ETV Bharat / state

ରାଜଧାନୀରେ ଗାଁ ଆମ୍ବର ପସରା, ମିଳୁଛି ଭଳିକି ଭଳି ଆମ୍ବ

author img

By

Published : Jun 12, 2023, 9:52 AM IST

ଓରମାସ ପକ୍ଷରୁ ରାଜଧାନୀର sird କ୍ୟାମ୍ପସରେ ଖୋଲିଛି 'ଗାଁ ଆମ୍ବ ପସରା' । ଅଧିକ ପଢନ୍ତୁ

gaon amba pasara
gaon amba pasara
ରାଜଧାନୀରେ ଗାଁ ଅମ୍ବର ପସରା

ଭୁବନେଶ୍ବର: ରାଜଧାନୀରେ ଆମ୍ବ ପସରା । ଆମ୍ବ ପ୍ରେମୀଙ୍କ ପାଇଁ ଓରମାସ ପକ୍ଷରୁ ଭୁବନେଶ୍ବରରେ ଖୋଲିଛି 'ଗାଁ ଆମ୍ବ ପସରା' । ଏହି ପସରାରେ ଓଡ଼ିଶାରେ ଉତ୍ପାଦିତ ରାସାୟନିକ ମୁକ୍ତ ଆମ୍ବ ରାଜଧାନୀବାସୀଙ୍କୁ ମିଳୁଛି । ତେଣୁ ଏହି ଆମ୍ବ ନେବାକୁ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟକର ଓ ଜିରୋ କାର୍ବାଇଟର ଦେଶୀ ଆମ୍ବ ଯୋଗାଇଦେବା ଲକ୍ଷ୍ୟ ନେଇ ୪ ବର୍ଷ ହେଲା ଓରମାସ ପକ୍ଷରୁ ରାଜଧାନୀର sird (state institute for rural development) କ୍ୟାମ୍ପସ ଠାରେ ଦେଶୀ ଆମ୍ବ ବିକ୍ରି କରାଯାଉଛି । ୮ ତାରିଖରୁ ଏହି ଆମ୍ବ ପସରା ଆରମ୍ଭ ହୋଇଥିବା ବେଳେ ୧୩ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଚାଲିବ । ଅପରାହ୍ନ ୩ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଷ୍ଟଲ ଖୋଲା ରହୁଛି ।

ସେହିପରି ୭ ଜିଲ୍ଲା ଅର୍ଥାତ ଅନୁଗୋଳ, ଗଜପତି, କୋରାପୁଟ,ବଲାଙ୍ଗୀର, କଳାହାଣ୍ଡି ,ରାୟଗଡା ଓ ସମ୍ବଲପୁରରୁ ଆସିଥିବା ଚାଷୀ ମାନେ ସେମାନଙ୍କର ଉତ୍ପାଦିତ ଆମ୍ବକୁ ବିକ୍ରି କରୁଛନ୍ତି । ଏହି ୭ ଜିଲ୍ଲାର ଚାଷୀମାନେ ପ୍ରାୟ ୬ ଟନ୍‌ ଆମ୍ବ ଆଣି ଗ୍ରାହକଙ୍କୁ ବିକ୍ରି କରିସାରିଲେଣି । ଆମ୍ରପଲ୍ଲି, ଦଶେରୀ, ଲେଙ୍ଗଡ଼ା, ବାଇଗଣ ପଲ୍ଲୀ, ସୁନ୍ଦରୀ ଏବଂ ମଲ୍ଲିକା ଭଳି ୮ ପ୍ରକାର ଆମ୍ବ ବିକ୍ରି ହେଉଛି । ଆମ୍ବ ଭିତରେ ସ୍ୱାଦ ସମସ୍ତଙ୍କ ବେଶ ମିଠା ହୋଇଥିବା ବେଳେ ହିମସାଗର ଏବଂ ଆଖୁରସର ଟିକେ ଚାହିଦା ରହିଛି । ସେହିପରି ଆମ୍ବ ଗୁଡିକର ମୂଲ୍ୟ ୪୦ ରୁ ଆରମ୍ଭ ହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଅନ୍ୟପଟେ ବିଦେଶୀ ଚକମକିଆ ଆମ୍ବ ଅପେକ୍ଷା ଏହି ଦେଶୀ ଆମ୍ବର ଚାହିଦା ବେଶ ରହିଛି । ତେଣୁ ଖରା ଓ ଗରମକୁ ଖାତିର ନ କରି ଲୋକମାନେ ଆସି ଚାଖି ଚାଖି ଆମ୍ବ କିଣୁଛନ୍ତି । ଏହି ଚାହିଦାକୁ ଦେଖି ସ୍ବିଗି ସମେତ ଅନ୍‌ଲାଇନରେ ମଧ୍ୟ ଆମ୍ବ ବିକ୍ରି ହେଉଛି । ଲୋକଙ୍କ ଘର ଦୁଆରେ ଆମ୍ବ ପହଞ୍ଚାଇବା ପାଇଁ ଗାଡ଼ିରେ ମଧ୍ୟ ବିକ୍ରି କରାଯାଉଛି । ଏହି ଅବସରରେ ଓରମାସ ପକ୍ଷରୁ ଓଡ଼ିଶା ମ୍ୟାଙ୍ଗୋର ଲୋଗୋ ଲଞ୍ଚ୍ କରାଯାଇଛି । ସେପଟେ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ଆମ୍ବ ବଜାର ଉଦଘାଟନ କରିଥିଲେ ।

ତେବେ ରାଜଧାନୀବାସୀଙ୍କୁ ଚାଷୀ ବଗିଚାର ତାଜା ଆମ୍ବ ଯୋଗାଇ ଦେବା ପାଇଁ ଓରମାସ ଏଭଳି ବ୍ୟବସ୍ଥା କରିଥିବା ବେଳେ ବିଭିନ୍ନ ପ୍ରଜାତିର ଆମ୍ବ ଗୋଟିଏ ସ୍ଥାନରେ ମିଳୁଥିବାରୁ ଲୋକମାନେ ସ୍ୱାଦିଷ୍ଟ ଆମ୍ବ କିଣି ଖୁସି ହେଉଛନ୍ତି । ପରିବେଶ ସୁରକ୍ଷା ସହ ପଲିଥିନ ବ୍ୟାଗର ବ୍ୟବହାର ନ କରିବା ପାଇଁ ଓରମାସ ତରଫରୁ କପଡା ବ୍ୟାଗ ଏବଂ ଝୋଟ ବ୍ୟାଗର ବ୍ୟବସ୍ଥା କରାଯାଇଛି । ଜାତୀୟ ବଜାରରେ ସ୍ୱାଦିଷ୍ଟ ଆମ୍ବ ଉପଲବ୍ଧ କରାଇବା ପାଇଁ ଓରମାସ, ମଦର ଡାଏରୀ,ନାଫେଡ ଓ ରିଲାନ୍ସ ସହିତ ସ୍ଥାନୀୟ ଆମ୍ବ ଚାଷୀଙ୍କ ଚୁକ୍ତିନାମା କରି ସେମାନଙ୍କୁ ଓଡ଼ିଶା ଆମ୍ବ ଯୋଗାଇ ଦେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.