ଖୋର୍ଦ୍ଧା: ବର୍ଷବର୍ଷ ଧରି ମାଛ ମାରି ଜୀବିକା ନିର୍ବାହ କରୁଥିବା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ସରସ୍ବତୀ ନଗରର ମତ୍ସଜୀବୀମାନେ ବର୍ତ୍ତମାନ ଚିଲିକାରୁ ମାଛ ମାରିବାରୁ ବଞ୍ଚିତ ହୋଇଛନ୍ତି । ସରସ୍ବତୀ ନଗର ସୀମାରେ କଣାସ ବ୍ଲକର ଲୋକମାନେ ଆସି ଜୁଲମ କରି ମାଛ ମାରିବା ସଙ୍ଗେ ସଙ୍ଗେ ଅତ୍ୟାଚାର କରୁଛନ୍ତି ।
ନିଜ ଭିଟାମାଟିରୁ ମାଛ ମାରିବାକୁ ଦାବି କରି ସରସ୍ବତୀ ନଗରର ଲୋକମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ସଙ୍ଗେ ସଙ୍ଗେ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ