ETV Bharat / state

ଓଡିଶାରେ କ୍ଷମତାକୁ ଫେରିବ କଂଗ୍ରେସ, ନିର୍ବାଚନ ପୂର୍ବରୁ ଆସିବେ ଏଆଇସିସି ନେତା: ପିସିସି ସଭାପତି - ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

ପିସିସି ସଭାପତି କହିଛନ୍ତି ଏଆଇସିସିର ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାରେ କଂଗ୍ରେସ ଲୋକଙ୍କ ବିଶ୍ବାସଭାଜନ ହେବ ସେ ନେଇ ଆକ୍ସନ ପ୍ଲାନ କରୁଛି ପିସିସି। ମୋର ବିଶ୍ବାସ ଅଛି ଆଗାମୀ ନିର୍ବାଚନ ରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। 4 ରାଜ୍ୟରେ ହାରିଗଲୁ ତା ମାନେ ନୁହେଁ ଯେ ଓଡ଼ିଶାରେ କଂଗ୍ରେସ ପଛରେ ପଡିଗଲା। କଂଗ୍ରେସ ମନୋବଳ ବଢିଛି। ଓଡ଼ିଶାରେ ଭାରତ ଯୋଡୋ ଯାତ୍ରା ପରେ 33ଟି ଜିଲ୍ଲାରେ କଂଗ୍ରେସ ର ସଂଗଠନ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

ଓଡିଶାରେ କ୍ଷମତାକୁ ଫେରିବ କଂଗ୍ରେସ
ଓଡିଶାରେ କ୍ଷମତାକୁ ଫେରିବ କଂଗ୍ରେସ
author img

By ETV Bharat Odisha Team

Published : Dec 6, 2023, 7:51 PM IST

ଓଡିଶାରେ କ୍ଷମତାକୁ ଫେରିବ କଂଗ୍ରେସ

ଭୁବନେଶ୍ବର: ହିନ୍ଦୀ ହାର୍ଟଲ୍ୟାଣ୍ଡ ଦଳ ପାଖରୁ ଖସି ଯିବା ପରେ ଏବେ ଓଡିଶା ଉପରେ ନଜର ପକାଇଛି ହାତ ଦଳ । 24 ବର୍ଷ ଧରି ଓଡିଶା କ୍ଷମତାରୁ ବାହାରେ ଥିବା କଂଗ୍ରେସ ଦଳ ଆଗାମୀ ନିର୍ବାଚନରେ କ୍ଷମତାକୁ ଫେରିବାକୁ ବ୍ୟଗ୍ର । କଂଗ୍ରେସ ଶୀର୍ଷ ନେତୃତ୍ବ ଓଡିଶାରେ ସଂଗଠନକୁ ସୁଦୃଢ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଶକ୍ତିଶାଳୀ ବିଜେଡି ବିରୋଧରେ ଲଢିବାକୁ କଂଗ୍ରେସ ନେତୃତ୍ବ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ରାଜ୍ୟ ସଂଗଠନ ସୁଦୃଢ ସହ ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କ ଯୋଶ ବଢାଇବାକୁ ଖୁବ ଶୀଘ୍ର ଏଆଇସିସି ଅଧ୍ୟକ୍ଷ, ବରିଷ୍ଠ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟକ୍ରମ ଓଡିଶାରେ ସ୍ଥିର କରୁଛି ପିସିସି । ଏନେଇ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ‘‘କଂଗ୍ରେସକୁ କିଭଳି ଜନସାଧାରଣଙ୍କ ନିକଟତର କରିହେବ ଓଡ଼ିଶାରେ କଂଗ୍ରେସ କିଭଳି ତୃଣମୁଳ ସ୍ତରରେ ସୁଦୃଡ଼ ହେବ ସେନେଇ ଗୁରୁତ୍ବ ଦେଇଛି ଅଖିଳ ଭାରତୀୟ କଂଗ୍ରେସ କମିଟି। ଏଆଇସିସି ଶୀର୍ଷ ନେତା ଓଡିଶା ଆସିବ ଜନସଭା କରିବେ । ମଲ୍ଲିକାର୍ଜୁନ ଖର୍ଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଜନସଭା ଆୟୋଜନ କରାଯିବ। କେନ୍ଦ୍ରୀୟ ନେତାଙ୍କ କାର୍ଯ୍ୟକ୍ରମ ସ୍ଥିର କରାଯାଉଛି। ରାଜ୍ୟର ବିଭିନ୍ନ ଯୋନରେ ହେବ ବିଶାଳ କାର୍ଯ୍ୟକ୍ରମ। ଭୁବନେଶ୍ବରରେ ରାହୁଲ କିମ୍ବା ପ୍ରିୟଙ୍କା ଗାନ୍ଧୀଙ୍କ ବିଶାଳ ଜନ ସମାବେଶ ଆୟୋଜନ କରାଯିବ। ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ସମସ୍ତ ଆଲୋଚନା ସରିଛି। ସେ ଦିଲ୍ଲୀ ଯାଇ କାର୍ଯ୍ୟକ୍ରମ ଦିନ ସ୍ଥିର କରବେ। ରାଜ୍ୟରେ କିଭଳି କଂଗ୍ରେସ ଶାସନ କ୍ଷମତାକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ ହେଉଛି ।’’

ଅଧିକ ପଢନ୍ତୁ- ଓଡ଼ିଶାରେ 'ଆଣ୍ଟି ଇନ୍‌କମ୍ବେନ୍‌ସି ଫ୍ୟାକ୍ଟର' କାମ କରିବ, କଂଗ୍ରେସ ସରକାର ଗଢ଼ିବ: କଂଗ୍ରେସ

ସେହିପରି ପିସିସି ସଭାପତି କହିଛନ୍ତି ଏଆଇସିସିର ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାରେ କଂଗ୍ରେସ ଲୋକଙ୍କ ବିଶ୍ବାସଭାଜନ ହେବ ସେ ନେଇ ଆକ୍ସନ ପ୍ଲାନ କରୁଛି ପିସିସି । ମୋର ବିଶ୍ବାସ ଅଛି ଆଗାମୀ ନିର୍ବାଚନ ରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। 4 ରାଜ୍ୟରେ ହାରିଗଲୁ ତା ମାନେ ନୁହେଁ ଯେ ଓଡ଼ିଶାରେ କଂଗ୍ରେସ ପଛରେ ପଡିଗଲା। କଂଗ୍ରେସ ମନୋବଳ ବଢିଛି। ଓଡ଼ିଶାରେ ଭାରତ ଯୋଡୋ ଯାତ୍ରା ପରେ 33ଟି ଜିଲ୍ଲାରେ କଂଗ୍ରେସ ର ସଂଗଠନ ବୃଦ୍ଧି ପାଇଛି। କଂଗ୍ରେସ କର୍ମୀ ମାନେ ଗାଁ ଗାଁ କୁ ଯାଇ ସାଧାରଣ ଲୋକଙ୍କ ସମସ୍ୟା ଉଠାଉଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ରାଜ୍ୟବାସୀଙ୍କ ପାଖକୁ ଯିବ କଂଗ୍ରେସ। ଦୁର୍ନୀତି ମୂଳତ୍ପାଟନ କରିବାକୁ ହେବ। ସାରା ରାଜ୍ୟରେ ଲୋକଙ୍କ ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛୁ। କେନ୍ଦ୍ର ସରକାର ରୋଜଗାର ଯୋଗାଇ ଦେବାରେ ବିଫଳ ହୋଇଛି। ସେହିପରି ରାଜ୍ୟ ସରକାର ଚାକିରୀ ନଦେଇ ପାରିବାରୁ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.