ETV Bharat / state

ରାଜ୍ୟରେ ଅଧାରୁ ପାଠ ଛାଡିଛନ୍ତି ୫ ହଜାରୁ ଅଧିକ ପିଲା - ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା

ରାଜ୍ୟରେ ଅଧାରୁ ପାଠ ଛାଡିଛନ୍ତି ୫ ହଜାରୁ ଅଧିକ ପିଲା । କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ବିଭାଗ ଦ୍ୱାରା କରାଯାଇଥିବା ସର୍ଭେରୁ ସ୍ପଷ୍ଟ । ଅଧିକ ପଢନ୍ତୁ

ରାଜ୍ୟରେ ଅଧାରୁ ପାଠ ଛାଡିଛନ୍ତି ୫ ହଜାରୁ ଅଧିକ ପିଲା

author img

By

Published : Jun 23, 2023, 1:22 PM IST

ଭୁବନେଶ୍ବର: ଓଡ଼ିଶାରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବଢୁଛି । ରାଜ୍ୟରେ ୭୬୮୨ ପିଲା ଅଧାରୁ ପାଠ ଛାଡ଼ିଛନ୍ତି । ତନ୍ମଧ୍ୟରୁ ସ୍କୁଲକୁ ଅଢେଇ ହଜାର ପିଲା ଫେରିଛନ୍ତି । କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଦ୍ୱାରା କରାଯାଇଥିବା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସର୍ଭେ ରିପୋର୍ଟରେ ଏହା କୁହାଯାଇଛି । ରିପୋର୍ଟରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୭ ହଜାର ୬୮୨ ଜଣ ପିଲା ପାଠ ଛାଡିଥିବାର ଦର୍ଶାଯାଇଛି । କେନ୍ଦ୍ର ସରକାରଙ୍କ ରିପୋର୍ଟ ପରେ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ତୁରନ୍ତ ସେହି ପିଲାମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ସମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଦେଶର ସମୁଦାୟ ୩୯୮ଟି ଜିଲ୍ଲାର ୫ ହଜାର ୧୧୮ଟି ଗ୍ରାମରେ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ୧.୮୩ ଲକ୍ଷ ପିଲା ଅଧାରୁ ପାଠ ଛାଡ଼ିଥିବା ନେଇ ତଥ୍ୟ ପ୍ରକାଶ ପାଇଥିଲା । ସେଥିମଧ୍ୟରୁ ଓଡ଼ିଶାର ୭ ହଜାର ୬୮୨ ପିଲା ଡ୍ରପ୍ ଆଉଟ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୫୯୬ ପିଲା ବିଦ୍ୟାଳୟକୁ ଫେରିଛନ୍ତି । କିନ୍ତୁ ଏବେ ବି ୫୦୮୬ ଜଣ ପିଲା ବିଦ୍ୟାଳୟ ଆସୁନାହାନ୍ତି ।

ପ୍ରାଥମିକ ଶ୍ରେଣୀରେ ୨ ହଜାର ୨୯୯ ପିଲା ଅଧାରୁ ପାଠ ଛାଡ଼ିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୭୯୭ ପିଲା ସ୍କୁଲ ଫେରିଥିଲେ । କିନ୍ତୁ ଏବେ ବି ୩୦ଟି ଜିଲ୍ଲାରୁ ୧୫୦୨ ପିଲା ବିଦ୍ୟାଳୟ ଆସୁନାହାଁନ୍ତି । ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ପର୍ଯ୍ୟନ୍ତ ୧ ହଜାର ୧୯୮ ପିଲା ଅଧାରୁ ପାଠ ଛାଡ଼ିଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୪୧୮ ପିଲା ସ୍କୁଲ ଫେରିଥିଲେ । କିନ୍ତୁ ଏବେ ମଧ୍ୟ ୨୯ଟି ଜିଲ୍ଲାରୁ ୭୮୦ ପିଲା ଆସୁନାହାଁନ୍ତି ।

ସେହିଭଳି ଭାବରେ ନବମରୁ ଦଶମ ଶ୍ରେଣୀ ମଧ୍ୟରେ ୧ ହଜାର ୪୪୬ ପିଲା ଅଧାରୁ ପାଠ ଛାଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୪୮୧ ପିଲା ସ୍କୁଲ ଫେରିଥିଲେ । ମାତ୍ର ୨୮ଟି ଜିଲ୍ଲା ୯୬୫ ପିଲା ବିଦ୍ୟାଳୟ ଆସୁନାହାଁନ୍ତି । ଉଚ୍ଚ ମାଧ୍ୟମିକ ବା ଯୁକ୍ତ ଦୁଇ ଶ୍ରେଣୀରେ ୨ ହଜାର ୭୩୯ ପିଲା ଅଧାରୁ ପାଠ ଛାଡିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୯୦୦ ପିଲା ସ୍କୁଲ ଫେରିଥିଲେ । ଏବେ ବି ୧୮୩୯ ପିଲା ସ୍କୁଲ ଯାଉନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.