ETV Bharat / state

ବଦଳିବ କଂଗ୍ରେସ ଦୃଶ୍ୟପଟ, ଆରମ୍ଭ ହେବ ପରିବର୍ତ୍ତନ ପଦଯାତ୍ରା - parivartan yatra in odisha by congress

ପ୍ରତି ଗାଁ ରେ ପଦଯାତ୍ରା କରିବ କଂଗ୍ରେସ। 15 ସଂସଦୀୟ କ୍ଷେତ୍ରକୁ ଫୋକସ କରିଛି ଦଳ। ଅଧିକ ପଢନ୍ତୁ

ଆରମ୍ଭ ହେବ ପରିବର୍ତ୍ତନ ପଦଯାତ୍ରା
ଆରମ୍ଭ ହେବ ପରିବର୍ତ୍ତନ ପଦଯାତ୍ରା
author img

By

Published : Aug 14, 2023, 9:08 PM IST

ଆରମ୍ଭ ହେବ ପରିବର୍ତ୍ତନ ପଦଯାତ୍ରା

ଭୁବନେଶ୍ବର: ସାରା ରାଜ୍ୟରେ ପରିବର୍ତ୍ତନ ରଥ ବୁଲାଇବା ସହ ଗାଁ ଗାଁ ରେ ପଦଯାତ୍ରା କରିବ କଂଗ୍ରେସ। ଏନେଇ ଏକ ବଡ଼ ପରିବର୍ତ୍ତନର ଆହ୍ୱାନ ଦେଇଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ରାଜ୍ୟରେ ବିଜେଡି ବିଜେପିର ବିକଳ୍ପ ଭାବେ ଉଭା ହେବ କଂଗ୍ରେସ। 15 ସଂସଦୀୟ କ୍ଷେତ୍ରକୁ ଫୋକସ କରିଛି ଦଳ। ଏଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ପ୍ରତି ୱାର୍ଡରେ ବୁଲିବ ପରିବର୍ତ୍ତନ ରଥ। ବୁଥ ସ୍ତରରେ ଦଳ କିଭଳି ଜନସାଧାରଣଙ୍କ ନିକଟତର ହେବ ସେଥିପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରାଯାଇଛି । ବୁଥ ସ୍ତରରେ ଦଳୀୟ ନେତା ଓ କର୍ମୀଙ୍କୁ ଅଧିକ ସକ୍ରିୟ କରିବା ପାଇଁ ରାଜ୍ୟ ନେତୃତ୍ୱ ଲାଗି ପଡିଛନ୍ତି ।" ଆଗୁଆ ନିର୍ବାଚନକୁ ନେଇ ସଂକେତ ପାଇବା ପରେ ଦଳର ନେତା ଓ କର୍ମୀମାନେ ଅଧିକ ସକ୍ରିୟ ହୋଇପଡିଥିବା ଦେଖିବାକୁ ମିଳିଛି।

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଆଗୁଆ ନିର୍ବାଚନ ହେଲେ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। 314 ବ୍ଲକରେ କଂଗ୍ରେସ ତାର ସଂଗଠନ ମଜବୁତ କରିବାକୁ ଟ୍ରେନିଂ କ୍ୟାମ୍ପ କରିବ। ଚଳିତ ମାସ 18 ତାରିଖରେ 314 ବ୍ଲକରେ ଘେରାଓ କରାଯିବ। ପ୍ରତ୍ୟେକ କ୍ଷେତ୍ରରେ ଓଡିଶା ଆଜି ଅବହେଳିତ। ବିଜେଡି ବିଜେପି ମଧ୍ୟରେ ଯୁବ ବର୍ଗ ବେକାରୀ ସମସ୍ୟା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି। ଜଳସେଚନ ସୁବିଧା ନାହିଁ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ସ୍କୁଲରେ ଶିକ୍ଷକ ନାହାନ୍ତି, ଚାଷୀର ହତାଶା ଭାବ, ମହିଳା ନିର୍ଯାତନା, ଖଣି ଦୁର୍ନୀତିରେ ଲୋକ ଅତିଷ୍ଠ ହୋଇ ପଡିଲେଣି। ଲୋକମାନେ ମନ ପରିବର୍ତ୍ତନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।" ଏହିପରି ଭାବେ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତିକୁ ମୁଖ୍ୟ ମୁଦ୍ଦା କରି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରିଛି କଂଗ୍ରେସ।

ଏହା ବି ପଢନ୍ତୁ...2024 Election: ରାଜ୍ୟରେ ମୁଣ୍ଡ ଟେକିବ କଂଗ୍ରେସ, ଦଳକୁ ଫେରିବେ ପୁରୁଖା ନେତା !

ସେପଟେ ସରକାରୀ ଅଭିଯୋଗ ଶୁଣାଣି ଏବଂ ସରକାରୀ ଯୋଜନା ସମୀକ୍ଷା ଆଳରେ 5ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଦ୍ୱାରା ଶାସକ ବିଜେଡି ତାର ନିର୍ବାଚନ ପ୍ରଚାର କାମ ଶେଷ ପର୍ଯ୍ୟାୟକୁ ନେଇଥିବାବେଳେ ପ୍ରଚାରରେ ଶେଷ ସ୍ପର୍ଶ ଦେବାପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଲେଣି ଦଳ ସୁପ୍ରିମୋ। ଆଗୁଆ ନିର୍ବାଚନ ସଂକେତ ପାଇବା ପରେ ଦଳ ତାର ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିଲା। ଅନେକ ଜିଲ୍ଲାରେ ସଂଗଠନର ନବକଳେବର କରିବା ସହ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରାଯାଇଛି। ମନ୍ତ୍ରୀ ବିଧାୟକମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଯେଉଁ ଯେଉଁ ନିର୍ବାଚନ ମଣ୍ଡଳୀରେ ଟିକେଟ ଫାଇନାଲ ହୋଇଛି ଦଳ ସୁପ୍ରିମୋ ସେମାନଙ୍କୁ ଗ୍ରୀନ ସିଗ୍ନାଲ ଦେଇସାରିଥିବା ଜଣାପଡିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.