ETV Bharat / state

Odisha Budget: 2024 ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ; ଭୋଟ ବ୍ୟାଙ୍କ ପାଇଁ ବଣ୍ଟନ ହୋଇଛି ଅର୍ଥ ! - ପଞ୍ଚାନନ କାନୁନଗୋ

ଓଡ଼ିଶା ବଜେଟ ଶୁକ୍ରବାର ଆଗତ ହେବା ପରେ ଏହାକୁ ନେଇ ଜାରି ରହିଛି ଆଲୋଚନା ପର୍ଯ୍ୟାଲୋଚନା । ତେବେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବଜେଟ ପ୍ରସ୍ତୁତ ହୋଇଥିବା ଉଭୟ ବିରୋଧୀ ଓ ରାଜନୀତି ସମୀକ୍ଷକ କହିଛନ୍ତି । ଅଧିକ ପଢନ୍ତୁ

Odisha Budget reaction
Odisha Budget reaction
author img

By

Published : Feb 25, 2023, 6:11 PM IST

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ହୋଇଛି ବଜେଟ

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୩-୨୪ ଲାଗି ରାଜ୍ୟ ସରକାର ଆଗତ କରିଛନ୍ତି ପୂର୍ଣ୍ଣାଙ୍ଗ ବଜେଟ । ପ୍ରାୟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସବୁ ବର୍ଗଙ୍କୁ ବଜେଟରେ ଗୁରୁତ୍ବ ଦେଇଛନ୍ତି ସରକାର । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଟ ପ୍ରସ୍ତୁତ ହୋଇଥିବା ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି । ଅଣ ଟିକସ ବଢିବାକୁ ରାଜ୍ୟର ଅଗ୍ରଗତି କୁହାଯାଏ ନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ଶାସକ ଦଳ କହିଛି ଯେ ବଜେଟର ସଫଳତା ଆଗାମୀ ଦିନରେ ବିରୋଧୀଙ୍କ ପାଟି ଚୁପ କରିବ ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଟ ପ୍ରସ୍ତୁତ ହୋଇଥିବା ନିରିଖେଇ ଦେଖିଲେ, ଜଣାପଡିବ । ନିର୍ବାଚନରେ ଯେଉଁ ବର୍ଗ ଭୋଟ ଗୋଟାଇବାରେ ଆଗରେ ରହିବେ ତାଙ୍କୁ ଗୁରୁତ୍ବ ଦିଆଯାଇଛି । କେହି ବର୍ଗ ଅସୁଖୀ ହେବନାହିଁ, ତାହାକୁ ନଜର ଦିଆଯାଇଛି । କୃଷି, ସ୍ବାସ୍ଥ୍ୟ, ମହିଳା, ଯୁବକ, ଜନଜାତି, ଆଦିବାସୀ, ସମସ୍ତଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ସରକାର । ସେଥିପାଇଁ ମୁଖ୍ୟମନ୍ତ୍ରୀ ଗତକାଲି ସମସ୍ତ ବିଧାୟକଙ୍କୁ ନବୀନ ନିବାସ ଡାକି ଆଲୋଚନା କରିଛନ୍ତି । ବଜେଟ ବାବଦରେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, " ଅନ୍ୟପକ୍ଷରେ ଲୋକଙ୍କର ନିଜସ୍ଵ ଆୟ ବଢ଼ିବ । ଲୋକ ନିଜ ଗୋଡ଼ରେ ଛିଡା ହେବେ । ସେ ବାବଦରେ କିଛି ଦେଖିବାକୁ ମିଳୁନାହିଁ । ଅଧିକାଂଶ ନୂଆ ଯୋଜନା କେବଳ ମୁଖ୍ୟମନ୍ତ୍ରୀଙ୍କ ନାଁରେ ହୋଇଛି । ଆଉ ବିଜୁ ବାବୁଙ୍କ ନାଁରେ ନୂଆ ଯୋଜନା ହୋଇନାହିଁ । ପ୍ରାୟ ଦଶନ୍ଧି ହେଲା କୃଷି ବଜେଟ ହେଲାଣି କିନ୍ତୁ ଚାଷୀଙ୍କ ଆୟ ଭାରତବର୍ଷରେ ସବୁଠାରୁ ପଛରେ ରହିଛି । ଜାତୀୟ ଅଭିବୃଦ୍ଧି ହାରଠାରୁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ବୋଲି ସରକାର କହୁଛନ୍ତି । କିନ୍ତୁ ମୁଣ୍ଡ ପିଛା ଆୟରେ ଆମେ କମ ଅଛୁ । ନିର୍ବାଚନ ପୂର୍ବରୁ ୨୦୨୩-୨୪ ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ । ନିର୍ବାଚନ ପୂର୍ବରୁ ହେଲେ ଏକ କାମଚଳା ବଜେଟ ହୋଇପାରିବ ।"

ଏହା ବି ପଢନ୍ତୁ-Odisha Budget 2023: ଆୟ-ବ୍ୟୟର ହିସାବ ଦେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜାଣନ୍ତୁ ଏକ ଟଙ୍କାରେ ବଜେଟ୍

ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ସବୁ ବଜେଟର ୨ଟି ଅଂଶ ଅଛି । ଗୋଟିଏ ହେଉଛି ଗଣିତ ଓ ଅନ୍ୟଟି ହେଉଛି ଫଳିତ । ଗଣିତ ପାର୍ଟ ହେଲା କେତେ ଆୟ ଆସିଲା ଓ କେତେ ବ୍ୟୟ ହେଲା । ତାହାର ହିସାବ ଦିଆଯାଏ । ସେଥିରେ କଣ କଣ ଫଳିବ, ସଫଳତା ଆଣିବ, ସେ ଦିଗ ହେଉଛି ଫଳିତ ପାର୍ଟ । ଗଣିତ ପାର୍ଟକୁ ବିଚାର କଲେ ଏହି ବଜେଟ ଅତ୍ୟନ୍ତ ଉତ୍କୃଷ୍ଟତମ ବଜେଟ ବୋଲି ଲାଗିବ । ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବିରାଟ ବଜେଟ । ସବୁ ବିଭାଗକୁ ଅର୍ଥର ବ୍ୟବସ୍ଥା କରାଯାଇଛି । ଗତ ୪ ବର୍ଷର ବଜେଟକୁ ଲକ୍ଷ୍ୟ କଲେ ୩୦ ପ୍ରତିଶତ ଖର୍ଚ୍ଚ ହୋଇପାରୁନାହିଁ ।"

ପଞ୍ଚାନନ ଆହୁରି ମଧ୍ୟ କହିଛନ୍ତି ଯେ, ଟିକସରୁ ରାଜ୍ୟ ଆୟ ପାଇଥାନ୍ତା । ଜିଏସଟି ବଢି ବଢି ଚାଲିଲେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ଥିତି ଭଲ ଅଛି ବୋଲି ଜଣାପଡେ । କିନ୍ତୁ ଗତ 5 ବର୍ଷ ହେଲା ଦେଖାଯାଉଛି ଯେ, ଟିକସ ଆୟ କମି କମି ଯାଉଛି । ଯେତେବେଳେ ଭାଟ ଓ ସେଲଟ୍ୟାକ୍ସ ଥିଲା, ସେତେବେଳେ ଆୟ ବଢ଼ୁଥିଲା । ଟିକସ ଆୟ କମୁଥିବାବେଳେ ଅଣଟିକସ ଆୟ ବଢୁଛି । ରାଜ୍ୟର ହିତ କରୁନଥିବା ମଦ ଓ ପେଟ୍ରୋଲ ଏବଂ ଡିଜେଲରୁ ଟିକସ ବଢୁଛି । ତେଣୁ ରାଜ୍ୟ ଅଗ୍ରଗତି କରୁଥିବା କଥା କେହି କହିପାରିବେ ନାହିଁ ।

ବିଜେଡି ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, "ବଜେଟ ଲୋକାଭିମୁଖୀ ହେବା ସହ ଦିନକୁ ଦିନ ଆକାର ବଢୁଛି । ଚଳିତ ବଜେଟର ଆକାର ୨ଲକ୍ଷ ୩୦ହଜାର କୋଟିରେ ପହଞ୍ଚିଛି । ଜାତୀୟ ହାରଠାରୁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ । ଅନ୍ୟ ରାଜ୍ୟର ଋଣ ତୁଳନାରେ ଆମେ ଭଲରେ ଅଛୁ । ଏ ବଜେଟରେ ଅନେକ ଦିଗକୁ ଗୁରୁତ୍ଵ ଦିଆଯାଇଛି । ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ କୃଷି ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ବିଭାଗକୁ ବଜେଟରେ ସ୍ଥାନିତ କରଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଆମ ହସ୍ପିଟାଲ ଯୋଜନା ରାଜ୍ୟବାସୀଙ୍କୁ ଭେଟି ଦିଆଯାଇଛି ।"

ସେ କହିଛନ୍ତି ଯେ, ଏହାକୁ ନିର୍ବାଚନି ବଜେଟ କହିବା ବିରୋଧୀଙ୍କ ପାଇଁ ହାସ୍ୟାସ୍ପଦ । କୌଣସି ନିର୍ବାଚନୀ ପାଣ୍ଠିରୁ ଟଙ୍କା ବଣ୍ଟା ଯାଏନି । ବିଭାଗକୁ ଟଙ୍କା ସିଧାସଳଖ ଯାଏ, ବିଭାଗ ଜରିଆରେ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମାରେ କରିବାକୁ ପଡେ । ଏହି ବଜେଟକୁ ଯଦି କିଏ ନାପସନ୍ଦ କରେ, ସେ ବଜେଟକୁ ନିନ୍ଦିତ କରିବା ପାଇଁ ମନସ୍ଥ କରି ରଖିଥାଏ । ମିଶନ ଶକ୍ତି ବିଭାଗକୁ ବଜେଟ ଯାଇଛି । ସେଥିରୁ ସେମାନେ ଉପକୃତ ହେବେ । ମିଶନ ଶକ୍ତି ମହିଳାମାନେ ଗାଁ ଗାଁ ବୁଲୁଛନ୍ତି । ବହୁତ ହଇରାଣ ହେଉଛନ୍ତି । ସ୍କୁଟିଟି ନିତ୍ୟାନ୍ତ ଆବଶ୍ୟକ । ତେଣୁ ଏ ପଦକ୍ଷେପ ଐତିହାସିକ । ଯେତେବେଳେ ବଜେଟର ସୁଫଳ ଆସିବ ବିରୋଧଙ୍କ ପାଟି ଆପେ ଆପେ ଚୁପ ହୋଇଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.