍ତି, "ଇନପୁଟ ସବସିଡ୍ ଚାଷୀ ପାଇବା କଥା । ସେମାନଙ୍କୁ ସେମାନଙ୍କ ସବ୍‌ସିଡି ମିଳିବ ଏଥିରେ କଂଗ୍ରେସ ଖୁସି । ହେଲେ ରାଜ୍ୟ ସରକାର ଏଥିରେ ବିଳମ୍ବ କରିଛନ୍ତି । ଠିକ୍ ସମୟରେ ଦେଇଥିଲେ ଚାଷୀ ରାଜାରାସ୍ତରେ ବସି ନଥାନ୍ତେ । ଏବେ ଉଭୟ ବିଜେଡି ଓ ବିଜେପି ଭୋଟ ରାଜନୀତି କରୁଛନ୍ତି । ପୁଣି ଏବେ ନିର୍ବାଚନ ଥିବାରୁ ପଦ୍ମପୁର ଜିଲ୍ଲା ହେବ ବୋଲି କହୁଛନ୍ତି । ଏମିତି ଅନେକ ସବଡଭିଜନ ଜିଲ୍ଲା ଦାବି ହେଉଛି । ହେଲେ ପଦ୍ମପୁରରେ ନିର୍ବାଚନ ଅଛି ବୋଲି ସେହି ଗୋଟିଏ କଥା କହୁଛନ୍ତି ସରକାର ।" ତେବେ ପଦ୍ମପୁରରେ କଂଗ୍ରେସ ପ୍ରାର୍ଥୀ ଭଲ ଅଛନ୍ତି । କଂଗ୍ରେସର ଯୁବ ଏବଂ ବରିଷ୍ଠ ନେତା ପଦ୍ମପୁରରେ ରହି ନିର୍ବାଚନ ପ୍ରଚାର କରିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.