ETV Bharat / state

ପାଠପଢ଼ା ସମୟରେ ଅସାମାଜିକଙ୍କ ଗୁଣ୍ଡାଗର୍ଦ୍ଦି, ସ୍କୁଲ ସାମ୍ନାରେ ଅଭିଭାବକଙ୍କ ଧାରଣା

Parents Protest in Front of School: ବରାହୀ ସରକାର ଉଚ୍ଚ ବିଦ୍ୟାଳୟରେ ଏସ୍‌ଏମ୍‌ସି ବୈଠକ ଚାଲିଥିବା ବେଳେ ଜଣେ ଅସାମାଜିକ ବ୍ୟକ୍ତିଙ୍କ ଗୁଣ୍ଡାଗର୍ଦ୍ଦି କରିଥିଲେ । ଅଭିଯୋଗ ପରେ ବି ଅଭିଯୁକ୍ତକୁ ଏଯାଏଁ ପୋଲିସ ଗିରଫ କରିନାହିଁ । ଅଧିକ ପଢ଼ନ୍ତୁ

ସ୍କୁଲ ସାମନାରେ ଅଭିଭାବକଙ୍କ ଧାରଣା, ବିଶୃଙ୍ଖଳିତ ଅଭିଯୁକ୍ତକୁ ଗିରଫ ଦାବି

author img

By ETV Bharat Odisha Team

Published : Nov 28, 2023, 9:10 PM IST

ସ୍କୁଲ ସାମନାରେ ଅଭିଭାବକଙ୍କ ଧାରଣା, ବିଶୃଙ୍ଖଳିତ ଅଭିଯୁକ୍ତକୁ ଗିରଫ ଦାବି

ନିଆଳି: ସରକାରୀ କର୍ମଚାରୀଙ୍କୁ ଡ୍ୟୁଟି ସମୟରେ ଆକ୍ରମଣ ଓ କାର୍ଯ୍ଯ କରିବାରେ ବ୍ୟାଘାତ ସୃଷ୍ଟି କଲେ କଠୋର କାର୍ଯ୍ୟାନୁଷ୍ଠାନ ନିୟମ ରହିଛି । କିନ୍ତୁ ଏସବୁ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ବିଦ୍ୟାଳୟ ଏସ୍‌.ଏମ୍‌.ସି ବୈଠକ ଚାଲିଥିବା ବେଳେ ଜଣେ ଅସାମାଜିକ ବ୍ୟକ୍ତି ବିଦ୍ଯାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଏସ୍‌ଏମ୍‌ସିର ସଦସ୍ୟ ଓ ସଦସ୍ଯାମାନଙ୍କୁ ଗାଳି ଗୁଲଜ ଓ ଧମକ ଚମକ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଭୟମୁଖି ପଞ୍ଚାୟତସ୍ଥିତ ବରାହୀ ସରକାର ଉଚ୍ଚ ବିଦ୍ୟାଳୟରେ ।

ଏହା ମଧ୍ୟ ପଢନ୍ତୁ... ଶିକ୍ଷକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ସ୍କୁଲରେ ତାଲା, ଭାଙ୍ଗିଲା ପୋଲିସ

ମିଳିଥିବା ଅଭିଯୋଗ ଅନୁସାରେ ବାଲିପାଟଣା ବ୍ଲକ ଅଭୟମୁଖି ପଞ୍ଚାୟତସ୍ଥିତ ବରାହୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ୨୨ ତାରିଖ ଦିନ ଏସ.ଏମ.ସି ବୈଠକ ସମୟରେ ଜଣେ ଅସାମାଜିକ ବ୍ୟକ୍ତି ଯୋଗୁଁ ଗଣ୍ତଗୋଳ ଓ ପରେ ଉତ୍ତେଜନାମୂଳକ ସ୍ଥିତି ଉତ୍ପନ୍ନ ହୋଇଥିଲା। ଏନେଇ ବିଦ୍ଯାଳୟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ, ଏସ.ଏମ.ସିର ଚେୟାରମ୍ଯାନ ଓ ସଦସ୍ଯାମାନଙ୍କ ପକ୍ଷରୁ ବାଲିପାଟଣା ଥାନାରେ ତିନୋଟି ଏତଲା ହୋଇଥିଲା ଏବଂ ଗତ ୨୩ ତାରିଖ ଦିନଠାରୁ ଏସ୍‌ଏମ୍‌ସି ଓ ଅଭିଭାବକ ବିଦ୍ଯାଳୟ ସମ୍ମୁଖରେ ଅଭିଯୁକ୍ତକୁ ଗିରଫ ଦାବିରେ ଧାରଣା ଦେଇଛନ୍ତି । କିନ୍ତୁ ଅଭିଯୁକ୍ତକୁ ଏଯାଏଁ ପୋଲିସ ଗିରଫ କରିନାହିଁ ।

ଏହା ମଧ୍ୟ ପଢନ୍ତୁ... ମାଲକାନଗିରିରେ ୨୧୫ ବିଦ୍ୟାଳୟରେ ନାହିଁ ଖେଳ ପଡିଆ, କ୍ରୀଡ଼ା ପ୍ରତି ବିମୁଖ ପ୍ରଶାସନ !

ଏହି ଧାରଣା ୬ଷ୍ଠ ଦିନରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଅଭିଭାବକ ଓ ଏସ୍‌ଏମ୍‌ସିର ସଦସ୍ୟ ମାନଙ୍କ ସହିତ ଆଲୋଚନା ପରେ ବିଦ୍ଯାଳୟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ବିଦ୍ୟାଳୟରେ ୪୩୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ବେଳେ ଆଜି ମାତ୍ର ୪୦ ଜଣ ଛାତ୍ରଛାତ୍ରୀ ବିଦ୍ଯାଳୟକୁ ଆସିଥିବା ନେଇ ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବେ ନାହିଁଁ ବୋଲି ମନା କରିଦେଇଛନ୍ତି । ସେପଟେ ଶେଷ ଖବର ମୁତାବକ ଅଭିଭାବକ ଓ ବିଦ୍ଯାଳୟର ଏସ.ଏମ.ସିର ସଭାପତି, ଉପାଧ୍ୟକ୍ଷଙ୍କ ସମେତ ମୋଟ ସାତ ଜଣ କମିଟିରୁ ଇସ୍ତଫା ପ୍ରଦାନ କରିଥିବା ସୂଚନା ମିଳିଛି । ତେବେ ସ୍କୁଲରେ ଶାନ୍ତି ଶୃଙ୍ଖଳା ସହ ପାଠପଢା ଓ ଅଭିଯୋଗ ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.