ଖୋର୍ଦ୍ଧା: ଚଳିତବର୍ଷ ଦୀପାବଳିରେ ବାଣ ଫୁଟାଇବା ଠାରୁ ଆରମ୍ଭ କରି ବାଣ ବିକ୍ରି ଏବଂ ପୁରୀ ତଥା ଭୁବନେଶ୍ବର ବିନ୍ଦୁସାଗରରେ ପୟା ଶ୍ରାଦ୍ଧକୁ ବାରଣ କରାଯାଇଛି । ତେଣୁ ଦୀପାବଳିରେ ନିଜ ଘରେ ପରିବାରର ଦିବଂଗତଙ୍କୁ ଶ୍ରାଦ୍ଧ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳବାସୀ ।
ତେବେ ଦୀପାବଳିରେ ପିତୃପୁରୁଷଙ୍କୁ ଦୀପଦାନ କରିବା ସହ ପିଣ୍ଡଦାନ କରିବା ପରମ୍ପରା ରହିଛି । ପ୍ରତିବର୍ଷ ପୁରୀରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରି ଆଶୀର୍ବାଦ ଭିକ୍ଷା କରନ୍ତି ଲୋକେ । କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ପାଇଁ ପୁରୀ ତଥା ଭୁବନେଶ୍ବର ବିନ୍ଦୁସାଗରରେ କଟକଣା ଲଗାଯାଇଥିବାରୁ ଲୋକମାନେ ନିଜ ଘର ସାମ୍ନାରେ ପିତୃପୁରୁଷଙ୍କ ବଡବଡୁଆ ଡାକ ପରମ୍ପରା ପାଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗାଁରେ ଲୋକମାନେ ପିତୃପୁରୁଷଙ୍କୁ ବଡବଡୁଆ ଡାକୁଥିବା ଦେଖିବାକୁ ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ