ETV Bharat / state

ସୋହେଲା ଦିଲେଶ୍ବର ହତ୍ୟାକାଣ୍ଡ: ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ଜୟନାରାୟଣ ମିଶ୍ର - ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର

ବହୁଚର୍ଚ୍ଚିତ ସୋହେଲା ଦିଲେଶ୍ବର ହତ୍ୟାକାଣ୍ଡରେ ଭୁବନେଶ୍ବର ତୃତୀୟ ଅତିରିକ୍ତ ସ୍ବତନ୍ତ୍ର ଏଡିଜେ କୋର୍ଟରେ ହାଜର ହେଲେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର । ଜୟନାରାୟଣଙ୍କ ସହ ଏହି କେସରେ ଅଭିଯୁକ୍ତ ଥିବା ମୋଟ ୧୩ ଜଣ ଆଜି କୋର୍ଟରେ ହାଜର ହୋଇଛନ୍ତି । ଅଧିକ ପଢ଼ନ୍ତୁ

ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ଜୟନାରାୟଣ ମିଶ୍ର

author img

By

Published : Mar 17, 2023, 5:46 PM IST

ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ଜୟନାରାୟଣ ମିଶ୍ର

ଭୁବନେଶ୍ବର: ସୋହେଲା ଦିଲେଶ୍ବର ହତ୍ୟାକାଣ୍ଡ ମାମଲାରେ ଭୁବନେଶ୍ବର କୋର୍ଟରେ ହାଜର ହେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଭୁବନେଶ୍ବର ତୃତୀୟ ଅତିରିକ୍ତ ସ୍ବତନ୍ତ୍ର ଏଡିଜେ କୋର୍ଟରେ ହାଜିରା ପକାଇଛନ୍ତି ବିରୋଧି ଦଳ ନେତା । ଜୟନାରାୟଣ ମିଶ୍ରଙ୍କ ସହ ଏହି କେସରେ ଅଭିଯୁକ୍ତ ଥିବା ମୋଟ ୧୩ ଜଣ କୋର୍ଟରେ ହାଜର ହୋଇଛନ୍ତି । ସୋହେଲା କୋର୍ଟରୁ କେସ ସ୍ଥାନାନ୍ତର ପରେ ଭୁବନେଶ୍ବର ତୃତୀୟ ଅତିରିକ୍ତ ସ୍ବତନ୍ତ୍ର ଏଡିଜେ କୋର୍ଟରେ ପ୍ରଥମ ଥର ପାଇଁ ଏମାନେ ହାଜର ହୋଇଥିଲେ ।

ଏହି ଘଟଣାର ଚାର୍ଜସିଟ୍ ପରଠାରୁ ପ୍ରଥମ ଥର ପାଇଁ କୋର୍ଟରେ ହାଜର ହୋଇଛନ୍ତି ଜୟନାରାୟଣ । ପରେ ସେହି କେସରେ ତାଙ୍କୁ ପୁଣିଥରେ ଜାମିନ ଦିଆଯାଇଛି । ପୂର୍ବରୁ ଦିଆଯାଇଥିବା ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ଦେଇଛନ୍ତି ଭୁବନେଶ୍ବର ତୃତୀୟ ଅତିରିକ୍ତ ସ୍ବତନ୍ତ୍ର ଏଡିଜେ କୋର୍ଟ । ଏହି ସର୍ତ୍ତ ଗୁଡ଼ିକ ହେଉଛି, ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ କିମ୍ବା ଗଲେ ଏନେଇ କୋର୍ଟଙ୍କୁ ଅବଗତ କରିବେ, କେସର ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ କିମ୍ବା ଧମକ ଚମକ ଦେବେ ନାହିଁ, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୌଣସି ଅପରାଧିକ ମାମଲାରେ ସାମିଲ ହେବେ ନାହିଁ ।

ବିଶେଷ କରି ସାଂସଦ ଓ ବିଧାୟକମାନଙ୍କ ପାଇଁ ଭୁବନେଶ୍ବରରେ ରହିଛି ସ୍ବତନ୍ତ୍ର କୋର୍ଟ । ତେଣୁ ସେହି କୋର୍ଟରେ ଆଜି ସୋହେଲା କେସ ଆଧାରରେ ହାଜର ହୋଇଥିଲେ ଜୟନାରାୟଣ । ପରେ ଜାମିନ ପାଇଛନ୍ତି । ବରଗଡ଼ ସୋହେଲାରେ ଗତ ୨୦୧୮ ଫେବୃଆରୀ ୨୨ରେ ହୋଇଥିବା ଦିଲେଶ୍ବର ସାହୁ ହତ୍ୟାକାଣ୍ଡ ମାମଲାରେ ସେ ଅଭିଯୁକ୍ତ ଥିଲେ । ସେହି ମାମଲାରେ ପୂର୍ବରୁ ହାଇକୋର୍ଟଙ୍କ ଜାମିନରେ ଅଛନ୍ତି ଜୟନାରାୟଣ ମିଶ୍ର । ହତ୍ୟାକାଣ୍ଡର ୫ ମାସ ପରେ ସେତେବେଳେ ହାଇକୋର୍ଟ ଜାମିନ ଦେଇଥିଲେ । ସେହି ଆଧାରରେ ଜାମିନରେ ଜେଲ୍‌ରୁ ମୁକୁଳିଥିଲେ ଜୟନାରାୟଣ । ତାଙ୍କ ନାଁରେ ୩୦୨ ଓ ୩୦୭ ଭଳି ସଙ୍ଗୀନ ଦଫା ଲାଗିଛି ।

ହେଲେ ଗତ ୨୩ ଫେବୃଆରୀରେ ଜୟନାରାୟଣ ଦିଆଯାଇଥିବା ଜାମିନ ସର୍ତ୍ତକୁ ମାନୁନଥିବା ଜଣେ ପିଟିସନକାରୀ ସ୍ବତନ୍ତ୍ର କୋର୍ଟକୁ ଜଣାଇଥିଲେ । ଏପରିକି ଅନେକ ସର୍ତ୍ତ ଥିବାବେଳେ ଯେଭଳି ସେ ଆଚରଣ କରୁଛନ୍ତି ଏହା ସର୍ତ୍ତକୁ ଉଲଙ୍ଘନ କରୁଛି ଏବଂ ଏହା ଦ୍ବାରା ସାକ୍ଷୀ ପ୍ରଭାବିତ ହେବାର ଆଶଙ୍କା କରି ଫ୍ରି ଟ୍ରାଏଲ ପାଇଁ ତାଙ୍କ ଜାମିନ ଖାରଜ କରାଯାଉ ବା ଏହା ଉପରେ କୋର୍ଟ ହସ୍ତକ୍ଷେପ ପାଇଁ ଜଣେ ପିଟିସନରେ କୋର୍ଟଙ୍କୁ ଜଣାଇଥିଲେ । ଏହାର ମଧ୍ୟ ଆଜି ଶୁଣାଣି ରହିଥିଲା । କିନ୍ତୁ ଏହି ଘଟଣାର ଚାର୍ଜସିଟ୍ ପରଠାରୁ ଯେହେତୁ ଜୟନାରାୟଣ ଥରୁଟିଏ ମଧ୍ୟ କୋର୍ଟରେ ହାଜର ହୋଇନଥିଲେ, ତାହା ଶୁଣାଣି ହୋଇପାରି ନାହିଁ । ପରବର୍ତ୍ତୀ ତାରିଖରେ ଏନେଇ ଶୁଣାଣି କରାଯିବ । ଏନେଇ ଅଭିଯୋଗକାରୀଙ୍କ ଓକିଲ ଦେବସ୍ନାନ ଦାସ କହିଛନ୍ତି, "ଏହା ଏକ ରୁଟିନ ପ୍ରୋସେସ । ଯେହେତୁ ଚାର୍ଜସିଟ୍ ସରିଛି, ଏନେଇ ପ୍ରଥମ ଥର ହାଜର ହୋଇଛନ୍ତି ଜୟନାରାୟଣ । ଆଉ ପୂର୍ବରୁ ଯେଉଁ ୩ଟି ସର୍ତ୍ତରେ ସେ ଜାମିନ ପାଇଥିଲେ, ସେହି ସର୍ତ୍ତରେ ଆଜି ମଧ୍ୟ ଜାମିନ ଦେଇଛନ୍ତି କୋର୍ଟ ।

ତେବେ ଦିଲେଶ୍ବର ହତ୍ୟାକାଣ୍ଡ ହେଉଛି ୨୦୧୯ ନିର୍ବାଚନ ପୂର୍ବରୁ ହୋଇଥିବା ଏକ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ । ଦିଲେଶ୍ବର ସାହୁ ବରଗଡ଼ର ଟାଣୁଆ ବିଜେଡି ନେତା ତଥା ବିଧାୟକ ସୁଶାନ୍ତ ସିଂଙ୍କ ଡ୍ରାଇଭର । ବରଗଡ଼ ସୋହେଲାରେ ନିର୍ବାଚନ ସମୟରେ ଦିଲେଶ୍ବରକୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ବିଜେପି ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ୧୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଥାନାରେ ରିପୋର୍ଟ ଦେଇଥିଲେ ବିମଲ ଭୋଏ । ଯାହକୁ ନେଇ ଜୟନାରାୟଣଙ୍କୁ ସେତେବେଳେ ଗିରଫ କରାଯାଇଥିଲା । ଏହାପରେ ହାଇକୋର୍ଟରୁ ଜାମିନ ପାଇ କୋର୍ଟରୁ ମୁକୁଳିଥିଲେ ଜୟନାରାୟଣ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.