ETV Bharat / state

PM Awas Yojana: ରାଜ୍ୟ ବିଜେପିକୁ ମନ୍ତ୍ରୀଙ୍କ କଟାକ୍ଷ, ଗୋଦରୀ ଲୋ ତୋ ଗୋଡକୁ ଅନା

author img

By

Published : Jan 23, 2023, 9:26 PM IST

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ କହିଛନ୍ତି ଯେ, ଆବାସ ଯୋଜନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛତା ଅବଲମ୍ବନ କରି ଆସୁଛନ୍ତି । ପଲିସି ଅନୁସାରେ ଯୋଜନା କାର୍ଯ୍ୟକାରୀ କରାଯାଉଛି । ରାଜ୍ୟ ସରକାର ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଜଣାଇଛନ୍ତି । ବିଭିନ୍ନ ପ୍ରକ୍ରିୟାରେ ଅଭିଯୋଗ କରି ହେଉଛି । ଏ ବାବଦରେ ସନ୍ଦେହ କରିବାର କାରଣ କିଛି ନାହିଁ । ଅଧିକ ପଢନ୍ତୁ

PM Awas Yojana
PM Awas Yojana

PM Awas Yojana: ରାଜ୍ୟ ବିଜେପିକୁ ମନ୍ତ୍ରୀ କଟାକ୍ଷ, ‘ଗୋଦରୀ ଲୋ ଗୋଡକୁ ଅନା'

ଭୁବନେଶ୍ବର: ଆବାସ ଯୋଜନା ପ୍ରଦାନରେ ସ୍ୱଚ୍ଛତା ରହୁଥିବା ଅଭିଯୋଗ କରିଛି ବିଜେପି । ଲୋକେ ଭୟଭୀତ ହୋଇ ଅଭିଯୋଗ କରୁନଥିବା ବିଜେପି କହିଛି । ବିଜେପି ଅଭିଯୋଗର ଜବାବ ରଖିଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛତା ଅବଲମ୍ବନ କରିବା ସହ ଭୟରୁ ଦୁରେଇ ରହିବା ଲାଗି ଇମେଲ ଓ ଫୋନ ଜରିଆରେ ଗୋପନୀୟତାର ସହ ଅଭିଯୋଗ କରିବା ଲାଗି ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ କହିଛନ୍ତି ଯେ, ଆବାସ ଯୋଜନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛତା ଅବଲମ୍ବନ କରି ଆସୁଛନ୍ତି । ପଲିସି ଅନୁସାରେ ଯୋଜନା କାର୍ଯ୍ୟକାରୀ କରାଯାଉଛି । ରାଜ୍ୟ ସରକାର ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଜଣାଇଛନ୍ତି । ବିଭିନ୍ନ ପ୍ରକ୍ରିୟାରେ ଅଭିଯୋଗ କରି ହେଉଛି । ଏ ବାବଦରେ ସନ୍ଦେହ କରିବାର କାରଣ କିଛି ନାହିଁ । ଯେଉଁମାନେ ଗଣମାଧ୍ୟମରେ ଅଭିଯୋଗ କରୁଛନ୍ତି, ସେମାନେ ବ୍ୟକ୍ତିଗତ ଭାବେ କେତୋଟି ଅଭିଯୋଗ ଦାଖଲ କରିଛନ୍ତି ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବହୁ ସଂଖ୍ୟାରେ ଲୋକ ଅଭିଯୋଗ ଦାଖଲ କରୁଛନ୍ତି । 16ରୁ 24 ତାରିଖ ଯାଏଁ ଅଭିଯୋଗ ଦାଖଲ ଅବଧି ରହିଛି ।

ଆସନ୍ତାକାଲି ଅଭିଯୋଗ ଦାଖଲ ପ୍ରକ୍ରିୟା ଶେଷ ହେବ । ଏହା ପରେ ଅଭିଯୋଗ ଦାଖଲ ଅବଧି ବୃଦ୍ଧି କରିବା ନେଇ ନିଷ୍ପତ୍ତି ନିଆଯିବ । ଅଭିଯୋଗ କରିବାର ଭୟରୁ ଦୁରେଇ ରଖିବା ଲାଗି ଇମେଲ ଓ ସିଧାସଳଖ ଫୋନ କରି ଅଭିଯୋଗ କରିପାରିବେ । ଏହା ଗୋପନୀୟତାର ସହ ହେବ । ଲୋକ ଅଭିଯୋଗ କରିବାକୁ ଭୟ କରିବାର ଆବଶ୍ୟକତା ନାହିଁ । ବିଜେପି ଅଭିଯୋଗର ଜବାବ ଦେଇ ମନ୍ତ୍ରୀ କହିଛନ୍ତି ଯେ, ସେମାନେ ରାଜନୈତିକ ଉଦେଶ୍ୟ ନେଇ ଆନ୍ଦୋଳନ କରୁଥାଇ ପାରନ୍ତି । କଥା ଅଛି ଗୋଦରୀ ଲୋ ଗୋଡ଼କୁ ଅନା । ଆବାସ ଯୋଜନା ଲାଗି ରାଜ୍ୟ ସରକାର କେତେ ଆବେଦନ କରିଥିଲେ ଓ କେତେ ଘର ମିଳିଛି ଆଲୋଚନା କଲେ ସତ ଜଣାପଡିବ । ଆଜି ନହେଲେ କାଲି ବିଜେପିର ମିଛ ପଦାରେ ପଡିବ । ଏବେ ଗୋଟେ ପ୍ରକ୍ରିୟା ଚାଲିଛି । ପରବର୍ତ୍ତୀ ସମୟରେ କଣ ପଦକ୍ଷେପ ନିଆଯିବ ଚିନ୍ତା କରାଯିବ । ଅଯୋଗ୍ୟ ହିତାଧିକାରୀ ବାଦ ପଡିଗଲେ, ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଲାଗି ବ୍ୟବସ୍ଥା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.