ETV Bharat / state

Padampur ByPoll: ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ, CEOଙ୍କୁ ଭେଟିଲା ବିଜେପି - ପଦ୍ମପୁର ଉପନିର୍ବାଚନ

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଜାରି ରହିଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଉପନିର୍ବାଚନରେ ବିଜେଡି ନେତା ଓ ମନ୍ତ୍ରୀ ଗୁଣ୍ଡାଗର୍ଦି କରି ବିଜେପି କର୍ମୀମାନଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି । ଅଧିକ ପଢ଼ନ୍ତୁ

Padmapur By Poll: ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ, CEOଙ୍କୁ ଭେଟିଲା ବିଜେପି

author img

By

Published : Nov 27, 2022, 4:35 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିଜେଡି ନେତା ଓ ମନ୍ତ୍ରୀ ଗୁଣ୍ଡାଗର୍ଦି କରୁଥିବା ଅଭିଯୋଗ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି । ବିରୋଧୀ ଦଳ ନେତା ମୁଖ୍ୟ ସଚେତକଙ୍କ ନେତୃତ୍ବରେ CEOଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରତିହିଂସା ସ୍ବରୂପ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ।

Padmapur By Poll: ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ, CEOଙ୍କୁ ଭେଟିଲା ବିଜେପି

ପଦ୍ମପୁର ଉପନିର୍ବାଚନ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମି ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି ତିନି ପ୍ରମୁଖ ଦଳ । ତେବେ ଉପନିର୍ବାଚନ ପୂର୍ବରୁ ଆରୋପ ପ୍ରତ୍ୟାରୋପର ରାଜନୀତି ଜାରି ରହିଛି । ଶାସକ ବିଜେଡି ଓ ବିରୋଧୀ ବିଜେପି ପରସ୍ପର ବିରୋଧରେ ଅଭିଯୋଗ ଆଣି ବାରମ୍ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଉଛନ୍ତି । ରବିବାର ମଧ୍ୟ CEOଙ୍କ ଦ୍ବାରସ୍ଥ ହୋଇଛି ବିଜେପି । ବିଜେଡି ନେତା ଓ କର୍ମୀ ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଗୁଣ୍ଡାଗର୍ଦି କରି ବିଜେପି କର୍ମୀଙ୍କୁ ଆକ୍ରମଣ କରୁଥିବା ଅଭଯୋଗ ନେଇ ବିରୋଧୀ ଦଳ ନେତା ମୁଖ୍ୟ ସଚେତକ ମୋହନ ମାଝିଙ୍କ ନେତୃତ୍ବରେ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ ।

ଏନେଇ ମୋହନ ମାଝି କହିଛନ୍ତି, "ଆଇନ ଶୃଙ୍ଖଳା ବୋଲି ପଦ୍ମପୁରରେ ଆଉ କିଛି ନାହିଁ । ୧୫ରୁ ଊର୍ଦ୍ଧ୍ବ ମନ୍ତ୍ରୀ ଗୁଣ୍ଡାଗର୍ଦି କରିବା ସହ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଆକ୍ରମଣ କରୁଛନ୍ତି । ଥାନାରେ ଏତଲା ଦେବାପରେ ମଧ୍ୟ ପୋଲିସ ଆକ୍ରମଣକାରୀଙ୍କ ବିରୋଧରେ କୌଣସି ଆକ୍ସନ ନେଉନାହିଁ । ଯଦି CEO ସମ୍ପୃକ୍ତ ମନ୍ତ୍ରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେନାହିଁ, ତେବେ ଆଗାମୀ ଦିନରେ ବିଜେପି ଏ କଥାକୁ ବିଧାନସଭାରେ ଉଠାଇବା ସହ ବାଚସ୍ପତିଙ୍କ ନିକଟରେ ଫେରାଦ ହେବ ।"

ବିଜେଡି ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରୁଥିବା ବିଜେପି ଅଭିଯୋଗ କରିଛି । ମୋହନ ମାଝି କହିଛନ୍ତି, "ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଝାରସୁଗୁଡାରୁ ଗୁଣ୍ଡା ଆଣି ପଦ୍ମପୁରରେ ଲଗାଇଛନ୍ତି । ବିଜେପି କର୍ମୀଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଛନ୍ତି । ବିଧାୟକ ମନୋହର ରନ୍ଧାରୀ ମଧ୍ୟ ଲୋକଙ୍କୁ ଖୋଲାଖୋଲି ଭାବେ ଧାନ କଟା ଦାଆ ଓ କମ୍ବଳ ବଣ୍ଟୁଛନ୍ତି । ଏହାକୁ ନେଇ ବିଜେପି ଅଭିଯୋଗ କଲା ପରେ ମଧ୍ୟ କୌଣସି ଆକ୍ସନ ନିଆଯାଉନାହିଁ । ପୋଲିସ ସରକାରୀ ଦଳକୁ ସୁହାଇଲା ଭଳି କାମ କରୁଛି ।" ତେବେ ପଦ୍ମପୁର ଉପନିର୍ବାଚନରେ ସେଣ୍ଟ୍ରାଲ ଫୋର୍ସକୁ ନିୟୋଜିତ କରିବା ପାଇଁ ସିଇଓଙ୍କ ପାଖରେ ଦାବି କରିଛି ବିଜେପି ।

ସେହିଭଳି ବିଜେଡି ବିରୋଧରେ ବାରମ୍ବାର ଅଭିଯୋଗ ସତ୍ତ୍ବେ CEO କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ କରି ସମାଲୋଚନା କରିଛି ବିଜେପି । CEO କାଠ ପୁତ୍ତଳୀ ଭଳି କାମ କରୁଛନ୍ତି ଏବଂ ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି ବୋଲି କହିଛି ଦଳ । ପୂର୍ବରୁ ମନ୍ତ୍ରୀ ରୋହିତ ପୂଜାରୀ ଏବଂ ରାଜେନ୍ଦ୍ର ଢୋଲକିଆ ମଧ୍ୟ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ ବିଜେପି ଅଭିଯୋଗ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.