ETV Bharat / state

ପ୍ରାକୃତିକ ବିପର୍ଯ୍ଯୟକୁ ନାହିଁ ଡର, ନୂଆ କିସମ ବିହନ ବିକଶିତ କରୁଛି ଓୟୁଏଟି

author img

By

Published : Apr 14, 2023, 4:44 PM IST

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଆଉ ଡରିବେନି ଚାଷୀ ଭାଇ । ପ୍ରାକୃତିକ ସହନଶୀଳ ବିହନ ବିକଶିତ କରୁଛି ଓୟୁଏଟି । ଅଧିକ ପଢନ୍ତୁ

ouat press conference
ouat press conference
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଆଉ ଡରିବେନି ଚାଷୀ ଭାଇ

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟକୁ ଆଉ ରହିବନି ଡର । ପ୍ରାକୃତିକ ସହନଶୀଳ ବିହନ ବିକଶିତ କରୁଛି ଓୟୁଏଟି । ବନ୍ୟା ହେଉ ଅବା ବାତ୍ୟା କି ପ୍ରଚଣ୍ଡ ଖରା, ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟରେ ବି ଆଉ ଫସଲ ହାନି ହେବନି । ଧାନ, ମିଲେଟ, ଡାଲି ଓ ତୈଳବୀଜ ପରି ୨୦ ପ୍ରକାରର ନୂତନ ବିହନ କିସମ ବିକଶିତ କରୁଛି ଓୟୁଏଟି।

୨୦ ପ୍ରକାରର ନୂତନ ବିହନ କିସମ: ବିଭିନ୍ନ ବର୍ଗର ଫସଲର ନୂତନ କିସମର ବିକାଶ କରିବା ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଏକ ପ୍ରମୁଖ କାର୍ଯ୍ୟ। ଏନେଇ ଓୟୁଏଟି ପକ୍ଷରୁ ୧୨ ଗୋଟି ଫସଲର ୨୨ ଗୋଟି ନୂତନ କିସମର ବିକାଶ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ୨୦୨୨ ମସିହାରେ ପ୍ରସ୍ତାବ ଦିଆଯାଇଥିଲା । ଏଥିମଧ୍ୟରୁ ୨୦ ଗୋଟି କିସମକୁ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ବାରା ଅନୁମୋଦନ କରାଯାଇଛି । ସେଥି ମଧ୍ଯରୁ ହେଲା- ଧାନ ଫସଲର ୬ ଗୋଟି କିସମ, ମାଣ୍ଡିଆ, ମୁଗ, ଚିନାବାଦାମ, ସୋରିଷ ଓ ରାଶିର ଗୋଟିଏ ଲେଖାଏଁ କିସମ । ପନିପରିବା ଫସଲ ମଧ୍ୟରୁ ବାଇଗଣ, ଲଙ୍କାମରିଚ, ବିଲାତି ବାଇଗଣ ଓ ଶିମ୍ବର ଗୋଟିଏ ଲେଖାଏଁ କିସମ । ଏହାସହ ମସଲା ଫସଲରେ ଅଦାର ୩ ଟି କିସମ ଓ ହଳଦୀର ୨ ଟି କିସମ ମଧ୍ୟ ସାମିଲ ରହିଛି।

ନୂଆ କିସମର ଧାନ ନାମ: ଧାନ କିସମ ଗୁଡିକ ମଧ୍ୟରେ ଓୟୁଏଟି କଳିଙ୍ଗ ଧାନ ୫ ଏକ ସହଳ କିସମ ହୋଇଥିବା ବେଳେ ଏହା ବାସ୍ନାଯୁକ୍ତ ଓ ଏଥିରେ ପୁଷ୍ଟିସାର (ଶତକଡା ୧୨ ଭାଗ) ସହିତ ଯଥେଷ୍ଟ ଦସ୍ତା ଓ ଲୌହ ରହିଛି । ଯେମିତି କି ଏହାକୁ ନବାନ୍ନ ନାମରେ ନାମିତ କରାଯାଇଛି । ଓୟୁଏଟି କଳିଙ୍ଗ ଧାନ ୮ (ସୂର୍ଯ୍ୟଶ୍ରୀ) ଅଧିକ ତାପ ସହଣୀ ହୋଇପାରିବ। ଏହି ଧାନ ବିଶେଷ ଭାବରେ ସମ୍ବଲପୁର ତାପମାତ୍ରାରେ ବଢ଼ି ପାରିବ। ଓୟୁଏଟି କଳିଙ୍ଗ ଧାନ ୨ (ସାଳନ୍ଦୀ) କିସମଟି ଖଇ ପରି ମୂଲ୍ୟ ଭିଭିକ ଦ୍ରବ୍ୟ ପ୍ରସ୍ତୁତି ପାଇଁ ଉପଯୁକ୍ତ ଓ ଆଣ୍ଟିଅକ୍ସିଡେନ୍ଟ ଯୁକ୍ତ ଅଟେ । ଅନ୍ୟ କିସମ ଗୁଡିକ ଯଥା ଓୟୁଏଟି କଳିଙ୍ଗ ଧାନ ୧ (କୋଲାବ), ଓୟୁଏଟି କଳିଙ୍ଗ ଧାନ ୬ (ଭାର୍ଗବୀ), ଓୟୁଏଟି କଳିଙ୍ଗ ଧାନ ୭ (ବରୁଣେଇ) ଅଧିକ ଅମଳଯୁକ୍ତ ଓ ବିଭିନ୍ନ ରୋଗ ପୋକ ସହଣୀ ଶକ୍ତି ଥିବା କିସମ ଅଟେ। ଯେପରି ବାତ୍ୟା ସମୟରେ ଧାନ ଗଛ ଉପାଡ଼ି ନଯିବ ସେନେଇ ଏହି କିସମର ଧାନ ଗଛ ଛୋଟ ରହିବ । ଯାହାକି ପବନ ବାତ୍ୟାକୁ ସହ୍ୟ କରିପାରିବ।

ପରିବା ଚାଷର କିସମ: ସେହିପରି ରାଜ୍ୟରୁ ବିକଶିତ ପ୍ରଥମ ସୋରିଷ କିସମ "ସଂପୂର୍ଣ୍ଣ " ଶତକଡା ୪୦%ରୁ ଅଧିକ ତୈଳଯୁକ୍ତ ହେବା ସହ ଶୋଷକ କୀଟ ଓ ପତ୍ରପୋଡ଼ା ରୋଗ ସହଣୀ କ୍ଷମତା ରହିଛି । ପନିପରିବା ଓ ମସଲାଚାଷ ମଧ୍ୟ ଆମ ରାଜ୍ୟର କୃଷିର ଏକ ପ୍ରମୁଖ ଦିଗ । ଲଙ୍କା, ବାଇଗଣ ଓ ବିଲାତି ବାଇଗଣରେ ଝାଉଁଳା ରୋଗ ଆମ ରାଜ୍ୟର ଏକ ପ୍ରମୁଖ ରୋଗ । ଏହି ରୋଗ ନିରୋଧକ ବିକଶିତ ବିଲାତି ବାଇଗଣ କିସମ "ଗୌରୀ" ବାଇଗଣ କିସମ "ବନିତା" ଓ ଲଙ୍କା କିସମ "ରାଗିଣୀ" ଆମ ରାଜ୍ୟର ଚାଷୀ ମାନଙ୍କର ଆର୍ଥିକ ଉନ୍ନତିରେ ସହାୟକ ହେବ। ଅଧିକ ଅମଳକ୍ଷମ ଶିମ୍ବ କିସମ "ଜୟକୃଷ୍ଣ" ଫଳବିନ୍ଧା ସହଣୀ ଏବଂ ଏହା ବର୍ଷା ଓ ପ୍ରାକ ରବି ଋତୁରେ ସଫଳ ଭାବରେ ଚାଷ କରାଯାଇ ପାରିବ ।

ବାସ୍ନାଯୁକ୍ତ ତୈଳ ଚାଷ: ସେହିପରି ଉଭୟ ପାହାଡିଆ ଓ ସମତଳ ଅଞ୍ଚଳରେ ଚାଷ ହୋଇପାରୁଥିବା ଅଧିକ ଓଲିଓରେଜିନ ବାସ୍ନାଯୁକ୍ତ ତୈଳ ଓ ଫାଇବର ଯୁକ୍ତ ଅଧିକ ଅମଳକ୍ଷମ ଅଦା କିସମ "ଶୁଭଦା", "ସୌରଭ" ଓ "ପ୍ରୟାଗ" । ଏହା ଅଧିକ କୁର୍କମିନ, ଓଲିଓରେଜିନ ଓ ବାସ୍ନାଯୁକ୍ତ ତୈଳ ହଳଦୀ କିସମ "ସୁରଙ୍ଗୀ" ଓ "ଗୌରବ" ରାଜ୍ୟର ଅଦା ଓ ହଳଦୀ ଚାଷର ଏକ ନୂଆଦିଗ ଆଣିଦେବ । ଏହି ଅଦା କିସମ ଗୁଡିକର ଝାଉଁଳା ରୋଗ, ପଚା ରୋଗ, କାତିପୋକ ଆଦି ଓ ହଳଦୀ କିସମ ଗୁଡିକର ପତ୍ରପଚା, ହଳଦୀପଡା, କାତିପୋକ ଓ କାଣ୍ଡବିନ୍ଧା ଆଦି ଅନେକ ମୁଖ୍ୟ ରୋଗ ଓ ପୋକ ନିରୋଧକ ଗୁଣ ରହିଛି ବୋଲି ଓୟୁଏଟିର କୁଳପତି ପ୍ରଭାତ କୁମାର ରାଉଳ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.