ETV Bharat / state

Padmapur By Poll: ଆରୋପ ପ୍ରତ୍ୟାରୋପର ରାଜନୀତି ଜାରି, ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

author img

By

Published : Nov 25, 2022, 4:28 PM IST

ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଶାସକ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ଜାରି ରହିଛି । ତେବେ ଆଜି ପଦ୍ମପୁରରେ ବିଜେପିର ଗୁଣ୍ଡାଗର୍ଦ୍ଦି ଓ ମିଥ୍ୟା ଆରୋପ ଲଗାଇ ଲୋକଙ୍କୁ ବିଭ୍ରାନ୍ତି କରୁଥିବା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଛି ବିଜେଡି । ଅଧିକ ପଢ଼ନ୍ତୁ

Padmapur By Poll: ଆରୋପ ପ୍ରତ୍ୟାରୋପର ରାଜନୀତି ଜାରି, ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
Padmapur By Poll: ଆରୋପ ପ୍ରତ୍ୟାରୋପର ରାଜନୀତି ଜାରି, ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମି ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି ତିନି ପ୍ରମୁଖ ଦଳ । ତେବେ ଉପନିର୍ବାଚନ ପୂର୍ବରୁ ଜାରି ରହିଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଏହାରି ଭିତରେ ପଦ୍ମପୁରରେ ବିଜେପିର ଗୁଣ୍ଡାଗର୍ଦ୍ଦି ଓ ମିଥ୍ୟା ଆରୋପ ଲଗାଇ ଲୋକଙ୍କୁ ବିଭ୍ରାନ୍ତି କରୁଥିବା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଛି ବିଜେଡି ।

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଘନୋଉଛି ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି । ଉଭୟ ଦଳ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରି ବାରମ୍ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ତେବେ ଆଜି ବିଧାୟକ ସୁଶାନ୍ତ ସିଂଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରି ତାଙ୍କୁ ସୁରକ୍ଷା ଦେବାକୁ ଦାବି କରିଛି ବିଜେଡି । ସେହିଭଳି ବିଜେପି ବାରମ୍ବାର ମିଥ୍ୟା ଅଭିଯୋଗ କରି ପଦ୍ମପୁରବାସୀଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ବିଜେଡିର ଅଭିଯୋଗକ୍ରମେ ବିଜେପୁର ଉପନିର୍ବାଚନ ବେଳେ ବିଧାୟକ ସୁଶାନ୍ତ ସିଂଙ୍କ ଭାଇ ଏବଂ ଅନ୍ୟ ୩ ଜଣଙ୍କୁ ହତ୍ୟା ଉଦ୍ୟମ କରି ଗୁଳି ମାଡ଼ କରିଥିଲେ ବିଜେପି କର୍ମୀ । ବିଜେଡି ମୁଖପାତ୍ର ଓମ ପ୍ରକାଶ ସାହୁ କହିଛନ୍ତି, "ଯେଉଁମାନେ ଗୁଳିମାଡ କରିଥିଲେ ସେମାନେ ଏବେ ବେଲ୍‌ରେ ଅଛନ୍ତି । ତେଣୁ ବିଧାୟକ ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଅଛି । ତେଣୁ ବିଧାୟକଙ୍କୁ ସୁରକ୍ଷା ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଦାବି କରିଛି ।" ଏହାସହ ମୁକ୍ତ ଅବାଧ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି ଦଳ ।

ସେପଟେ ୩ ଜଣ ଅଧ୍ୟାପକ ନିଲମ୍ବିତ ହୋଇଥିବା ନେଇ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଦାବି ପ୍ରସଙ୍ଗରେ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "କେଉଁ ଆଧାରରେ ବିଜେପି ମୁଖପାତ୍ର ଲେଖାଶ୍ରୀ CEOଙ୍କ ମୁଖପାତ୍ର ଭଳି ଦାବି କଲେ । ସମ୍ପୃକ୍ତ ଘଟଣାରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛୁ । ବିଜେପି କପୋଳକଳ୍ପିତ ଅଭିଯୋଗ ଆଣି ପଦ୍ମପୁରବାସୀଙ୍କୁ ଲଗାତାର ଭାବେ ବିଭ୍ରାନ୍ତ କରିଚାଲିଛି । ପଦ୍ମପୁରବାସୀ ଏହାର ଉପଯୁକ୍ତ ଜବାବ ଦେବେ ।" ବିଜେଡି ପ୍ରାର୍ଥୀନୀ ବର୍ଷା ସିଂହ ବରିହାଙ୍କୁ ପଦ୍ମପୁର ବାସୀ ଆଶୀର୍ବାଦ କରିବେ ବୋଲି କହିଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.