ଖୋର୍ଦ୍ଧା: କାୟା ମେଲାଉଛି ଅଦୃଶ୍ୟ ଭୁତାଣୁ କୋରୋନା । କୋରୋନାର ଦ୍ବିତୀୟ ଲହରର ଚେନ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଲାକଡାଉନ ଭଳି କଠୋର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ କିଛି ଆମିନିଆଙ୍କ ପାଇଁ ଖୋର୍ଦ୍ଧା ଜିଲ୍ଲା ରାଜ୍ୟରେ କୋରୋନାର ହଟସ୍ପଟ ପାଲଟିଛି । ଦୈନିକ ଜିଲ୍ଲାରେ ସଂକ୍ରମଣ ହାର ଉର୍ଦ୍ଧ୍ବରେ ରହୁଥିବା ଦେଖିବାକୁ ମିଳୁଛି ।
ସେପଟେ ଗ୍ରାମଞ୍ଚଳକୁ କୋରୋନା ମୁକ୍ତ କରିବା ପାଇଁ ସରପଞ୍ଚ ମାନଙ୍କୁ ପୁଣିଥରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଜିଲ୍ଲାପାଳଙ୍କ କ୍ଷମତା ପାଇବା ପରେ ପଞ୍ଚାୟତରେ କୋରୋନା ନିୟନ୍ତ୍ରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସରପଞ୍ଚମାନେ ମତ ଦେଇଛନ୍ତି ।
ସେହିଭଳି କୋରୋନା ସମ୍ପର୍କରେ ଲୋକଙ୍କୁ ସଚେତନତା କରାଯିବା ସହ ଟୀକାକରଣକୁ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ