ETV Bharat / state

ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ଜୋରଦାର ପ୍ରସ୍ତୁତି, ସେପ୍ଟେମ୍ବର ୨୫ରୁ 'ଘରେ ଘରେ କଂଗ୍ରେସ' - ଚଳଚଞ୍ଚଳ କଂଗ୍ରେସ ଭବନ

ଚଳଚଞ୍ଚଳ କଂଗ୍ରେସ ଭବନ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ୩୭ ହଜାର ବୁଥକୁ ନିଜ ସପକ୍ଷରେ ନେବାକୁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତି ସରିଲା । ଚଳିତ ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଅରମ୍ଭ କରିବା ନେଇ ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ଜୋରଦାର ପ୍ରସ୍ତୁତି

author img

By ETV Bharat Odisha Team

Published : Sep 11, 2023, 11:02 PM IST

ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଶାସକ ଦଳକୁ ଚେକ୍‌ ଦେବାକୁ ଅଣ୍ଟା ଭିଡ଼ିଲା ପ୍ରଦେଶ କଂଗ୍ରେସ । ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଭୋଟରଙ୍କ ପାଖରେ ପହଞ୍ଚିବ ଦଳ । ଘରକୁ ଘର ଯାଇ ଜନସାଧାରଣଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ବିଷୟରେ ଅବଗତ କରାଇବ । ୩୧୪ ବ୍ଲକରେ ସରକାରୀ ବିଫଳତାକୁ ଲୋକ ଲୋଚନକୁ ଆଣିବ ଦଳ । ସାରା ରାଜ୍ୟର ୩୭ ହଜାର ବୁଥରେ କାର୍ଯ୍ୟକ୍ରମ କରାଯିବ । ସର୍ବୋପରି ସରକାରଙ୍କ ଜନବିରୋଧୀ ମନୋଭାବ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ବୈଠକ ପରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ସେ କହିଛନ୍ତି, "ନିର୍ବାଚନ ଆସିଲେ ଯୋଜନା ମନେ ପଡିଯାଉଛି । ଏଠି ଗଣତନ୍ତ୍ର ନାହିଁ, ଏକଛତ୍ରବାଦ ଓ କର୍ପୋରେଟ ସରକାର ଚାଲିଛି । ହେଲିକ୍ୟାପ୍ଟରରେ ବାବୁ ବୁଲୁଛନ୍ତି । ଏହା ବିରୋଧରେ କଂଗ୍ରେସ ଜୋରଦାର ପ୍ରଚାର ପ୍ରସାର କରିବ । ସେପ୍ଟେମ୍ବର ୨୫ରୁ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମକୁ ହାତକୁ ନେବ ଦଳ । ରାଜ୍ୟର ବିଜେଡି ସରକାର ଏବଂ କେନ୍ଦ୍ରରେ ମୋଦି ସରକାରଙ୍କ ବିଫଳତାରେ ଭୋଟରଙ୍କୁ ଅବଗତ କରାଇବ । ୨୪ ବର୍ଷର ବିଜେଡି ସରକାର ଓଡିଶାକୁ ଗରିବ ରାଜ୍ୟରେ ପରିଣତ କରିଛି । କେନ୍ଦ୍ର ସରକାର ବଡ଼ ବଡ଼ ସ୍ବପ୍ନ ଦେଖାଇ ବିଭ୍ରାନ୍ତ କରିଛି । ବିଜେଡି ଯୁବକ, ଚାଷୀ, ମହିଳା ଓ ଛାତ୍ର ବିରୋଧୀ ସରକାର । ଏ କଥାକୁ ଗାଁ ଗାଁ, ଘର ଘରକୁ ନେବ କଂଗ୍ରେସ । ୩୧୪ ବ୍ଲକ, ୧୦୮ ମ୍ୟୁନିସିପାଲଟିରେ କାର୍ଯ୍ୟକ୍ରମ କରିବ କଂଗ୍ରେସ । ୩୭ ହଜାର ବୁଥରେ ଘରକୁ ଘର ଯାଇ ଲିଫ୍‌ଲେଟ ବାଣ୍ଟିବେ କର୍ମୀ । ଏକଛତ୍ରବାଦ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିବ କଂଗ୍ରେସ । ମୋର ବିଶ୍ବାସ ରହିଛି ଓଡିଶାବାସୀ କଂଗ୍ରେସ ଉପରେ ବିଶ୍ବାସ କରିବେ ଆଉ ଏ ସରକାରକୁ ଗାଦିଚ୍ୟୁତ କରିବେ ।"

କଂଗ୍ରେସ ଟାର୍ଗେଟରେ ୨୦୨୪ ସାଧାରଣ ନିର୍ବାଚନ । ମିଶନ ୯ରୁ ୯୦କୁ ବାସ୍ତବ ରୂପାୟନ କରିବା ଲାଗି ଦଳ କରୁଛି ଜୋରଦାର କସରତ । ଲୋକଙ୍କ ପାଖକୁ ଯିବା ପୂର୍ବରୁ ଏବେ ଦଳର ସ୍ଥିତିକୁ ମଜବୁତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ ହୋଇଛି । ତେବେ ଏହି ପ୍ରକ୍ରିୟା ଦଳକୁ କେତେ ଫାଇଦା ଦେବ ଓ ଦଳୀୟ କନ୍ଦଳ ପ୍ରଶମିତ କରିବାରେ କେତେ ସହାୟକ ହେବ, ବର୍ତ୍ତମାନ ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.