ETV Bharat / state

ହକି ଫିଭର, ରାଜଧାନୀକୁ ଫେରିବ ରାହାଗିରି ବା ପଥୋତ୍ସବ

author img

By

Published : Dec 16, 2022, 10:13 PM IST

ଆସନ୍ତା ୨୫ ତାରିଖରେ ଭୁବନେଶ୍ବରରେ ପହଞ୍ଚିବ ବିଶ୍ବକପ ହକି ୨୦୨୩ ଟ୍ରଫି । ଏହି ଟ୍ରଫି ସହ ବିଶ୍ବକପ ହକିରେ ଆସୁଥିବା ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି । ଅଧିକ ପଢନ୍ତୁ

ବିଏମସି ପ୍ରସ୍ତୁତି ବୈଠକ
ବିଏମସି ପ୍ରସ୍ତୁତି ବୈଠକ
ହକି ଫିଭର, ରାଜଧାନୀକୁ ଫେରିବ ରାହାଗିରି ବା ପଥୋତ୍ସବ

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ । ଏବେଠୁ ରାଜଧାନୀରେ ଦେଖାଗଲାଣି ହକି ଫିଭର । ଆସନ୍ତା ୨୫ ତାରିଖରେ ଭୁବନେଶ୍ବରରେ ପହଞ୍ଚିବ ବିଶ୍ବକପ ହକି ୨୦୨୩ ଟ୍ରଫି । ଏହି ଟ୍ରଫି ସହ ବିଶ୍ବକପ ହକିରେ ଆସୁଥିବା ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ BMC ଅଧିନସ୍ଥ ବିଭାଗ, ଅନୁଷ୍ଠାନ ବିଭିନ୍ନ ସଂଗଠନକୁ ଡାକି ଘନଘନ ବୈଠକ କରୁଛି । ବିଶ୍ବକପକୁ ଆହୁରି ସୁନ୍ଦର କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ମାର୍ଟ ଜନପଥରେ ଯାତାୟାତ ବନ୍ଦ କରି ଆୟୋଜିତ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପଥୋତ୍ସବ ।

ମିନି ମାରାଥନ ସହ ଆୟୋଜିତ ହେବ ବିଭିନ୍ନ ପ୍ରକାର ପ୍ରତିଯୋଗିତା । ସ୍କୁଲ କଲେଜ ଓ ବିଶ୍ବବିଦ୍ୟାଳୟରେ ମଧ୍ୟ ଏନେଇ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା । ରାଜଧାନୀର ରଜରାସ୍ତାରେ ନାଚଗୀତ ,ସ୍କେଟିଂ, ସାଇକେଲିଂର ଆସର ଜମିବ ଯାହାର ଭରପୁର ମଜା ଉଠାଇବେ ରାଜଧାନୀବାସୀ । ବିଶେଷ କରି ଏହି ଟ୍ରଫିକୁ ନେଇ ହକିର ପ୍ରଚାର କରିବ BMC । ଏହି କାର୍ଯ୍ୟକ୍ରମ ଭିତରେ ପୁଣି ଥରେ ରାହାଗିରି ବା ପାଥୋତ୍ସବ ଭୁବନେଶ୍ବରକୁ ଫେରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ଖାଲି ସେତିକି ନୁହେଁ ଏହାସହ ଡଟଫେଷ୍ଟ ବି ପୁଣି ଆରମ୍ଭ ହେବ । ଅନ୍ୟପଟେ ହକି ପାଇଁ ସହରର ପରିମଳ, ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ସମସ୍ୟାକୁ ନେଇ ଏକ ବୈଠକ ହୋଇଯାଇଛି । ଯେଉଁଥିରେ ରାଜଧାନୀର ପୂଜା ମଣ୍ଡପ ସମେତ ଅଟୋ ମହାସଂଘ ଓ ପରିବହନ ସଂଘକୁ ଡାକି ରାଜ୍ୟ ସହରାଞ୍ଚଳ ସଂସ୍ଥାର ସଭାଗୃହରେ ବୈଠକ କରିଥିଲେ BMC ମେୟର । ଏହି ବୈଠକ ପରେ ପ୍ରତି ପୂଜା ମଣ୍ଡପରେ ହକି ମ୍ୟାଚ ଲାଇଭ ଦେଖାଇବାର ବ୍ୟବସ୍ଥା କରାଯିବାର ନିଷ୍ପତ୍ତି ନିଆଯାଇଛି । ହକିର ପ୍ରଚାର ପ୍ରସାର ପାଇଁ ଷ୍ଟିକର ଅଟୋ ପଛରେ ଲଗାଇବେ । ଆଉ BMCର ଏହି ନିଷ୍ପତିକୁ ମଧ୍ୟ ସ୍ବାଗତ କରିଥିଲେ ପରିବହନ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.