ETV Bharat / state

ଆସନ୍ତାକାଲି OUAT ସମାବର୍ତ୍ତନ ଉତ୍ସବ: ରଙ୍ଗୀନ୍ କୁକୁଡା ବିକଶିତ କରିଛନ୍ତି କୃଷିଯନ୍ତ୍ରୀ

author img

By

Published : Dec 25, 2022, 7:16 PM IST

ଆସନ୍ତାକାଲି OUATର ୩୯ତମ ସମାବର୍ତ୍ତନ ଉତ୍ସବ । ଗୋଟିଏ ବଳଦ ଟଣା ବାଜରା ଅମଳ ଯନ୍ତ୍ର ଏବଂ ଗୋଟିଏ କ୍ଷୁଦ୍ର ଶସ୍ୟ ବୁଣିବା ଯନ୍ତ୍ର ସହ କଳିଙ୍ଗ ପଲ୍ଲିଶ୍ରୀ ନାମରେ ଏକ ରଙ୍ଗୀନ୍ କୁକୁଡା ବିକଶିତ କରିଛନ୍ତି ବିଶ୍ଵବିଦ୍ୟାଳୟର କୃଷିଯନ୍ତ୍ରୀ । ଅଧିକ ପଢ଼ନ୍ତୁ

ଆସନ୍ତାକାଲି OUAT ସମାବର୍ତ୍ତନ ଉତ୍ସବ
ଆସନ୍ତାକାଲି OUAT ସମାବର୍ତ୍ତନ ଉତ୍ସବ
ଆସନ୍ତାକାଲି OUAT ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର: ଆସନ୍ତାକାଲି ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (OUAT)ର ୩୯ତମ ସମାବର୍ତ୍ତନ ଉତ୍ସବ । ବିଶ୍ଵବିଦ୍ୟାଳୟର କୃଷିଯନ୍ତ୍ରୀମାନେ ଗୋଟିଏ ବଳଦ ଟଣା ବାଜରା ଅମଳ ଯନ୍ତ୍ର ଏବଂ ଗୋଟିଏ କ୍ଷୁଦ୍ର ଶସ୍ୟ ବୁଣିବା ଯନ୍ତ୍ର ବିକଶିତ କରିଛନ୍ତି । ଏହାଛଡ଼ା ଓୟୁଏଟି କଳିଙ୍ଗ ପଲ୍ଲିଶ୍ରୀ ନାମରେ ଏକ ରଙ୍ଗୀନ୍ କୁକୁଡା ବିକଶିତ କରାଯାଇଛି ।

ଏବେ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ପକ୍ଷରୁ କଞ୍ଚା ବେଲ କଟା ଯନ୍ତ୍ର, ବନସ୍ପତି ତେଲ ପ୍ରକ୍ରିୟାକରଣ ଯନ୍ତ୍ର ଓ ମାଣ୍ଡିଆ ଅମଳ ଯନ୍ତ୍ର ନିମନ୍ତେ ତିନି ଗୋଟି ପେଟେଣ୍ଟ ହାସଲ କରାଯାଇଛି । ମୟୂରଭଞ୍ଜର କାଇ ଚଟଣୀ, ଢେଙ୍କାନାଳର ମଗଜି ଓ ନୟାଗଡର କଣ୍ଟେଇ ମୁଣ୍ଡି ବାଇଗଣର ଜିଆଇ ମାନ୍ୟତା ହାସଲ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । କୃଷକମାନଙ୍କ ନିକଟରେ ନୂତନ ଜ୍ଞାନକୌଶଳ ପହଞ୍ଚାଇବା ନିମନ୍ତେ ରାଜ୍ୟର ୨୮ଟି ଜିଲ୍ଲାରେ ୩୧ଗୋଟି କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରୁଛି । ବିଗତ ବର୍ଷ କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ ଦ୍ବାରା ୪୧ ହଜାର ୬୨ ଜଣ କୃଷକ, ୫ ହଜାର ୩୪୮ ଜଣ ଗ୍ରାମୀଣ ଯୁବକ ଓ ୨ ହଜାର ୮୫୪ ଜଣ ସମ୍ପ୍ରସାରଣ କର୍ମୀଙ୍କୁ କୃଷି ଓ ଆନୁଷଙ୍ଗିକ ବିଷୟରେ ତାଲିମ ପ୍ରଦାନ କରାଯାଇଛି । ଏହାଛଡା ୨୦୧୭ ଜଣ କୃଷକଙ୍କୁ ସାମିଲ କରି କ୍ଷେତ୍ର ପରୀକ୍ଷଣ ଓ ୫୮୧୯ ଜଣଙ୍କୁ ସାମିଲ କରି କ୍ଷେତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ କରାଯାଇଛି ।

ବିଶ୍ଵବିଦ୍ୟାଳୟ ତରଫରୁ ପ୍ରାକୃତିକ କୃଷିର ପ୍ରସାର ପାଇଁ ୧୦ଟି କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ଓଡ଼ିଶା ସରକାରଙ୍କ ସହାୟତାରେ ଧାନଚାଷ ପରେ ପଡ଼ିଆ ପଡୁଥିବା ୫ଶହ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ ପାଇଁ ଉଦ୍ୟମ କରାଯାଇଛି । ଖଣିଜ ସମ୍ପଦ ରହିଥିବା ୭ଟି ଜିଲ୍ଲାରେ କୃଷକ, ସ୍ବୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଘ, କୃଷି ଉଦ୍ୟୋଗୀ ଓ ଅନ୍ୟମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଶିକ୍ଷା ଓ ଗବେଷଣା କାର୍ଯ୍ୟକୁ ସୁଦୃଢ କରିବା ପାଇଁ ଦେଶବିଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଉଚ୍ଚମାନର ଶିକ୍ଷା ଓ ଗବେଷଣା ପାଇଁ ଭାରତୀୟ କୃଷି ଗବେଷଣା ପରିଷଦର ୨୦୨୦ ବର୍ଷର ବ୍ୟାଙ୍କିଙ୍ଗ ଅନୁସାରେ ଏହି ବିଶ୍ବବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ ୧୯ତମ ସ୍ଥାନ ଅଧିକାର କରିଛି ।

ଏହା ବ୍ୟତୀତ ନୂଆଦିଲ୍ଲୀସ୍ଥିତ ଏଗ୍ରିକଲ୍‌ଚର ଟୁଡେ ସଂସ୍ଥା ଦ୍ବାରା କୃଷି ଶିକ୍ଷା ନିମନ୍ତେ ୨୦୨୧ ମସିହାରେ ଏହି ବିଶ୍ବବିଦ୍ୟାଳୟ ଦେଶର ଶ୍ରେଷ୍ଠ କୃଷି ବିଶ୍ବବିଦ୍ୟାଳୟର ମାନ୍ୟତା ଲାଭ କରିଛି । ଏହି ବିଶ୍ବବିଦ୍ୟାଳୟରେ ନେପାଳ, ବାଂଲାଦେଶ, ସୋମାଲିଆ, ଆଫଗାନିସ୍ତାନ, ଭିଏତ୍‌ନାମ, ଇଜିପ୍ଟ ଆଦି ଦେଶର ଛାତ୍ରମାନେ ଅଧ୍ୟୟନ କରୁଛନ୍ତି । ଆନ୍ତର୍ଜାତୀୟ ଶିକ୍ଷା ବ୍ୟବସ୍ଥାର ଅନୁଭୂତି ହାସଲ ପାଇଁ ବିଗତ ଦୁଇ ବର୍ଷରେ ୪୨ ଜଣ ସ୍ନାତକ ଛାତ୍ରଛାତ୍ରୀ ଯୁକ୍ତରାଷ୍ଟ୍ର ଆମେରିକା, ଫିଲିପାଇନ୍ସ ଏବଂ ଥାଇଲାଣ୍ଡ ଗସ୍ତ କରିଛନ୍ତି । ସେହିପରି ୨୪ଜଣ ଅଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଛାତ୍ରଛାତ୍ରୀଙ୍କୁ ଉଚ୍ଚ ତଥା ଅନ୍ତର୍ଜାତୀୟସ୍ତରର କୃଷିଶିକ୍ଷା ପ୍ରଦାନ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଓ ଥାଇଲାଣ୍ଡର ଅଧ୍ୟାପକମାନେ ବିଶ୍ବବିଦ୍ୟାଳୟକୁ ଆସିବାର କାର୍ଯ୍ୟକ୍ରମ ରହିଛି । ନୂତନ ଭାବରେ ନିଯୁକ୍ତି ପାଇଥିବା ୨୦ଜଣ ଅଧ୍ୟାପକ ହାଇଦ୍ରାବାଦସ୍ଥିତ ଜାତୀୟ କୃଷି ଗବେଷଣା ପରିଚାଳନା ଏକାଡେମୀରେ ତାଲିମ୍ ହାସଲ କରିଛନ୍ତି ।

ସୂଚନା ଅନୁଯାୟୀ, ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଆସନ୍ତାକାଲି ୩୯ତମ ସମାବର୍ତ୍ତନ ଉତ୍ସବ ଆୟୋଜନ କରୁଛି । ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ଏବଂ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସଭାପତିତ୍ବ କରିବେ । ଏହି ଅବସରରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ସୁଶ୍ରୀ ସାବରମତୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯିବ । ଏହି ସମାବର୍ତ୍ତନ ଉତ୍ସବରେ ୮୨୧ ଜଣଙ୍କୁ ସ୍ନାତକ, ୫୧୦ ଜଣଙ୍କୁ ସ୍ନାତକୋତ୍ତର ଏବଂ ୬୪ ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯିବ । ଏହାଛଡା ୧୧୩ଟି ସର୍ଣ୍ଣପଦକ ଏବଂ ୬ଟି ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପି.କେ ରାଉଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.