ETV Bharat / state

ବିଜେଡି ପ୍ରତିଷ୍ଠା ଦିବସକୁ କଂଗ୍ରେସର କାଉଣ୍ଟର, ବିକାଶର ହିସାବ ମାଗିଲେ ପିସିସି ସଭାପତି - ବିଜେଡି ସରକାର କଣ ବିକାଶ କରିଛି

PCC President Sarat Patnaik: ସାରା ରାଜ୍ୟରେ ବିଜେଡି ବହୁ ଆଡ଼ମ୍ବରରେ 27 ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଏହାକୁ କାଉଣ୍ଟର କରିଛି କଂଗ୍ରେସ । ରାଜ୍ୟରେ ବିଜେଡି ସରକାର କଣ ବିକାଶ କରିଛି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ବିଜେଡି ପ୍ରତିଷ୍ଠା ଦିବସକୁ କଂଗ୍ରେସର କାଉଣ୍ଟର

author img

By ETV Bharat Odisha Team

Published : Dec 26, 2023, 9:46 PM IST

ବିଜେଡି ପ୍ରତିଷ୍ଠା ଦିବସକୁ କଂଗ୍ରେସର କାଉଣ୍ଟର

ଭୁବନେଶ୍ବର: ଆଜି ବିଜେଡି ପ୍ରତିଷ୍ଠା ଦିବସ । 27 ବର୍ଷରେ ପଦାର୍ପଣ କରିଛି ଶାସକ ବିଜୁ ଜନତା ଦଳ । ବିଗତ ବର୍ଷରେ ଦେଶର ରାଜନୈତିକ ଇତିହାସରେ ବିଜେଡି ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ଉଭା ହୋଇଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏଥର ବିଜେଡିର ପ୍ରତିଷ୍ଠା ଦିବସକୁ ଧୂମଧାମରେ ପାଳନ କରିଛନ୍ତି ଦଳର ନେତା ଓ କର୍ମୀ । ତେବେ ଆଜି ବିଜେଡି ଜନ୍ମଦିବସ ପାଳନ କରିବା ଅବସରରେ କର୍ମୀମାନଙ୍କୁ ସୈନିକ ହୋଇ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ନବୀନଙ୍କ ଏହି ଗୁରୁମନ୍ତ୍ରକୁ କଟାକ୍ଷ କରିଛନ୍ତି ବିରୋଧୀ । ବିରୋଧୀ ବିଜେପି ଏବଂ କଂଗ୍ରେସ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି । ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ପିସିସି ସଭାପତି କହିଛନ୍ତି ଯେ ବିଜେଡି ନେତାମାନେ ସୈନିକ ହୁଅନ୍ତୁ ବା ବିକାଶ ପୁରୁଷ, କିନ୍ତୁ ରାଜ୍ୟର କଣ ବିକାଶ କରିଛନ୍ତି ତାହା ସମସ୍ତେ ଜାଣନ୍ତି । ରାଜ୍ୟରେ ମହିଳା, ଦଳିତ, ଆଦିବାସୀ, ଯୁବକ ବା ଶ୍ରମିକ କାହାର ବିକାଶ କରିଛନ୍ତି ସେ କୁହନ୍ତୁ । ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି । ଏହା କଣ ବିକାଶର ଚିତ୍ର ? ଯଦି ସତ୍‌ସାହସ ଅଛି, ତେବେ ରାଜ୍ୟର କଣ ବିକାଶ କରିଛନ୍ତି ତାହାର ହିସାବ ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଏହା ମଧ୍ୟ ପଢ଼ନ୍ତୁ...କଳିଙ୍ଗନଗର ଗୁଳିକାଣ୍ଡକୁ 'ଶ୍ରଦ୍ଧାଞ୍ଜଳି ଦିବସ' ପାଳିବ କଂଗ୍ରେସ: ବିଜେଡି-ବିଜେପି ଉପରେ ବର୍ଷିଲେ ଶରତ ପଟ୍ଟନାୟକ

2024 ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ଜିଲ୍ଲାରେ ବ୍ଲକ ଓ ପଞ୍ଚାୟତସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରି ଶକ୍ତି ପ୍ରଦର୍ଶନ କରିଛି ଶାସକ ବିଜେଡି । ଏଥର ପୁଣିଥରେ ବାଜିମାତ କରିବ ବୋଲି ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବା ବେଳେ ବିଜେପି ଓଡ଼ିଶାରେ କ୍ଷମତା ଦଖଲ କରିବା ସହ ଅଧାରୁ ଅଧିକ ଲୋକସଭା ଆସନ ଦଖଲ କରିବ ବୋଲି ଭବିଷ୍ୟବାଣୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ କଂଗ୍ରେସ ନୂଆ ପ୍ରଭାରୀ ଡଃ ଅଜୟ କୁମାରଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ଦଳକୁ ସଫଳ କରାଇବା ପାଇଁ ଆଶା ବାନ୍ଧି ବସିଛି । ବାରମ୍ବାର ଶାସକ ଦଳକୁ ବିଭିନ୍ନ ସମସ୍ୟା ନେଇ ଘେରିବାକୁ ଚେଷ୍ଟା କରୁଛି ଦଳ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ପ୍ରତିଷ୍ଠା ଦିବସ: ସାଇକେଲ ଶୋଭାଯାତ୍ରା ସହ ନାନା କାର୍ଯ୍ୟକ୍ରମ ଆୟୋଜିତ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.